ରାଜ୍ୟପାଳ ଧନଖଡ୍‌ କହିଲେ ‘ନା ମୁଁ ରବର ଷ୍ଟାମ୍ପ ନା ମୁଁ ପୋଷ୍ଟ ଅଫିସ୍‌’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଲକାତା
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଜୋର ଧରିବାରେ ଲାଗିଛି । ରାଜ୍ୟପାଳ ଜଗଦୀଶ ଧନଖଡ୍‌ ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଥିବାର ଅଭିଯୋଗ ଆଣିଥିଲେ । ଏବେ ତୃଣମୂଳ କଂଗ୍ରେସ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିଧାନସଭାର କାର୍ଯ୍ୟକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି ।
ବିଧାନସଭା କାର୍ଯ୍ୟକାଳ ଅଚାନକ ସ୍ଥଗିତ ହେବା ନେଇ ତୃଣମୂଳ କଂଗ୍ରେସ ରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲା । ଏହି ଅଭିଯୋଗ ଉପରେ ରାଜ୍ୟପାଳ ଧନଖଡ୍‌ କହିଛନ୍ତି ଯେ, ମୁଁ ରବର ଷ୍ଟାମ୍ପ ନୁହେଁ କି ମୁଁ ପୋଷ୍ଟ ଅଫିସ୍‌ ନୁହେଁ । ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଏବର ନୁହେଁ । ତେବେ ମଙ୍ଗଳବାର ବିଧାନସଭା ଅଧ୍ୟକ୍ଷ ବିମାନ ବାନାର୍ଜୀ ବିଧାନସଭାକୁ ଏଥିପାଇଁ ଦୁଇଦିନ ସ୍ଥଗିତ କରିଥିଲେ, କାରଣ ଯେଉଁ ବିଧେୟକ ଉପସ୍ଥାପିତ ହେବାର ଥିଲା ତାହାର ମଞ୍ଜୁରୀ ରାଜ୍ୟପାଳଙ୍କ ଠାରୁ ମିଳିନଥିଲା । ଏହି ମଞ୍ଜୁରୀ ମିଳିବା ଅନିବାର୍ଯ୍ୟ ଥିଲା । ତେବେ ବିମାନ ବାନାର୍ଜୀଙ୍କ ଏହି ଅଭିଯୋଗକୁ ରାଜଭବନ ପକ୍ଷରୁ ଖନ୍ଦନ କରାଯାଇଛି । ନିଜେ ରାଜ୍ୟପାଳ ଏକ ଟୁଇଟ୍‌ରେ କହିଛନ୍ତି ଯେ, ରାଜ୍ୟପାଳ ଭାବେ ମୁଁ ସମ୍ବିଧାନ ନିୟମକୁ ପାଳନ କରିଆସୁଛି । ଆଖି ବନ୍ଦ କରି କୌଣସି ନିଷ୍ପତ୍ତି ନେଇପାରିବି ନାହିଁ । ମୁଁ ରବର ଷ୍ଟାମ୍ପ ନୁହେଁ କି ପୋଷ୍ଟ ଅଫିସ୍‌ ନୁହେଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*