ରାଜରାସ୍ତାରେ ଆନେ୍ଦାଳନକୁ ୧୯ ଦିନ ପୂରିଲା ୨୫ରେ ଏକ ସ୍ୱତନ୍ତ୍ର ରାଲିରେ ନବୀନ ନିବାସ ଯିବେ ଗାଁସାଥୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ଗ୍ରାମୀଣସ୍ତରରେ ପର୍ଯ୍ୟାପ୍ତ କାର୍ଯ୍ୟ ଓ ମାସିକ ୬ ହଜାର ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରଦାନ ସମେତ ୫ ଦଫା ଦାବି ନେଇ ଚଳିତ ନଭେମ୍ବର ୪ରୁ ବିଧାନସଭା ଆଗରେ ଲଢେଇ ଜାରି ରଖିଛନ୍ତି ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ହଜାର ହଜାର ସଭ୍ୟସଭ୍ୟାମାନେ । ଆନେ୍ଦାଳନକୁ ୧୯ ଦିନ ବିତିଲା ପରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆଗ ଧାରଣାସ୍ଥଳରେ ଥିବା ସଂଘର ଟେଣ୍ଟରେ ଶୁକ୍ରବାର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମାନ ବିଶ୍ୱାଳ ଅତ୍ୟନ୍ତ କ୍ଷୋଭର ସହିତ କହିଥିଲେ ଯେ, ଚଳିତ ଜୁଲାଇ ଓ ଅଗଷ୍ଟ ମାସରେ ବିଭାଗୀୟ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପଦାଧିକାରମାନଙ୍କ ସହିତ ଆଲୋଚନା, ତା’ପରେ ୩୦ ଜିଲ୍ଲାରୁ ପଞ୍ଚାୟତିରାଜ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବା ପରେ ଚଳିତ ନଭେମ୍ବର ୪ ତାରିଖରୁ ଏକ ବିଶାଳ ରାଲି ସହିତ ୧୯ ଦିନ ଧରି ରାଜରାସ୍ତାରେ ହଜାର ହଜାର ଗାଁସାଥୀ ପଡ଼ି ରହିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହିତ ଦୁଇଥର ସାକ୍ଷାତ୍ ଆଲୋଚନା ପରେ ଏଯାବତ୍ ସଂଘର ୫ ଦଫା ଦାବିର ସମାଧାନ ପାଇଁ ପ୍ରତିଶ୍ରୁତି ମିଳୁଛି, ମାତ୍ର ବିଭାଗୀୟ ପ୍ରମୁଖ ସଚିବଙ୍କ ଅନୁପସ୍ଥିତି ପାଇଁ ସମାଧାନର ରାସ୍ତା ବାହାରିପାରୁ ନାହିଁ । ଏଣୁ ଏହାର ପ୍ରତିବାଦ ତଥା ସଂଘର ଦାବିଗୁଡ଼ିକର ଆଶୁ ସମାଧାନ ଦାବିରେ ସଂଗଠନ ତରଫରୁ ଚଳିତ ନଭେମ୍ବର ୨୫ ତାରିଖରେ ସଂଘର ଧାରଣାସ୍ଥଳସ୍ଥ୍ିତ ୧୧ (କ) ଟେଣ୍ଟ ଆଗରେ ଗାଁସାଥୀ ସଂଘର ହଜାର ହଜାର ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ ସଂଗଠକମାନେ ଏକତି୍ରତ ହୋଇ ପ୍ରଥମେ ଏକ ମଧ୍ୟାହ୍ନ ପର୍ଯ୍ୟନ୍ତ ଧାରଣାରେ ବସିିବେ । ସେଦିନ ସଂଘର ସରକାରଙ୍କ ସାଥୀରେ ତୃତୀୟବାର ଆଲୋଚନା ହେବା ଲାଗି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ । ଯଦି ସେହି ଆଲୋଚନା ଅନୁଯାୟୀ ୨୫ ନଭେମ୍ବର ମଧ୍ୟାହ୍ନ ସୁଦ୍ଧା ସଂଘର ୫ ଦଫା ଦାବିରେ ଯଥାର୍ଥ ସମାଧାନର ପଥ ପ୍ରସ୍ତୁତ ନ ହୁଏ, ତେବେ ସେଦିନ ଅପରାହ୍ନ ୨ ଘଟିକାରେ ହଜାର ହଜାର ଗାଁସାଥୀ ନିଜ ଧାରଣାସ୍ଥଳସ୍ଥିତ ଟେଣ୍ଟରୁ ବାହାରି ଏକ ରାଲି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ ଓ ଆଲୋଚନା କରିବା ଲାଗି ନବୀନ ନିବାସ ଯିବେ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି ।
ଚଳିତ ମାସ ୨୦ ତାରିଖ ଦିନ ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ ଗାଁସାଥୀଙ୍କ ପ୍ରତି ହୋଇଥିବା ଅବି·ରର ସୁବି·ର ଲାଗି ବିଧାନସଭାରେ ଏକ ପ୍ରଭାବୀ ଢଙ୍ଗରେ ପ୍ରାୟ ୩୦ ମିନିଟ୍ ସମୟ ନେଇ ପ୍ରଶ୍ନ ଉତ୍ଥାପନ କରିଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ । ଏଣୁ ଆଜିର ସାମ୍ବାଦିକ ସମ୍ମିଳନୀ ଜରିଆରେ ଗାଁସାଥୀ ସଂଗଠକମାନେ ବିରୋଧୀ ଦଳ ନେତା ମହୋଦୟଙ୍କୁ ଏବଂ ତାଙ୍କ ସହିତ ପ୍ରଶ୍ନ ଉତ୍ଥାପନ ପାଇଁ ସହଯୋଗ କରିଥିବା ଅନ୍ୟ ସମସ୍ତ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*