ରାଜସ୍ଥାନରେ ରାଜନୈତିକ ଘମାସାନ ଶେଷ ୩୩ ଦିନ ପରେ ଜୟପୁର ଫେରିଲେ ପାଇଲଟ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଜୟପୁର

ରାଜସ୍ଥାନରେ ଦୀର୍ଘ ମାସେରୁ ଅଧିକ ସମୟ ଧରି ଚାଲିଥିବା ରାଜନୈତିକ ଘମାସାନ ଏକପ୍ରକାର ଶେଷ ହୋଇଯାଇଛି । ପ୍ରାୟ ୩୩ ଦିନ ଦିଲ୍ଲୀରେ ରହିବା ପରେ ସଚିନ ପାଇଲଟ ଜୟପୁର ଫେରିଆସିଛନ୍ତି । ସେ ମଙ୍ଗଳବାର ସଂଧ୍ୟାରେ ନିଜ ବାସଭବନରେ ପହଞ୍ଚôଥିଲେ । ଏହି ଅବସରରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ରାଜଦ୍ରୋହ ମାମଲାରେ ମୋତେ ନୋଟିସ୍‌ ମିଳିଥିଲା । ଏହାକୁ ବିରୋଧ କରି ଏବଂ ଗତ କିଛି ବର୍ଷର ଘଟଣାକ୍ରମକୁ ନେଇ ମୁଁ ଦିଲ୍ଲୀ ଯାଇଥିଲି । ଏହାପରେ ଲଗାତାର ଏପରି କିଛି ଘଟଣା ଘଟିଥିଲା, ଯାହା ସକରାତ୍ମକ ନଥିଲା । ଆମର ଗୋଟିଏ ବି କାର୍ଯ୍ୟାନୁଷ୍ଠାନ ଦଳ ବିରୋଧରେ ନଥିଲା । ଆମ ଉପରେ ବହୁ ଆରୋପ ଲାଗିଥିଲା । ମିଥ୍ୟା ପ୍ରଚାର କରାଯାଇଥିଲା । ମୋ ବିଷୟରେ ଏପରି କଥା କୁହାଯାଇଥିଲା, ଯାହାକୁ ଶୁଣି ଦୁଃଖ ଲାଗିବା ସହ ଆଶ୍ଚର୍ଯ୍ୟ ଲାଗିଥିଲା । ଏହି ବିଷକୁ ମୁଁ ପିଇ ରହିଯାଇଥିଲି ବୋଲି ପାଇଲଟ ଗଣମାଧ୍ୟମକୁ କହିଥିଲେ । ମୋତେ ଲାଗୁଛି ଯେ, ଯାହା ମୋ ବିରୋଧରେ କୁହାଯାଇଥିଲା, ତାହାକୁ ଭୁଲିଯିବା ଉଚିତ୍‌ । ରାଜନୀତିରେ ବ୍ୟକ୍ତିଗତ ଶତ୍ରୁତାର କୌଣସି ଜାଗା ନାହିଁ । ଏଠାରେ କାର୍ଯ୍ୟ କେବଳ ବିଭିନ୍ନ ପ୍ରସଙ୍ଗ ଏବଂ ନୀତି ଆଧାରରେ ହେବା ଆବଶ୍ୟବ ।
ଅନ୍ୟପଟେ, ପାଇଲଟ କଂଗ୍ରେସକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ ଗଣମାଧ୍ୟମ ସହ କଥା ହୋଇଥିଲେ । ଗେହଲୋତ କହିଥିଲେ ଯେ, ଯଦି ମୋର ବିଧାୟକମାନେ ମୋ ଉପରେ ଅସନ୍ତୁଷ୍ଟ, ତେବେ ସେମାନଙ୍କ ହୃଦୟ ଜିତିବା ମୁଖ୍ୟମନ୍ତ୍ରୀ ଭାବେ ମୋର ଏହା ଦାୟିତ୍ୱ ଅଟେ । ମୁଁ ଏହି ପ୍ରୟାସ କରିବି । ସେମାନଙ୍କୁ କ’ଣ ପ୍ରତିଶ୍ରୁତି ଦିଆଯାଇଥିଲା ଓ ସେମାନେ କାହିିଁକି ଅଭିଯୋଗ କରୁଛନ୍ତି ? ତାହା ଏବେ ମୁଁ ଜାଣିବାକୁ ଚେଷ୍ଟା କରିବି ବୋଲି ମୁଖ୍ୟମନ୍ତ୍ରୀ ଗେହଲୋତ କହିଥିଲେ ।
ଏହି ଅବସରରେ ଗେହଲୋତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆୟକର ଏବଂ ସିବିଆଇର ଦୁରୁପୋଯୋଗ କରାଯାଉଛି ବୋଲି କହିଥିଲେ । ଆମ ସରକାର ୫ୁ ବର୍ଷ ପୂରଣ କରିବ ଏବଂ ଆସନ୍ତା ନିର୍ବାଚନ ମଧ୍ୟ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଦଳରେ ଏବେ ଏକ ୩ ଜଣିଆ କମିଟି ଗଠନ କରାଯାଇଛି, ଯାହା ସମସ୍ତ ବିବାଦର ସମାଧାନ କରିବ । ଭାଜପା ସରକାର ଭାଙ୍ଗିବାକୁ ପ୍ରୟାସ କରିଥିଲା । ହେଲେ ଆମର ବିଧାୟକମାନେ ଏକଜୁଟ ଥିଲେ ଏବଂ ଜଣେ ହେଲେ ଆମକୁ ଛାଡି ଯାଇନଥିଲେ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*