ରାଜ୍ୟ ସଙ୍ଗୀତ ମାନ୍ୟତା ନଦେଲେ ସରକାରଙ୍କର ସମ୍ମାନ କମିପାରେ ମାତ୍ର କବିଙ୍କର ନୁହେଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତର ରଚୟୀତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ସୋମବାର ସକାଳେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଉକôଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ୱ କରି କହିଥିଲେ ଯେ, ବନେ୍ଦ ଉକ୍ରଳ ଜନନୀକୁ ସାରା ରାଜ୍ୟବାସୀ ୨୫ ବର୍ଷ ହେଲା ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ମାନ୍ୟତା ଦେଉ ନାହାଁନ୍ତି । ଏହି ସଙ୍ଗୀତକୁ ରାଜ୍ୟ ସରକାର ମାନ୍ୟତା ନଦେଲେ ସରକାରଙ୍କର ସମ୍ମାନ କମିବ ମାତ୍ର କବିଙ୍କର ସମ୍ମାନ କମିବ ନାହିଁ ବୋଲି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର କହିଥିଲେ । ମାଲ୍ୟାର୍ପଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଭୂକଲ୍ୟାଣ ମହାପାତ୍ର, ସୀତା ବଲ୍ଲଭ ମହାପାତ୍ର, ମହାଭବ ମହାପାତ୍ରଙ୍କ ସହିତ ଯୁଗ୍ମ-ସଂପାଦକ ଅଶୋକ କୁମାର ପାଲଟାସିଂହ, ବାସନ୍ତି ତ୍ରୀପାଠି, ମହେଶ୍ୱର ବିଶ୍ୱାଳ, ନିରଞ୍ଜନ ପାତ୍ର, ଗୋପୀ ମୋହନ ପଟ୍ଟନାୟକ, କ୍ଷେତ୍ର ମୋହନ ନାୟକ ଓ ପ୍ରକାଶ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*