ରାଜ୍ୟ କ୍ୟାବିନେଟରେ ୧୭ ପ୍ରସ୍ତାବକୁ ମଞ୍ଜୁରି କୋହଳ ହେଲା ଅଗ୍ନିନିରୋଧ ଆଇନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ରାଜ୍ୟ ମନ୍ତ୍ରୀମନ୍ଦଳର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ୍‌ ବୈଠକରେ ମଞ୍ଜୁରି ପାଇଥିବା ପ୍ରସ୍ତାବ ମଧ୍ୟରେ ବିଭିନ୍ନ ବିଭାଗର କ୍ୟାଡ଼ର ପୁର୍ନଗଠନ ସହିତ ଅଗ୍ନିନିରୋଧ ଆଇନରେ ସଂଶୋଧନ ଏବଂ ଚଳଚିତ୍ର ଓ ଫିଲ୍ମ ସିଟି ନିର୍ମାଣ ପାଇଁ ଯୁବ ଉଦ୍ୟୋଗୀମାନଙ୍କ ପ୍ରୋତ୍ସାହନ ସଂକ୍ରାନ୍ତୀୟ ପ୍ରସ୍ତାବ କ୍ୟାବିନେଟ୍‌ରୁ ମଞ୍ଜୁରି ମିଳିଛି ।
କ୍ୟାବିନେଟ୍‌ର ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏକ ପ୍ରସ୍ତାବ ନିଆଯାଇ ଭାରତୀୟ ସେନାକୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଉପରେ ହୋଇଥିବା ସେକେନ୍ଦ ସର୍ଜିକାଲ ଷ୍ଟ୍ରାଇକକୁ ରାଜ୍ୟ କ୍ୟାବିନେଟ୍‌ ବଧେଇ ଜଣାଇବା ସହ ଧନ୍ୟବାଦ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଏହାଛଡ଼ା ବୈଠକରେ ଅଗ୍ନିନିରୋଧ ଆଇନରେ ହୋଇଥିବା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଓଡ଼ିଶା ଅଗ୍ନିନିରୋଧ ଏବଂ ଅଗ୍ନି ନିରାପତ୍ତା ନିୟମାବଳୀ ୨୦୧୭ର ଧାରା ୪(୨), ୯(୧), ୯(୧୨), ୧୦(୧), ୧୦(୭), ୧୩(୩) ଏବଂ ୨୨ରେ କେତେକ ସଂଶୋଧନ ପ୍ରସ୍ତାବ ମଞ୍ଜୁରି ପାଇଛି । ୫ଶହ ବର୍ଗ ମିଟରରୁ ଅଧିକ ନିର୍ମାଣଧିନ ଅଞ୍ଚଳ, ହୋଟେଲ, ଅତିଥିଭବନ ଉପରେ ରହିଥିବା କଟକଣା କୋହଳ ହୋଇଛି । ୧୨ମିଟରରୁ ଅଧିକ ଏବଂ ୫ଶହ ବର୍ଗମିଟରରୁ ଅଧିକ ନିର୍ମାଣଧୀନ ଅଞ୍ଚଳ କିମ୍ବା ତିନି ତାରକା ବିଶିଷ୍ଟ କୋଠାବାଡ଼ିକୁ ଅଧିକ ମାନ୍ୟତା ପ୍ରାପ୍ତ କରାଯାଇଛି । ୫ଶହ ବର୍ଗମିଟରରୁ କମ୍‌ ୩ଶହ ଶଯ୍ୟାରୁ କମ୍‌ ହସ୍ପିଟାଲକୁ ଅଗ୍ନିନିରୋଧ ସାଟିଫିର୍କେଟ ଦେବାକୁ ପଡ଼ିବ ନାହିଁ । ଏଥିରେ ପ୍ରେକ୍ଷାଳୟ, ଅଡିଟୋରିୟମ୍‌ ପ୍ରଭୃତିଙ୍କୁ ସୁବିଧା ମିଳିପାରିବ । ଉତ୍ସବ ଅନୁଷ୍ଠାନ ପାଇଁ ଅଗ୍ନିନିରୋଧ ସହାୟତା ନିମନ୍ତେ ଆବଶ୍ୟକ ପ୍ରାଥମିକ ଅଗ୍ନି ନିର୍ବାପକ ଯନ୍ତ୍ରାଂଶ ବ୍ୟବହାର କଲେ ଏଣିକି ୧୦ ହଜାର ପରିବର୍ତ୍ତେ ୫ହଜାର ଟଙ୍କା ଫିସ୍‌ ଦେବାକୁ ପଡ଼ିବ ।
ରାଜ୍ୟ ସରକାର କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟାରେ ଅଧିକ ୧୦ଲକ୍ଷ କ୍ଷୁଦ୍ର ନାମମାତ୍ର ଓ ଭାଗଚାଷୀ, ଭୂମିହୀନ କୃଷିଶ୍ରମିକ ପରିବାରକୁ ଆସିଥିବା ଅନ୍ତର୍ଭୁକ୍ତ ପ୍ରସ୍ତାବ କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି । ପୂର୍ବରୁ ୩୫ଲକ୍ଷ ପରିବର୍ତ୍ତେ ସଂଶୋଧନ ପରେ ୪୫ଲକ୍ଷ ହିତାଧିକାରୀ କାଳିଆରେ ସାମିଲ ହେବେ । ଆସିଥିବା ପ୍ରସ୍ତାବରେ କାଳିଆ ଟଙ୍କା ବଣ୍ଟା ତିଥିପାଇଁ ଧାର୍ଯ୍ୟ ଅକ୍ଷୟତୃତୀୟା ଓ ନୂଅାଁଖାଇକୁ ହଟାଇ ଦିଆଯାଇଛି । ଏହା ପରିବର୍ତ୍ତେ ଏପ୍ରିଲ ୧ ଓ ସେପ୍ଟେମ୍ବର ୧ ତାରିଖରେ କାଳିଆ ଟଙ୍କା ବାଣ୍ଟିବାକୁ ଆସିଥିବା ପ୍ରସ୍ତାବ କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି । ଏଣିକି ଓଡ଼ିଶାର ସଂସ୍କୃତି, ଐତିହ୍ୟକୁ ନେଇ ଇଂରାଜୀ ଏବଂ ହିନ୍ଦୀରେ ଆନ୍ତର୍ଜାତୀୟ ସ୍ତରର ଅନ୍ୟାନ୍ୟ ଭାଷାରେ ଚଳଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ଦିଆଯାଇଛି । ଆଇଟିଆର ରୋଲ୍‌ରେ ସଂଶୋଧନ କରାଯାଇ ରାଜ୍ୟର ଉଦ୍ୟୋଗୀମାନଙ୍କ ଅଧିକ ପ୍ରୋତ୍ସାହନ ଦିଆଯାଇ ଫିଲ୍ମସିଟି ନିର୍ମାଣ ପାଇଁ ସରକାର ସହାୟତା ଯୋଗାଇବେ । ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି । ନିର୍ବାଚନ ବର୍ଷରେ ସରକାରଙ୍କ ଏହି ଫିଲ୍ମସିଟି ନିର୍ମାଣ ଓ ଚଳଚିତ୍ର ପ୍ରସ୍ତୁତିକୁ ନେଇ ଆସିଥିବା ପ୍ରସ୍ତାବରେ ସମସ୍ତ ସୁବିଧା ରଖାଯାଇଛି । ଏଣିକି ହାତୀ ଓ ବାଘ ଆକ୍ରମଣରେ ମୃତାହତ ବ୍ୟକ୍ତିଙ୍କ ପାଇ ରଖିଥିବା ଓଡ଼ିଶା ବନ୍ୟଜନ୍ତୁ ସୁରକ୍ଷା ନିୟମାବଳୀ ୧୯୭୪ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛନ୍ତି । କ୍ଷତିପୂରଣ ରାଶୀ ୩୦ଦିନ ପରିବର୍ତ୍ତେ ୧୫ଦିନ ମଧ୍ୟରେ ପ୍ରଦାନ କରିବାକୁ ଆସିଥିବା ପ୍ରସ୍ତାବ ମଞ୍ଜୁରି ପାଇଛି ।
କ୍ୟାବିନେଟ୍‌ର ଅନ୍ୟ ପ୍ରସ୍ତାବ ମଧ୍ୟରେ ଓଡ଼ିଶା ବେସାମରିକ ଯୋଗାଣ ସେବା ନିଯୁକ୍ତି ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀରେ ସଂଶୋଧନ, ଓଡ଼ିଶା ସରକାରୀ ଭାଷା ଅଧିନିୟମ ୨୦୧୮ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ଆଇନ ଉଲଘଂନକାରୀଙ୍କୁ ଦନ୍ଦବିଧାନ ନିମନ୍ତେ ଆସିଥିବା ଆଇନକୁ ମଞ୍ଜୁରି ମିଳିଛି । ସେହିଭଳି ଆଇଟିସି ପଲିସି ୨୦୧୪ ଧାରା ୬.୧୧, ୬.୧୬କୁ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ରାଜ୍ୟରେ ଇଲେଟ୍ରୋନିକ୍ସ ଡିଜାଇନ ଓ ମେନୁଫେଚରିଂ ପୁଞ୍ଜିବିନିଯୋଗ ପାଇଁ ଆସିଥିବା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି । ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ସମ୍ଭର୍ଗର ଡାକ୍ତରମାନଙ୍କ ପାଇଁ ନିଶ୍ଚିତ ଡିଏସପି ଯୋଜନା ପ୍ରଣୟନକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛନ୍ତି । ଓଡ଼ିଶା ପ୍ରାଥମିକ ଶିକ୍ଷକ, ନୂଆ କ୍ୟାଡ଼ର ରୋଲ ପ୍ରଚଳନ, ଓଡ଼ିଶା ଯାନ୍ତ୍ରିକ ସେବା ଓ ସମ୍ଭର୍ଗର ପୂର୍ଣ୍ଣବିନାଶ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏହାଛଡ଼ା +୨ ଜୁନିୟର କଲେଜ, ଉଚ୍ଚଶିକ୍ଷା କ୍ଷେତ୍ରରେ ପିଟି ଶିକ୍ଷକ କ୍ୟାଡ଼ର, ଓଡ଼ିଶା ଯାନ୍ତ୍ରିକ ସେବା କ୍ୟାଡ଼ରରେ ସଂଶୋଧନ ପ୍ରମୁଖ ୨୧ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରି ଦେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*