ରାଜସ୍ଥାନୀ ହସ୍ତତନ୍ତ୍ର ବସ୍ତ୍ର ମେଳା ଉଦ୍ଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାଲେଶ୍ୱର

ରାଜସ୍ଥାନୀ ହସ୍ତତନ୍ତ ବସ୍ତ୍ର ଓ ହସ୍ତକଳା ସାମଗ୍ରୀ ସମ୍ବଳିତ ଏକ ସ୍ୱତନ୍ତ୍ର ମେଳା ସହରର ଆଇଟିଆଇ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଓଡ଼ିଶା ପୁଲ ଆପ୍’ର ମୁଖ୍ୟ ବିଶପ ଡିବି ବେହେରା ଓ ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ ଏହାକୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ରାଜସ୍ଥାନର ବ୍ୟବସାୟୀଙ୍କ ପକ୍ଷରୁ ବାଲେଶ୍ୱରରେ ନିୟମିତ ବ୍ୟବଧାନରେ ହେଉଥିବା ଏହିଭଳି ମେଳା ଯୋଗୁଁ ଏଠାକାର ଜନସାଧାରଣଙ୍କ ମଧ୍ୟରେ ହସ୍ତକଳା ଓ ହସ୍ତତନ୍ତ ବସ୍ତ୍ର ପ୍ରତି ଆଗ୍ରହ ବୃଦ୍ଧିପାଇଥିବା ସେମାନେ ମତବ୍ୟକ୍ତ କରିଥିଲେ । ସେମାନେ ଏହି ମେଳାର ବ୍ୟବସାୟିକ ସଫଳତା କାମନା କରିଥିଲେ । ତେବେ ଏହି ମେଳାର ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ଓ ହସ୍ତକଳା ସାମଗ୍ରୀ ସମ୍ବଳିତ ଏକ ଷ୍ଟଲର ଅଭାବକୁ ଅତିଥିମାନେ ଅନୁଭବ କରିଥିଲେ । ଏହା ଦ୍ୱାରା ଏହି ମେଳାକୁ ଅଧିକ ବ୍ୟବସାୟିକ ସଫଳତା ମିଳିପାରିଥାନ୍ତା ବୋଲି ସେମାନେ କହିଥିଲେ । ଆଗାମୀ ଦିନରେ ଏଭଳି ମେଳା ଆୟୋଜନ ସମୟରେ ଏହି ବିଷୟ ପ୍ରତି ଗରୁତ୍ୱ ଦେବା ଉଚିତ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଦେଢ଼ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ସାମଗ୍ରୀ ସମ୍ବଳିତ ୬୦ରୁ ଊଦ୍ଧ୍ୱର୍ ଷ୍ଟଲ ଲାଗିଥିବା ଲକ୍ଷ୍ୟ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*