ରାଜନଙ୍କ ସମୟରେ ଖରାପ ସ୍ଥିତିରେ ପହଞ୍ଚିଥିଲା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଦେଶର ଆର୍ଥିକ ସ୍ଥିତିକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ନିୟମିତ ସମାଲୋଚନା କରି ଆସୁଛନ୍ତି । ଏବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଜବାବ ରଖିଛନ୍ତି । କଲମ୍ବିଆ ବିଶ୍ୱବିଦ୍ୟାଳୟରେ ନିଜ ଅଭିଭାଷଣ ସମୟରେ ସୀତା ରମଣ କହିଛନ୍ତି ଯେ, ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଏବଂ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶାସନ କାଳ ସମୟରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସ୍ଥିତି ସବୁଠୁ ଖରାପ ରହିଥିଲା । ଏବେ ସରକାରଙ୍କ ପ୍ରାଥମିକତା ହେଉଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପୁର୍ନଜୀବିତ କରିବା ।
ସୀତା ରମଣ କହିଥିଲେ ଯେ, ରଘୁରାମ ରାଜନ ସେହି ସମୟରେ ଆରବିଆଇର ଗଭର୍ଣ୍ଣର ଥିଲେ ଯେତେବେଳେ ରାଜନେତାମାନଙ୍କର ଗୋଟିଏ ଫୋନ କଲରେ ସରକାରୀ ବ୍ୟାଙ୍କ ପକ୍ଷରୁ ଋଣ ଦିଆଯାଉଥିଲା । ଆଉ ସେହି ଦିନର ଘଟଣା ପାଇଁ ଆଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସବୁ ଦନ୍ଦ ପାଉଛନ୍ତି । ଡକ୍ଟର ମନମୋହନ ସିଂହ ସେହି ସମୟରେ ପ୍ରଧାନମନ୍ତ୍ରୀ ଥିଲେ । ମୁଁ ରାଜନଙ୍କୁ ଜଣେ ବଡ ସ୍କଲାର ଭାବେ ସମ୍ମାନ ଜଣାଏ । ସେ ଏପରି ଏକ ସମୟରେ ଆରବିଆଇର ଗଭର୍ଣ୍ଣର ବନିଥିଲେ, ଯେତେବେଳେ ଭାରତର ଅର୍ଥ ବ୍ୟବସ୍ଥା ବେଶ୍‌ ମଜବୁତ ଥିଲା । ମାତ୍ର ରାଜନେତାଙ୍କ ଫୋନ କଲ୍‌ ଏବଂ ତୁରନ୍ତ ଋଣ ମଞ୍ଜୁର ବ୍ୟବସ୍ଥା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଦୁର୍ବଳ କରିଥିଲା । ସୂଚନା ଯୋଗ୍ୟ ଯେ, ନିକଟରେ ରଘୁରାମ ରାଜନ ସରକାରଙ୍କ ଆର୍ଥିକ ନୀତିକୁ ନେଇ କଡା ସମାଲୋଚନା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*