ରାଜନୀତିରେ ଆଦୌ ତିଷ୍ଠି ପାରିବେନି କମଲ ଓ ରଜନୀ : ଏଆଇଏଡିଏମ୍‌କେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଚେନ୍ନାଇ

ନିଜ ସମୟର ପ୍ରଖ୍ୟାତ ନେତା ରଜନୀକାନ୍ତଙ୍କ ସହ ରାଜନୈତିକ ଯାତ୍ରାରେ ହାତ ମିଳେଇବେ ବୋଲି ବୁଧବାର ପୁଣି ଥରେ କହିଛନ୍ତି ବିଶିଷ୍ଟ ଅଭିନେତା ତଥା ଏମ୍‌ଏନ୍‌ଏମ୍‌ ପ୍ରତିଷ୍ଠାତା କମଲ ହାସନ । ତେବେ ତାଙ୍କର ସେହି ଘୋଷଣାକୁ ସମ୍ପୂର୍ଣ୍ଣ ଖାରଜ କରିଛି ଶାସନ କରୁଥିବା ଏଆଇଏଡିଏମ୍‌କେ । କମଲ ଓ ରଜନୀକାନ୍ତଙ୍କୁ ରାଜନୀତିରେ ମରିଚିକା ବୋଲି ଏଆଇଏଡିଏମ୍‌କେ ଅବିହିତ କରି ଏମାନେ ସମ୍ପୂର୍ଣ୍ଣ ବିଫଳ ରହିବେ ବୋଲି କହିଛି । ଉପମୁଖ୍ୟମନ୍ତ୍ରୀ ଓ ପନିରସିଲଭମ୍‌ ବୁଧବାର କହିଛନ୍ତି କମଲ ଓ ରଜନୀ ହାତ ମିଳାଇଲେ ମଧ୍ୟ ରାଜନୀତି ମଇଦାନରେ କିଛି କରିପାରିବେ ନାହିଁ । ଆମ ଦଳର ସ୍ଥିତି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏ ଦୁହେଁ ମରିଚିକା, ତେଣୁ ଏମାନଙ୍କୁ ପାଣି ବୋଲି ବିଶ୍ୱାସ କରୁଥିବା ବ୍ୟକ୍ତିମାନେ ପରେ ଦୁଃଖିତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବୁଧବାର କମଲ ହାସନ ସାମ୍ବାଦିକମାନଙ୍କୁ କହିଥିଲେ ମୋ ବନ୍ଧୁ ରଜନୀକାନ୍ତ ଆଉ ମୁଁ ଏକା ଭାବନାରେ ଅଛୁ । ତାମିଲନାଡ଼ୁ ସକାଶେ ହାତ ମିଳାଇବାର ସମୟ ଆସିଛି । ଆମେ କେବଳ ରାଜନୀତି କରିବାକୁ ଆସିନାହୁଁ । ଆମେ ତାମିଲନାଡ଼ୁର ବିକାଶ ପାଇଁ ଆସିଛୁ ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*