‘ରାଜ୍ୟରେ ଚାଲିଛି ଛାୟା ଶାସନ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶାରେ ଚାଲିଛି ଛାୟା ଶାସନ । ଦୁର୍ନୀତିଗ୍ରସ୍ତ କିଛି ଆଇଏଏସ୍‌ ଅଫିସର ସାମ୍ବିଧାନିକ କାର୍ଯ୍ୟ ନକରି ଶାସକ ବିଜୁ ଜନତା ଦଳର ରାଜନୈତିକ ବ୍ୟାପାରଠାରୁ ଆରମ୍ଭ କରି ଏମ୍‌ଏଲ୍‌ଏ, ଏମ୍‌ପି ଟିକେଟ୍‌ ବଣ୍ଟନ ଏବଂ ପାଣ୍ଠି ଯୋଗାଡ ଆଦି କାର୍ଯ୍ୟରେ ଲାଗିଛନ୍ତି । ଯାହାକି ଭାରତୀୟ ଜନପ୍ରତିନିଧି ନିୟମାବଳୀ ୧୯୫୧ର ବିରୋଧାଚରଣ । ଜୁନିଅର ଆଇଏଏସ୍‌ ଭି. କାର୍ତ୍ତିକେୟ ପାନ୍ଦିଆନ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ଭାବେ ୨୦୧୩ରୁ କାର୍ଯ୍ୟ କରିଆସୁଛନ୍ତି । ଏବେ ସେ ୫-ଟି ର ସଚିବ । କୌଣସି ବିଭାଗ ଗଠନ ନକରି ମୁଖ୍ୟମନ୍ତ୍ରୀ ପାନ୍ଦିଆନଙ୍କୁ ୫-ଟି ର ସଚିବ ଭାବେ ଅବୈଧ ନିଯୁକ୍ତି ପ୍ରଦାନ କରିଛନ୍ତି । ଯାହାକି ଓଡ଼ିଶା ସରକାର ରୁଲ୍ସ ଅଫ୍‌ ବିଜିନେସ୍‌ ୧୯୫୦ର ଉଲ୍ଲଂଘନ । ବର୍ତ୍ତମାନ ରାଜ୍ୟରେ ୩୪ଟି ବିଭାଗ କାର୍ଯ୍ୟ କରୁଛି । ୫-ଟି ଭାବେ କୌଣସି ବିଭାଗ ଓଡ଼ିଶାରେ ନାହିଁ । ଗୋଟିଏ ନୂତନ ବିଭାଗ ସୃଷ୍ଟି ପାଇଁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ସହ ରାଜ୍ୟପାଳଙ୍କ ସ୍ୱୀକୃତି ଆବଶ୍ୟକ । ୫-ଟି ର ସଚିବ ଭାବେ ପାନ୍ଦିଆନ୍‌ ଟୁର୍‌ ପ୍ରୋଗ୍ରାମ କରି ବିଭିନ୍ନ ଜିଲା ଗସ୍ତ କରୁଛନ୍ତି । ତାଙ୍କ ଗସ୍ତ ବେଳେ ସିନିଅର ଆଇଏଏସ୍‌ମାନେ ଉପସ୍ଥିତ ରହୁଛନ୍ତି । ୫-ଟି ସଚିବ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବେଳେ ଅବୈଧ ଆଦେଶନାମା ଜାରି କରୁଛନ୍ତି । ବିଭାଗୀୟ ସଚିବ ଓ ମନ୍ତ୍ରୀମାନେ ନିରବଦ୍ରଷ୍ଟା ସାଜୁଛନ୍ତି । ଯାହାକି ନିନ୍ଦନୀୟ ଓ ଅସାମ୍ବିଧାନିକ । ରାଜ୍ୟରେ ଏବେ ଏକପ୍ରକାର ଛାୟା ଶାସନ ଚାଲିଛି ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଗତ ୨୦ ବର୍ଷ ଭିତରେ ରାଜ୍ୟରୁ ହଜାର ହଜାର କୋଟି ଟଙ୍କା ଲୁଟ୍‌ ଏହି ଛାୟା ଶାସନ ଦ୍ୱାରା ହୋଇଥିବା ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଓଡ଼ିଶାରେ ଚାଲିଥିବା ଏହି ଅରାଜକତା ପାଇଁ ଏଠାରେ ରାଷ୍ଟ୍ରପତି ଶାସନ ଜାରି ହେଉ ବୋଲି ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*