ରାଜ୍ୟ ଫିଲ୍ମ ପୁରସ୍କାର ଘୋଷିତ:ଜୟଦେବ ସମ୍ମାନ ପାଇବେ ରବି ପଟ୍ଟନାୟକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଦେଶର ଅନ୍ୟତମ ପ୍ରସିଦ୍ଧ ଫିଲ୍ମ ସମ୍ପାଦକ ରବି ପଟ୍ଟନାୟକ ଓଡ଼ିଆ ସିନେମାର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତିି । ମଙ୍ଗଳବାର ଦିନ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମନୋନୟନ କମିଟି ୨୦୧୭ ମସିହା ସକାଶେ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରିଛି । ଜୀବନବ୍ୟାପି ଅବଦାନ ସକାଶେ ରବି ପଟ୍ଟନାୟକଙ୍କୁ ଜୟଦେବ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ପ୍ରୟୋଗାତ୍ମକ ଓଡ଼ିଆ ସିନେମା ‘ହେଲୋ ଆର୍ସି’ ସଂଖ୍ୟାଧିକ ପୁରସ୍କାର ହାସଲ କରିଛି । ଏହାର ନିଦେ୍ର୍ଦଶକ ସମ୍ବିତ ମହାନ୍ତି ଶ୍ରେଷ୍ଠ ନିଦେ୍ର୍ଦଶକ, ଅଭିନେତା ପାର୍ଥ ସାରଥୀ ରାୟ ଏହି ସିନେମାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ମୋହନସୁନ୍ଦର ଦେବଗୋସ୍ୱାମୀ ପୁରସ୍କାର ଏହି ସିନେମାର ପ୍ରଯୋଜକ ଅଜୟ ରାଉତରାୟ ହାସଲ କରିବେ । ସମ୍ବିତ ମହାନ୍ତିଙ୍କୁ ଏହି ସିନେମାର ସଂଳାପ ପାଇଁ ଶ୍ରେଷ୍ଠ ସଂଳାପ ଲେଖକ ଏବଂ ସୁବାସ ସାହୁଙ୍କୁ ଏହି ସିନେମା ସକାଶେ ଶ୍ରେଷ୍ଠ ସାଉନ୍ଦ ରେକର୍ଡିଷ୍ଟ୍‌ର ପୁରସ୍କାର ପ୍ରଦାନ କରାଯିବ । ଲୈଲା ଓ ଲୈଲା ସିନେମାରେ ଅଭିନୟ ପାଇଁ ସନମିରା ନାଗେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ । ଶ୍ରେଷ୍ଠ କାହାଣୀ ପୁରସ୍କାର ଦୃଷ୍ଟାନ୍ତ ସିନେମା ପାଇଁ ଜିତେନ୍ଦ୍ର ନାଥ ମହାପାତ୍ର ଲୈଲା ଓ ଲୈଲା ପାଇଁ ବୈଦ୍ୟନାଥ ଦାଶ ଶ୍ରେଷ୍ଠ ସଙ୍ଗୀତ ନିଦେ୍ର୍ଦଶକ, କ୍ଷଣିକା ପାଇଁ ଅମତ୍ୟ ଭଟ୍ଟାଚାର୍ଯ୍ୟ ଶ୍ରେଷ୍ଠ ଏଡିଟିଙ୍ଗ୍‌, ତୁ ମୋର ଲଭ୍‌ ଷ୍ଟୋରୀ ପାଇଁ ଅରୁଣ ମନ୍ତ୍ରୀ ଶ୍ରେଷ୍ଠ ଗୀତିକାର, ସେହି ସିନେମା ସକାଶେ ଦେବୀଦତ୍ତ ମହାନ୍ତିଙ୍କୁ ଶ୍ରେଷ୍ଠ ଚିତ୍ରନାଟ୍ୟ, ଖାଣ୍ଟି ଓଡ଼ିଆ ଝିଅ ସିନେମା ପାଇଁ ମନୋଜ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ସହ ଅଭିନେତା ସେହି ସିନେମା ସକାଶେ ମାମୁନି ମିଶ୍ରଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବା ବିଷୟ ଘୋଷଣା କରାଯାଇଛି । ହିରୋ ନମ୍ବର ୱାନ୍‌ ସିନେମା ପାଇଁ ତ୍ରିଭୁବନ ପନ୍ଦା ଶ୍ରେଷ୍ଠ ହାସ୍ୟ ଅଭିନେତା, ସପନଟିଏ ପାଇଁ ମାଗୁଣି ପାତ୍ର ଶ୍ରେଷ୍ଠ ଶିଶୁ ଅଭିନେତା, ଜଷ୍ଟ ମହବତ୍‌ ପାଇଁ ଏସ୍‌କେ ମୁରଲୀଧରନଙ୍କୁ ଶ୍ରେଷ୍ଠ କୋରିଓଗ୍ରାଫର ଓ ଅରୁଣ ପାଟରାଙ୍କୁ ଶ୍ରେଷ୍ଠ କଷ୍ଟୁ୍ୟମ୍‌ ପୁରସ୍କାର ପ୍ରଦାନ କରାଯିବ । ବରିଷ୍ଠ ପ୍ରଯୋଜକ ଓ ଅଭିନେତା ପ୍ରଦୁ୍ୟମ୍ନ ଲେଙ୍କାଙ୍କୁ ଶିବା ନଟ୍‌ ଆଉଟ୍‌ ପାଇଁ ବିଶେଷ ଜୁରୀ ପୁରସ୍କାର ପ୍ରଦାନ କରାଯିବ ।
ଓଡ଼ିଆ ଓ ହିନ୍ଦୀ ସିନେମା ସହ ରବିଶଙ୍କର ପଟ୍ଟନାୟକଙ୍କ ସମ୍ପର୍କ ଅନେକ ବର୍ଷରୁ । ୭୦ ଦଶକରୁ ତାଙ୍କର ସମ୍ପର୍କ ଆରମ୍ଭ ହୁଏ ଚଳଚ୍ଚିତ୍ର ଜଗତ ସହ । ବହୁ ଓଡ଼ିଆ ସିନେମା ସହ କେତୋଟି ଚର୍ଚ୍ଚିତ ହିନ୍ଦୀ ସିନେମାର ସମ୍ପାଦନା କରିଛନ୍ତି ସେ । ୧୯୭୪ ମସିହାରେ ରିଲିଜ୍‌ ହୋଇଥିବା ହିନ୍ଦୀ ସିନେମା ୨୭ ଡାଉନ୍‌ର ସେଥିଲେ ସମ୍ପାଦକ । ତାଙ୍କର ସେହି ଏଡିଟିଙ୍ଗ ଖୁବ୍‌ ପ୍ରଶଂସା ପାଇଥିଲା । ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିବା ରବି ପଟ୍ଟନାୟକ ଏଡିଟ୍‌ କରିଥିବା ଅନ୍ୟ ଲୋକପ୍ରିୟ ହିନ୍ଦୀ ସିନେମା ଗୁଡ଼ିକ ହେଲା ଚଲତେ ଚଲତେ, ଦ୍ୱିବିଧା,ଆପ୍‌ କି ଖାତିର୍‌,ଦିଲ୍‌ ସେ ମିଲେ ଦିଲ୍‌ ଆଦି । ସେ ମଧ୍ୟ ବହୁ ଓଡ଼ିଆ ସିନେମା ଯେପରି ଭକ୍ତ ସାଲବେଗ, ଅଭିମାନ, ଆରତୀ,ବଧୁ ନିରୂପମା, ସୁନା ଚଢ଼େଇ,ଦନ୍ଦା ବାଳୁଙ୍ଗା, ଅନ୍ଧ ଦିଗନ୍ତ, ମଝି ପାହାଚ, ମାନିନୀ ଓ ନିକଟ ଅତୀତର ଉଚ୍ଚ ପ୍ରଶଂସିତ ସିନେମା କଥାନ୍ତରର ମଧ୍ୟ ସେ ସମ୍ପାଦନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*