ରାଜନୀତିରେ ଯୋଗ ଦେବା ନେଇ ଭଦ୍ରାଙ୍କ ସଙ୍କେତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ନୂଆଦିଲ୍ଲୀ
ନିକଟରେ ଗାନ୍ଧୀ ପରିବାରର ଅନ୍ୟତମ ସଦସ୍ୟ ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଉତ୍ତରପ୍ରଦେଶର ସାଧାରଣ ସଚିବ(ପୂର୍ବାଞ୍ଚଳ) ଭାର ଗ୍ରହଣ କରିଛନ୍ତି । ଆଉ ଏବେ ଚର୍ଚ୍ଚା ହେଉଛି ଯେ ପ୍ରିୟଙ୍କାଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରା ରାଜନୀତିରେ ଯୋଗ ଦେବେ । ତାଙ୍କର ଫେସବୁକ୍‌ ପୋଷ୍ଟରୁ ଏପ୍ରକାର ସଙ୍କେତ ମିଳୁଛି । ସେ ଜନତାଙ୍କ ସେବା ପାଇଁ ବଡ ଧରଣର ଭୂମିକା ନିର୍ବାହ କରିବାକୁ ଚାହୁଁଥିବା ସଂପର୍କରେ ବୋଲି ଫେସବୁକ୍‌ରେ ପୋଷ୍ଟ କରିବା ପରେ ସମ୍ଭବତଃ ସେ ରାଜନୀତିରେ ଯୋଗ ଦେବା କଥା ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । “ମାସ ମାସ ଏବଂ ବର୍ଷବର୍ଷ ଧରି ସେ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟ କରିଛନ୍ତି । ହେଲେ ଉତ୍ତରପ୍ରଦେଶବାସୀଙ୍କ ପାଇଁ ଅଧିକ କିଛି କରିବା ପାଇଁ ମୋ ମନରେ ଇଚ୍ଛା ଜାଗ୍ରତ ହେଉଛି, ସେମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛି । ସେମାନଙ୍କଠାରୁ ମୋତେ ଯେଉଁ ନିରାଟ ଭଲ ପାଇବା, ସମ୍ମାନ ମିଳିଛି, ସେଥିପାଇଁ ସେମାନଙ୍କଠାରେ ମୁଁ ନତମସ୍ତକ । ଏତେ ବର୍ଷର ଅଭିଜ୍ଞତା ଏବଂ ଜ୍ଞାନ କେବେବି ବୃଥା ହୋଇପାରିବ ନାହିଁ, ଏହାର ସୁବିନିଯୋଗ ହେବା ଆବଶ୍ୟକ । ମୋ ଉପରେ ଲାଗିଥିବା ଆରୋପ ଏବଂ ଅଭିଯୋଗ ଶେଷ ହୋଇଗଲା ପରେ ମୁଁ ନିଜକୁ ଜନତାଙ୍କ ସେବାରେ ଉତ୍ସର୍ଗ କରିବି”ବୋଲି ଭଦ୍ର ରବିବାର ଏକ ଫେସବୁକ୍‌ ପୋଷ୍ଟରେ ଲେଖିଥିଲେ ।
ଭଦ୍ରାଙ୍କ ଏପ୍ରକାର ପୋଷ୍ଟ ପରେ ଗଣମାଧ୍ୟମ ମଧ୍ୟ ତାଙ୍କର ରାଜନୀତିରେ ପ୍ରବେଶ ବାବଦ ସତ୍ୟତା ସଂପର୍କରେ ଜାଣିବାକୁ ଚାହିିଁଥିଲା । ପରେ ସେ ଗଣମାଧ୍ୟକୁ କହିଥିଲେ ଯେ, ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ ମୋର ରାଜନୀତିରେ ରହିବା କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଯଦି ମୋର ରାଜନୀତିରେ ଯୋଗଦାନ ଦ୍ୱାରା ସେମାନଙ୍କର ଜୀବନରେ କିଛି ବଡ ଧରଣର ପରିବର୍ତ୍ତନ ହେଉଛି, ତେବେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାକୁ ଚାହିଁବି । କିନ୍ତୁ ମୋର ରାଜନୀତିରେ ପ୍ରବେଶ ବାବଦ ନିଷ୍ପତ୍ତି ଦେଶର ଜନତା ନେବେ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ଭଦ୍ରାଙ୍କ ଏପ୍ରକାର ଘୋଷଣା ପରେ ତାଙ୍କ ଉପରେ ସର୍ବଦା ମନି ଲନ୍ଦି୍ରିଂ, ଜମି ଘୋଟାଲାର ଆରୋପ ଲଗାଉଥିବା ଭାଜପା ଏହାକୁ ସହଜରେ ଗ୍ରହଣ କରିପାରିନାହିଁ । ଭାଜପା ବିଦ୍ରୁପ କରି ଟୁଇଟ୍‌ କରିଛି ଯେ, ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭଦ୍ରା ହେଉଛନ୍ତି କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*