ରାଜ୍ୟରେ ନିଶା ବେପାରୀ ସକି୍ରୟ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୪ ବେପାରୀ ଗିରଫ : ଗାଡି ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କ୍ରାଇମ୍ବ୍ରାଞ୍ଚ୍ର ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ପୁଣି ଆକ୍ସନ ମୁଡ୍‌ରେ । ରବିବାର ଦିନ ପୁଣି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ଟିମ୍‌ ସୁବର୍ଣ୍ଣପୁର ଥାନା ଅଞ୍ଚଳରେ ଚଢ଼ଉ କରି ୩ ନିଶା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ନିଶା ବେପାରୀମାନେ ଦୀର୍ଘ ଦିନ ଧରି ବିଭିନ୍ନ ଜିଲ୍ଲାରୁ ଗଞ୍ଜେଇ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିଲେ । ଏହି ଗ୍ୟାଙ୍ଗ୍‌କୁ ଧରିବା ପାଇଁ ଏଟିଏଫ ଦୀର୍ଘ ଦିନ ଧରି ନଜର ରଖିଥିଲା । ଏଟିଏଫ ଗିରଫ କରିଥିବା ୩ ନିଶା ବେପାରୀ ହେଲେ ସୁବର୍ଣ୍ଣପୁର ଥାନା ଅଧିନ କସଲପୁର ଗାଁର ନାରାୟଣ ପାତ୍ର ଓରଫ ମୁନୁ, ରାଇରାଖୋଲ୍ ଥାନା ଅଞ୍ଚଳର ସଞ୍ଜୟ ମେସ୍ୱା ଓ ବିରମହାରାଜପୁର ଅଞ୍ଚଳର ସୋରୂପ କୁମାର ବାରିକ । ସେମାନଙ୍କ ନିକଟରୁ ୪୭୯ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏଥିସହ ଗଞ୍ଜେଇ ଯାଉଥିବା ପିକ୍ଅପ୍ ଭ୍ୟାନ୍ ଓ ଗୋଟେ ହୋନ୍ଦା ସିଟି କାର୍ ଜବତ କରିଛି ।
ସୂଚନାଯୋଗ୍ୟ ଯେ, ଏସ୍ଟିଏଫ୍ ଟାର୍ଗେଟ୍ରେ ନିଶା କାରବାର । ଗଞ୍ଜେଇ ଓ ବ୍ରାଉନ୍ସୁଗର କେଉଁଠୁ ଆସୁଛି ଓ କିଏ ବେପାର କରୁଛି ତା’ର ଛାନ୍ଭିନ୍ କରୁଛି ତଦନ୍ତକାରୀ ଟିମ୍ । ଖବର ପାଇବା ମାତ୍ରେ ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚô ବେପାରୀଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରୁଛି । ସେହିପରି ବ୍ରାଉନ୍ସୁଗରକୁ ମଧ୍ୟ ଏସ୍ଟିଏଫ୍ ଧରୁଛି । ଏକ ବିଶେଷ ସୂତ୍ରରୁ ଖବରପାଇ ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ସୁବର୍ଣ୍ଣପୁର ଗସ୍ତ କରିଥିଲା । ଏକ ପିକ୍ଅପ୍ ଭ୍ୟାନ୍ରେ ଗଞ୍ଜେଇ ଆସୁଥିବା ଉପରୋକ୍ତ ଟିମ୍କୁ ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ସ୍ୱତନ୍ତ୍ର ଟିମ୍ ପିତାମହୁଲ ରୋଡ୍ କାସଲପୁର ଅଞ୍ଚଳରେ ଜଗି ରହିଥିଲା । ଉପରୋକ୍ତ ଗଞ୍ଜେଇ ବୋଝେଇ ପିକ୍ଅପ୍ ଆସିବା ମାତ୍ରେ ଛକି ରହିଥିବା ଟିମ୍ ଗାଡ଼ିକୁ କାବୁ କରିନେଇଥିଲା । ହେଲେ ବ୍ୟବସାୟୀ ଅନ୍ୟଏକ ହୋନ୍ଦା ସିଟି କାର୍ରେ ଆସୁଥିଲେ । ସ୍ୱତନ୍ତ୍ର ଟିମ୍ ଚତୁରତାର ସହ ହୋନ୍ଦାସିଟି କାର୍କୁ ମଧ୍ୟ କାବୁ କରି ନେଇଥିଲା । ଗାଡ଼ି ଭିତରୁ ଉପରୋକ୍ତ ପରିମାଣର ଗଞ୍ଜେଇ ଜବତ କରିବା ସହ ୩ ବେପାରୀଙ୍କୁ ଧରିବାରେ ଏସ୍ଟିଏଫ୍ ସଫଳ ହୋଇଥିଲା । ସେହିଭଳି ୭ ତାରିଖ ଦିନ ଅବକାରୀ ଟିମ ଓ ଗୁଇନ୍ଦା ଚଢ଼ଉ କରି ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଥିଲା । ଗିରଫ ନିଶା ବେପାରୀଠାରୁ ପୁଲିସ ୧ କୁ୍ୟଣ୍ଟାଲ ୫ କେଜି ଗଞ୍ଜାଇ ଓ ୪୨ ହଜାର ଟଙ୍କା ଜବତ କରିଥିଲା । ଗିରଫ ଅଭିଯୁକ୍ତହେଲା ପଦ୍ମପୁର ବାଲିପାଟଣା ଅଞ୍ଚଳରେ ରହୁଥିବା ବିଜୟ କୁମାର ମାଣିକ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ । ନିଶା ବେପାରୀମାନେ ରାଜ୍ୟରେ ସକି୍ରୟ ହୋଇ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଓ ଡ୍ରଗ୍ସ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*