ରାଜଧାନୀରେ ହତ୍ୟା!ଗାଡ଼ିରୁ ଯୁବକଙ୍କ ମୃତଦେହ ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜଧାନୀରେ ପୁଣି ହତ୍ୟା । ଟାଟାଏସ୍‌ସିଇ ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ ହେବା ଘଟଣା ସୋମବାର ସକାଳୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯୁବକଙ୍କୁ କେହି ହତ୍ୟା କରିବା ପରେ ଗାଡିରେ ଛାଡି ପଳାଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଟାଟାଏସ୍‌ସିଇ ଭିତରୁ ଯୁବକଙ୍କ ମୃତଦେହକୁ ଜବତ କରିଛି । ମୃତ ଯୁବକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲାର କୃଷ୍ଣ ପ୍ରଧାନ(୩୦) । ସେ ପରିବାର ସହ ଲକ୍ଷ୍ମୀସାଗର ଥାନା ଚିନ୍ତାମଣୀଶ୍ୱର ରଙ୍ଗଗୋବରୀ ବସ୍ତିରେ ରୁହେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ କୃଷ୍ଣଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ତାଙ୍କ ପୁଅକୁ ବସ୍ତିର କିଛି ଯୁବକ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ଗାଡିରେ ଛାଡି ପଳାଇଛନ୍ତି । ଏନେଇ ଆମେ ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକଙ୍କୁ ପଚାରିବାରୁ ସେ କହିଥିଲେ ମୃତ କୃଷ୍ଣ ପ୍ରଧାନଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । କୃଷ୍ଣଙ୍କ ସହ ସେହି ବସ୍ତିର କିଛି ଯୁବକଙ୍କ ମଧ୍ୟରେ ୩ ଦିନ ପୂର୍ବରୁ ଝଗଡା ହୋଇଥିବାରୁ ତାଙ୍କୁ କାଳେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବେ କହିହେବ ନାହିଁ । ଆମେ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରୁଛୁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିଛି । ପାରିପଶ୍ୱର୍ିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାନ୍ଦ ହୋଇଥାଏ ପାରେ । ଏଠାରେ ପ୍ରଶ୍ନ ଉଠୁଛି ଯେ, କୃଷ୍ଣ ପ୍ରଧାନଙ୍କ ମୃତଦେହ ଗାଡି ଭିତରେ ପଡିଥିବା ବେଳେ ଗାଡିର ବ୍ୟାଟେରୀ ଓ ଅନ୍ୟାନ୍ୟ ଜିନିଷ ଚୋରି ହେଲା କିପରି । କିଏ ଓ କାହିଁକି ଜିନିଷକୁ ଚୋରି କରି ନେଇ ପଳାଇଗଲା । କୃଷ୍ଣଙ୍କୁ ହତ୍ୟା କରିବା ପରେ ଗାଡିରୁ ଜିନିଷପତ୍ର ଦୁର୍ବୃତ୍ତମାନେ ଲୁଟି ନେଇ ପଳାଇନାହାନ୍ତି ତ । ଏହିଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ସମୟରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବା ଘଟଣାକୁ ପରିବାର ଲୋକେ ସ୍ୱାଗତ କରିଛନ୍ତିି । ହେଲେ ପୁଲିସ କୃଷ୍ଣ ପ୍ରଧାନ ମୃତୁ୍ୟ ଘଟଣାକୁ ଉପରକୁ ପରଦା ହଟାଉଛି କି ନାହିଁ ତାହା ଦେଖିବାର କଥା ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର କୃଷ୍ଣ ପ୍ରଧାନ(୩୦) । ସେ ପରିବାର ସହ ଲକ୍ଷ୍ମୀସାଗର ଥାନା ଚିନ୍ତାମଣୀଶ୍ୱର ରଙ୍ଗଗୋବରୀ ବସ୍ତିରେ ରୁହେ । କୃଷ୍ଣଚନ୍ଦ୍ରଙ୍କ ଏକ ଟାଟାଏସ୍‌ସିଇ ଓଡି-୦୨-ବିଡି-୨୨୦୩ ରହିଛି । କୃଷ୍ଣ ଚନ୍ଦ୍ର ତାଙ୍କ ଗାଡିକୁ ଷ୍ଟେସନବଜାର ଦୁର୍ଗାମନ୍ଦପ ନିକଟରେ ଠିଆ କରନ୍ତି । ସେହିଠାରେ କିଛି ଯୁବକଙ୍କ ସହ ୩ ଦିନ ତଳେ ଝଗଡା ହୋଇଥିଲା । ଏହାକୁ ନେଇ ଟେନସନରେ ଥିଲେ କୃଷ୍ଣଚନ୍ଦ୍ର । ରବିବାର କର୍ଫୁ୍ୟ ରାତ୍ରୀରେ ଗାଡିକୁ ଧରି କୃଷ୍ଣ ଦୁର୍ଗାମନ୍ଦପ ନିକଟକୁ ଆସିଥିଲେ । ବିଳମ୍ବିତ ରାତି ହୋଇଥିଲେ ମଧ୍ୟ ସେ ଘରକୁ ଯାଇନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ । ସୋମବାର ସକାଳୁ ସକାଳୁ ଗାଡି ଭିତରେ ଜଣେ ମରି ପଡିଥିବା ସ୍ଥାନୀୟ ଲୋକେ ଟୁପୁରୁଟାପୁର ହେଉଥିଲେ । ଖବର ପହଞ୍ଚôଥିଲା ଲକ୍ଷ୍ମୀସାଗର ଥାନାରେ । ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଦେଖିବା ବେଳକୁ ଗାଡିର ସମ୍ମୁଖ ଭାଗରେ ଜଣେ ଯୁବକ ମୁହାଁମାଡି ଭିତରେ ମରି ପଡିଛନ୍ତି । ପରେ ଯୁବକଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲା । କୃଷ୍ଣଙ୍କ ମୃତୁ୍ୟକୁ ପରିବାର ଲୋକେ ସହଜରେ ବିଶ୍ୱାସ କରି ପାରୁନଥିଲେ । ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ସାହିର କିଛି ଯୁବକ ହତ୍ୟା କରିଛନ୍ତି ବୋଲିି ସେମାନେ ଦାବି କରିଥିଲେ । ଏହାକୁ ନେଇ ଦୁର୍ଗାମନ୍ଦପ ସମ୍ମୁଖ୍‌ରେ ତୀବ୍ର ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ମୃତ କଷ୍ଣଙ୍କ ପରିବାର ଲୋକଙ୍କୁ ବୁଝାଇବା ସହ ତୁମ ପୁଅ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କିଏ ହତ୍ୟା କରିଛି ପୁଲିସ ଖୋଳତାଡ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ । ପରିବାର ଲୋକଙ୍କ ଅଭିଯୋଗ ପାଇବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନ ଭିନ ଆରମ୍ଭ କରିଛି । ପୁଲିସ ସ୍କାନନରେ କୃଷ୍ଣଙ୍କ ଦୁଇ ସହଯୋଗୀ ଥିବା ଜଣାପଡିଛି । ଦୁଇ ସାଙ୍ଗଙ୍କୁ ପୁଲିସ ଥାନାକୁ ଆଣି ଜେରା କରିବା ପରେ ସେମାନେ ସତ ଓଗାଳିବେ ବୋଲି ପୁଲିସ ଆଶା ରଖିଛି । ଅନ୍ୟ ପଟେ ରାଜଧାନୀ ଉପଖନ୍ଦ ଜଟଣୀ ଥାନା ଯାଁଳା ଫାନ୍ଦି କାଇମାଟିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଯାଁଳା ଫାନ୍ଦି ପୁଲିସ ଜବତ କରିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ ଯୁବକ ଜଣଙ୍କ ହେଲେ କାଇମାଟିଆ ଗ୍ରାମର ଟିକନ ପ୍ରହରାଜ । ଟିକନଙ୍କ ମୃତୁ୍ୟକୁ ନେଇ ଅନେକ ସନେ୍ଦହ ଘନିଭୂତ ହେଉଥିବାବେଳେ ପୁଲିସର ତଦନ୍ତକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ । ଟିକନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ କହୁଥିବାବେଳେ ଏହା ଏକ ସୁକଳ୍ପିତ ହତ୍ୟା କାନ୍ଦ ବୋଲି ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପଟେ ପୁଲିସ ଅପମୃତୁ୍ୟ ମାମଲା ରୁଜୁୁ କରି ଚୁପ୍‌ ବସିବା ଘଟଣା ତଦନ୍ତ ଦିଗକୁ ବାଟବଣା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଏହିଭଳି ସମୟରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୁଣି ଏକ ହତ୍ୟାକାନ୍ଦ ଘଟଣା ଲୋକଙ୍କ ମନରେ ଭୟ ସଂଚାର ସୃଷ୍ଟି କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*