ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ମାରାଣ୍ଡି ଷ୍ଟାର ଚମ୍ପିଆନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବୈଶିଙ୍ଗା

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅଧୀନ କଳମା ପଞ୍ଚାୟତର କଳମା ଖେଳପଡିଆରେ ଅନୁଷ୍ଠିତ ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ମୁଖ୍ୟଅତିଥି ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗଦାନ କରି ବକ୍ତବ୍ୟରେ କହିଥିଲେ ଯେ ୨୦୨୦ ମସିହାରେ ଏହି ପଡିଆକୁ ଷ୍ଟାଡିୟମରେ ପରିଣତ କରାଯାଇ ନୂତନ ଷ୍ଟାଡିୟମରେ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବର୍ଡର ୟୁଥ କ୍ଲବ କଳମା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବେତନଟୀ ବ୍ଲକ ଅଧ୍ୟକ୍ଷ କାଳିଚରଣ ସରେନ ପ୍ରମୁଖ ଯୋଗଦାନ କରି ଏହି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଫାଇନାଲ ଖେଳ ଗମ୍ଭାରିଆ ମାରାନ୍ଦି ଷ୍ଟାର କ୍ଲବ ଓ ଏସଏସଏ ଭୋଳାଗଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମାରାନ୍ଦି ଷ୍ଟାର ୪-୨ଗୋଲରେ ଏସଏସଏକୁ ହରାଇ ବିଜୟ ଲାଭ କରି ଚମ୍ପିଆନ ଟ୍ରଫି ପାଇବା ସହିତ ମୁଖ୍ୟଅତିଥିଙ୍କ ନିକଟରୁ ୧ ଲକ୍ଷ ୬୦ ହଜାର ନଗଦ ଅର୍ଥରାଶି ନେଇଥିଲେ । ବୋର୍ଡାର ୟୁଥ କ୍ଲବ ସଭାପତି ଗୋପିନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ସନାତନ ବିଜୁଳି, ବ୍ଲକ ଅଧ୍ୟକ୍ଷ କାଳିଚରଣ ସରେନ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଓତା ପ୍ରମୁଖ ଯୋଗଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*