ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଭୁବନେଶ୍ୱର

ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଓଡ଼ିଆ ବିଭାଗ ଓ ଇଂରାଜୀ ବିଭାଗ ତରଫରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏଥିରେ କଲେଜର ଅଧ୍ୟକ୍ଷ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହା ସବୁ ଉପାଦାନ ଦରକାର ତାହା କରିବା ପାଇଁ ମୁଁ ମୋର ପ୍ରୟାସ ଜାରି ରଖିବି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯଶସ୍ୱୀ ଅଧ୍ୟାପକ ଓ ପୂର୍ବତନ ଅଧ୍ୟକ୍ଷ ଓ ଲେଖକ ଅଜୟ ସ୍ୱାଇଁ ଯୋଗ ଦେଇ ଓଡ଼ିଶା ଓ ଭାରତ ଏକ ଏଭଳି ଦେଶ ଯେଉଁ ଦେଶରେ ଗୋଟିଏ ଲେଖକ ଓ ଗୋଟିଏ ପୁସ୍ତକର ଜନ୍ମଦିନ ଉତ୍ସବ ଭାବେ ପାଳନ କରାଯାଏ । ଏହା ଆମ ଜାତୀୟ ଜୀବନର ପରିଚୟ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡ. ରମେଶ ଚନ୍ଦ୍ର ବେହେରା ଓଡ଼ିଆ ବିଭାଗର ଉନ୍ନତିରେ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ଦିଗରେ ପୁରା ସହଯୋଗ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ସ୍ୱର୍ଣ୍ଣପ୍ରଭା ଦାସ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇ ମନ ଦେଇ ପଢିବା ସହିତ ସମାଜରେ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ଇଂରାଜୀ ବିଭାଗର ଅଧ୍ୟାପକ ଶିବବ୍ରତ ନାୟକ ଇଂରାଜୀ ବିଭାଗର ଉନ୍ନତିରେ ନିଜର ପାରଦର୍ଶିତାକୁ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ଇଂରାଜୀ ବିଭାଗର ଅଧ୍ୟାପିକା ସୁଶ୍ରୀ ମ୍ୟାଡମ ସମସ୍ତଙ୍କୁ ଉଦ୍ବୋଧନ ଦେଇ ଲେଖାଲେଖିରେ ସମସ୍ତେ ରୁଚି ରଖିବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାଇ ସଭାଟିକୁ ସାଫଲ୍ୟ ମନ୍ଦିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*