ରାଜସ୍ଥାନ: ଅଶୋକ-ସଚିନ ମତଭେଦ ପୁଣି ପଦାରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ:ଜୟପୁର

ରାଜସ୍ଥାନରେ ଦେଖାଦେଇଥିବା ଦଳୀୟ କନ୍ଦଳର ସମାଧାନ ପାଇଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିଦେ୍ର୍ଦଶରେ ଗୁରୁବାର ଜୟପୁରରେ କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ପୁଣି ପଦାକୁ ଆସିଥିଲା ।
୩ ଦିନ ତଳେ ସଚିନଙ୍କ ବିନା ଜ୍ଞାତସାରରେ ବସପାର ୬ ବିଧାୟକଙ୍କୁ କଂଗ୍ରେସରେ ସାମିଲ କରି ଗହଲୋତ ଦଳର ଆଭ୍ୟନ୍ତରୀଣ ରାଜନୀତିରେ ନିଜ ସ୍ଥିତିକୁ ମଜଭୁତ କରିବାର ଚେଷ୍ଟା କରିଛନ୍ତି । ଗହଲୋତ ଏହି ୬ ବିଧାୟକଙ୍କୁ ମନ୍ତ୍ରୀ ବନାଇବାକୁ ଚାହୁଁଛନ୍ତି । ହେଲେ ଗୁରୁବାର ବୈଠକରେ ପାଇଲଟ ଏବଂ ତାଙ୍କ ସମର୍ଥକମାନେ ସ୍ପଷ୍ଟ କରିଛନ୍ତି ଯେ, ବସପାରୁ ଆସିଥିବା ବିଧାୟକମାନଙ୍କୁ ମନ୍ତ୍ରୀ ବନାଯାଇପାରିବ ନାହିଁ । ବୈଠକରେ ଏହି ବିଧାୟକଙ୍କୁ ନେଇ ଆଲୋଚନା ହୋଇଥିଲା ବେଳେ ଜୋରଦାର ବିରୋଧ ଦେଖିବାକୁ ମିଳିଥିଲା । ଏହି ଘଟଣା ବୈଠକରେ ଉପସ୍ଥିତ ଥିବା ଗହଲୋତଙ୍କୁ ବଡ଼ ଅସହଜ ପରିସ୍ଥିତିରେ ପକାଇଥିଲା । ଏ ସମ୍ପର୍କରେ କଂଗ୍ରେସ ପ୍ରଦେଶ ପ୍ରଭାରୀ ତଥା ରାଷ୍ଟ୍ରୀୟ ମହାସଚିବ ଅବିନାଶ ପାନେ୍ଦ କହିଥିଲେ ଯେ, ବୈଠକରେ କୌଣସି ମତଭେଦ ହୋଇନାହିଁ । ଦଳ ଭିତରେ ନେତାଙ୍କର ଭିନ୍ନ ଭିନ୍ନ ବିଚାର ରହିଥାଏ । ଏହା କୌଣସି ଦଳ ପାଇଁ ଭଲ ଅଟେ । ଖୁବ୍‌ଶୀଘ୍ର ମନ୍ତ୍ରିମନ୍ଦଳ ସମ୍ପ୍ରସାରଣ ହେବ ଏବଂ ରାଜନୈତିକ ନିଯୁକ୍ତି ମଧ୍ୟ ଦିଆଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*