ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ଧର୍ମୀୟ ଭାବନା ସଭା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ଧର୍ମୀୟ ଭାବନା ସଭା ଓ ବନ୍ଧୁ ମିଳନ ଉତ୍ସବ ନୀଳାଦ୍ରି ବିହାର ସ୍ଥିତ ଗ୍ରାନ୍ଦଲୁମ୍ବିନୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧର୍ମୀୟ ଭାବନା ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏନ୍ଦାମେଣ୍ଟ କମିଶନର ଚିତ୍ତରଞ୍ଜନ ମହାପାତ୍ର କହିଥିଲେ, ବରିଷ୍ଠ ନାଗରିକ ମାନଙ୍କର ସମାଜିକ ସୁରକ୍ଷା ନିହାତି ଆବଶ୍ୟକ । ମନ୍ଦିର ମାନଙ୍କରେ ବରିଷ୍ଠ ନାଗରିକ ମାନଙ୍କୁ ପରିଚାଳନା ଦାୟିତ୍ୱ ଦିଆଯିବ । କାରଣ ସେମାନଙ୍କ ପାଖରେ ଥିବା ଦକ୍ଷତା ଓ ସାଧୁତା ସୁପରିଚାଳନାରେ ସାହାଯ୍ୟ କରିବ । ବୟସାଧିକ ହେତୁ ଧାର୍ମୀୟ ଚେତନା ଜାଗ୍ରତ ପାଇଁ ମନ୍ଦିର ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ସେମାନେ ଶାନ୍ତିରେ ବସାଉଠା କରିପାରିବେ । ରାଜ୍ୟ ମହାସଂଘ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ଧାର୍ମୀୟ ଚେତନା ସଭା ଆୟୋଜନ କରିଥିବାରୁ ସଂଘକୁ ମୁଁ ସାଧୁବାଦ ଜଣାଉଛି । ଅନ୍ୟ ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ଡେପୁଟି ଏନ୍ଦାମେଣ୍ଟ କମିଶନର ଚୌଧୁରୀ ପ୍ରବୀର କୁମାର, ଆରକିଟେକ୍ ତଥା ବାସ୍ତୁବିତ୍ ଦେବେନ୍ଦ୍ର କୁମାର ପରିଡା, ଡାକ୍ତର ସନ୍ଦିପନା ପତି, ଆହାର କମିଟି ସଦସ୍ୟ ହାସନ୍ ଖାଁ, ଶାନ୍ତି କମିଟି ସଂପାଦକ ନବ କିଶୋର ବେହେରା, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଏବଂ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସୁରକ୍ଷା ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ସାମ୍ବାଦିକ ଗୋପୀନାଥ ବାରିକଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକମାନେ ଯୋଗଦାନ କରିଥିଲେ । ସେମାନଙ୍କ ପାଇଁ ସଂଘ ତରଫରୁ ଆମ୍ରି ହସପିଟାଲ୍ ସହାୟତାରେ ଚକ୍ଷୁ ପରୀକ୍ଷା, ରକ୍ତ, ଉଚ୍ଚ ରକ୍ତଚାପ ପରୀକ୍ଷା ଓ ବିଭିନ୍ନ ରୋଗ ପାଇଁ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ମାଗଣା ଚିକିତ୍ସା ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*