ରାଜନୀତି ପଶାପାଲିରେ ସାନବାଙ୍କ ସାହି ମୁଷ୍ଟିମେୟଙ୍କ ବିକାଶକୁ ବିରୋଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
କୋରେଇ

ରାଜନିତୀର ପଶାପାଲିରେ ଛନ୍ଦିହୋଇ ପଡୁଛି ଗାଁ ଠୁ ସହର । ଗାଁର ବିକାଶକୁ ବିରୋଧ କରୁଛନ୍ତି କିଛି ମୁଷ୍ଟିମେୟ ଲୋକ । ଶେଷରେ ଏହାକୁ ବିରୋଧ କରିବାକୁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରପୁର ପଞ୍ଚାୟତର ସାନ ବାଙ୍କସାହି ଗ୍ରାମରେ । ସାନବାଙ୍କ ସାହି ଗ୍ରାମର ରାସ୍ତା ଦୂରାବସ୍ଥାକୁ ଦେଖି ଚର୍ତୁଦଶ ଅର୍ଥ କମିଶନ ଅର୍ଥରେ ମାଟିଆସାହି ଠାରୁ ପନ୍ଦା ସାହି ପର୍ଯ୍ୟନ୍ତ ୩ ଲକ୍ଷ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଅର୍ଥରେ ଆରଡି ରାସ୍ତା ଠାରୁ ମହାପାତ୍ର ସାହି ସାଢେ ୩ ଲକ୍ଷ ଟଙ୍କର ଅନୁଦାନ ଆସିଥିଲା । ପୂର୍ବରାସ୍ତାର ଦୂରାବସ୍ଥା ଦେଖି ଏହାର କାର୍ଯ୍ୟ ମଧ୍ୟ ସରିଛି । ମାତ୍ର ହୀନ ରାଜନୈତିକ ଉଦେ୍ଦ୍ୟଶ ରଖି କିଛି ମୁଷ୍ଟିମେୟ ଲୋକ ଉକ୍ତ ରାସ୍ତା ଉପରେ ବିନା କାରଣରେ ୧୪୪ ଧାରା ଲାଗୁ କରିଛନ୍ତି । କିନ୍ତୁ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ ।
ଗ୍ରାମର ବିକାଶକୁ ତ୍ୱରାନ୍ୱିତ କରାଯାଉଥିବା ବେଳେ ଏଭଳି ଚକ୍ରାନ୍ତ ଯୋଗୁ ଗ୍ରାମ ବିକାଶରେ ବାଧକ ସାଜିଛି । ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ୱାର୍ଡ ସଭ୍ୟ ସନ୍ତୋଷ ସାହୁଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଏକତ୍ରୀତ ହୋଇ ଏଭଳି ହୀନ ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଏକଜୁଟ ହେବା ସହ ଏ ସର୍ମ୍ପକରେ ଜିଲ୍ଲାପାଳଙ୍କ ଲିଖିିତ ଅଭିଯୋଗ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*