ରାଜନୀତିକୁ ଆସିବାର ପୁଣି ସଂକେତ ଦେଲେ ଭଦ୍ରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଭିଣୋଇଁ ରବଟ ଭଦ୍ରା ରାଜନୀତିକୁ ଆସୁଥିବା ଖବରକୁ ପୂର୍ବରୁ ଖାରଜ କରିଦେଇଛନ୍ତି । ହେଲେ ପୁଣି ଥରେ ଭଦ୍ରା ରାଜନୀତିକୁ ଆସିଥିବା ନିଜ ଇଚ୍ଛାକୁ ଦୋହରାଇଛନ୍ତି ।
ଫେସ୍‌ବୁକ୍‌ ପୋଷ୍ଟ ପରେ ସୋମବାର ଭଦ୍ରା ଗଣମାଧ୍ୟମକୁ କହିଛନ୍ତି ଯେ, ଭବିଷ୍ୟତରେ ମୁଁ ରାଜନୀତିକୁ ଯିବା ଦିଗରେ କାମ କରିବି । ରାଜନୀତିକୁ ଆସିବା ପାଇଁ ମୁଁ କୌଣସି ତରତର ନାହିଁ ସମୟ ଦେଖି ନିଷ୍ପତ୍ତି ନେବି । ରବିବାର ଭଦ୍ରା ନିଜ ଫେସବୁକ୍‌ ପୋଷ୍ଟରେ ରାଜନୀତିକୁ ଆସୁଥିବାର ସଂକେତ ଦେଇଥିଲେ । ସେ ଲେଖିଥିଲେ ଯେ, ମୁଁ ଲୋକଙ୍କ ସେବା ପାଇଁ ବଡ଼ ଭୂମିକା କିପରି ନେଇପାରିବି ସେଦିଗରେ ବିଚାର କରୁଛି । ତାଙ୍କର ଏହି ବାର୍ତ୍ତା ପରେ ସେ ମୁରାଦାବାଦରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି ଚର୍ଚ୍ଚା ପରେ ତୁରନ୍ତ କଂଗ୍ରେସ ପକ୍ଷରୁ ଭଦ୍ରାଙ୍କ ନିର୍ବାଚନ ଲଢିବା ପ୍ରସଙ୍ଗକୁ ଖାରଜ କରାଯାଇଥିଲା । କଂଗ୍ରେସର ଏହି ସୂଚନା ପରେ ଭଦ୍ରା ସୋମବାର କହିଛନ୍ତି ଯେ, ପ୍ରଥମେ ମୁଁ ମୋ ଉପରେ ଲାଗିଥିବା ତଥ୍ୟହୀନ ଅଭିଯୋଗ ଉପରୁ ନିଜକୁ ମୁକ୍ତ କରିବାର ଚାହୁଁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*