ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିବାରଣ ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିବାରଣ ଦିବସ ୨୦୧୯ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‌ ଓ କିସ୍‌ର ସଂପାଦକ ଆରଏନ୍‌ ଦାଶ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ କହିଲେ ଛାତ୍ରଛାତ୍ରୀମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ପ୍ରଦୂଷଣ ନିବାରଣ ଦିଗରେ କାର୍ଯ୍ୟ କରିବା ଉଚିତ । ଯେଉଁଭଳି ଭାବେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି ସେଥିପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ ସେ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ଜେକେ ପେପର ୟୁନିଟ୍‌ର ମୁଖ୍ୟ ପ୍ରବନ୍ଧକ (କର୍ପୋରେଟ୍‌ ସାମାଜିକ ଦାୟିତ୍ୱ) ଡ. ପ୍ରଫୁଲ୍ଲ କୁମାର ଧଳ କହିଲେ, ବୃକ୍ଷରୋପଣ, ଜଳବାୟୁ ପରବର୍ତ୍ତନ ଓ ପ୍ରଦୂଷଣ ଦିନକୁ ଦିନ ଭୟାବହ ହୋଇପଡ଼ୁଛି । ଏଥି ନିମନ୍ତେ ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀମାନେ ସଚେତନ ହେବା ଆବଶ୍ୟକ । ବୋର୍ଡର ଆଞ୍ଚଳିକ ଅଧିକାରୀ ଡା. ବିନୋଦ ବିହାରୀ ଦାଶ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରି ପ୍ରଦୂଷଣ ନିବାରଣ ଦିବସର ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ । ଏହା ସହ ଭୋପାଳ ଗ୍ୟାସ୍‌ ଦୁର୍ଘଟଣାର ଭୟବହତା, ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟର ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ରାଉରକେଲା ଓ ବାଲେଶ୍ୱରରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ତାକୁ କମ୍‌ କରିବା ପାଇଁ ବିଭିନ୍ନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ଉପରେ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ବିଶିଷ୍ଟ ପରିବେଶ ବିଜ୍ଞାନୀ ଡ. ରେବତୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ କିଟ୍‌ ଓ କିସ୍‌ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*