ରାଜ୍ୟ ଯୁବ ଓ କ୍ରୀଡା ବ୍ୟାପାର ମନ୍ତ୍ରୀଙ୍କ ଏନଏସି ଉନ୍ନୟନ କାର୍ଯ୍ୟର ସମୀକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କୋଣାର୍କ

ଗୁରୁବାର ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଇଂ ତୁଷାରକାନ୍ତି ବେହେରା ଅଚାନକ କୋଣାର୍କ ଏନଏସି କାର୍ଯ୍ୟାଳୟକୁ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି । ତାଙ୍କ ସହ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ମଧ୍ୟ ରହିଥିଲେ । ଆସନ୍ତା ଡିସେମ୍ବର ୧ରେ ହେବାକୁ ଥିବା କୋଣାର୍କ ମହୋତ୍ସବ ଓ ଡିସେମ୍ବର ୧୪ରୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ପୁରୀ-କୋଣାର୍କ ବେଳାମାର୍ଗରେ ହେବାକୁ ଥିବା ଇକୋ-ରିଟି୍ରକ ଫେଷ୍ଟିଭାଲ୍ର ଟେନ୍ଦର କାର୍ଯ୍ୟର ଲାଇଟ ଓ ରାସ୍ତା କେତେଦୂର ଆଗେଇଛି ସେ ସମ୍ପର୍କରେ ନିର୍ବାହୀ ଅଧୀକାରିଙ୍କ ଠାରୁ ପଚାରି ବୁଝିଥିଲେ । ଚନ୍ଦ୍ରଭାଗା ମାଘମେଳାର ତୀର୍ଥ ପୁଷ୍କରଣୀ ଜଳକୁ ଡ୍ରେନେଜ କରାଯାଇ ସମୁଦ୍ର ସହିତ ସଂଯୋଗ କରାଯିବ ନେଇ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଚନ୍ଦ୍ରଭାଗାଠାରେ ନିର୍ମିତ ଜାଗା ମିଶନ କାର୍ଯ୍ୟ ସହିତ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିର୍ମିତ କମ୍ପୋଷ୍ଟିଙ୍ଗ ଡମ୍ପିୟାର୍ଡ କାର୍ଯ୍ୟ କେତେଦୂର ଆଗେଇଛି ସେ ସମ୍ପର୍କରେ ବୁଝିବା ସହ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିଦେ୍ର୍ଦଶ ଦେଇଥିଲେ । କୋଣାର୍କ ଯାତ୍ରୀ ନିବାସ ସମ୍ମୁଖରେ ଥିବା ପୂର୍ତ୍ତ ବିଭାଗର ୯ ଏକର ଜମିକୁ ସ୍ଥାନୀୟ ଏଏସ୍ଆଇ ଜବରଦଖଲକରି ଯେଉଁ ପାଚେରି ନିର୍ମାଣ କରିଛି ତାହାକୁ ଖୁବଶୀଘ୍ର ମୁକ୍ତକରି ଏକ ପାର୍କ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ମନ୍ତ୍ରୀଙ୍କ ଦ୍ୱାରା ଗତ ସ୍ୱାୟତ୍ତ ଶାସନ ଦିବସରେ କୋଣାର୍କ ବସ୍ଷ୍ଟାନ୍ଦଠାରେ ଏକ ଶୌଚାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ଆରମ୍ଭ ନ ହେବାରୁ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ । ଫନିରେ ଏନଏସିର ୧୩ ୱାର୍ଡର କ୍ଷତିଗ୍ରସ୍ତ ହୋଇଥିବା ପ୍ରକୃତ ହିତାଧିକାରୀମାନେ ଆବାସ ଯୋଜନାରୁ ବଞ୍ଚିତ ଥିବାରୁ ସେମାନଙ୍କୁ ଜିଓ ଟ୍ରାକିଙ୍ଗ କରି ଆବାସ ଯୋଜନା ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*