ରାଜଧାନୀରେ ଲକଡାଉନ୍ ଜାରି ବ୍ୟାରିକେଡ଼୍ ମୁକ୍ତ ହେଲା ଭୁବନେଶ୍ୱର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା ହେବାର ଅବ୍ୟବହିତ ପୂର୍ବରୁ ସମଗ୍ର ରାଜଧାନୀ ରାସ୍ତାରୁ ବ୍ୟାରିକେଟ୍ ହଟେଇ ଦିଆଯାଇଛି । ସହରର ବିଭିନ୍ନ ଗହଳି ଛକ ଓ ରାସ୍ତା ମଝିରେ ସମ୍ପୂର୍ଣ୍ଣ ବାଡ ବୁଜାଯାଇ ବନ୍ଦ କରାଯାଇଥିଲା । ବାଣୀବିହାର, ରାଜମହଲ, କଳିଙ୍ଗ ହସ୍ପିଟାଲ ଛକ ପାଖ ରାସ୍ତା, ଜୟଦେବ ବିହାର, ଫାୟାରଷ୍ଟେସନ୍, ଭିଏସଏସ୍ ନଗର, ପୁରୁଣା ଭୁବନେଶ୍ୱର, ଖନ୍ଦଗିରି, ଶିରିପୁର, ଚଙ୍କେଇଶିଆଣି, ରୁପାଲି ପ୍ରଭୃତି ଛକରେ ଦୀର୍ଘ ମାତ୍ରାଧିକ କାଳ ବ୍ୟାରିକେଟ୍ ବନ୍ଧା ହୋଇ ରହିଥିବାବେଳେ ତାକୁ ହଟାଇବାପାଇଁ ଦୁଇଦିନ ଲାଗିଲା । ରବିବାର ସନ୍ଧ୍ୟାରେ କେନ୍ଦ୍ର ସରକାର ଚତୁର୍ଥ ଲକ୍ଡାଉନ୍ ଘୋଷଣା କଲେ । ଏଥିରେ ଅନେକ କଥା କୋହଳା କରାଯାଇ ଥିବାବେଳେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି । ରାତ୍ରୀକଳୀନ କଫ୍ୟୁ ମଧ୍ୟ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଏହି ପରିପ୍ରେକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ସମେତ ବିଭିନ୍ନ ସହରର ମୁଖ୍ୟ ରାସ୍ତା ଗୁଡିକରୁ ବ୍ୟାରିକେଟ୍୍ ଖୋଲି ଦିଆଯାଇଛି । ଏହା ଦ୍ୱାରା ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଯାତାୟତ ସ୍ୱଭାବିକ ହେବ । ପଥଚାରୀ ବ୍ୟାରିକେଟ୍ ପାଇଁ ଯେଉଁ ସମସ୍ୟାର ସମ୍ମୁଖିନ ହେଉଥିଲେ ସେଥିରୁ ସେ ମୁକ୍ତ ହୋଇଛନ୍ତି । ହେଲେ ମହାମାରୀ କରୋନା ପାଇଁ ଲାଗୁ କରାଯାଇଥିବା ନିୟମକୁ ଉଲ୍ଲଂଘନ କଲେ ବର୍ଷେ ଜେଲ୍ ଦନ୍ଦ ବୋଲି ସ୍ପଷ୍ଟ କରାଯାଇଛି । ସାମାଜିକ ଦୂରତା ଉପରେ କମିଶନରେଟ୍‌ ପୁଲିସ ଜୋର ଦେଉଛି । ଚାରି ଦିନ ତଳେ ବାପୁଜୀନଗର ମାର୍କେଟରେ ଲୋକେ ସାମାଜିକ ଦୂରତା ଭୁଲି ପୁଳା ପୁଳା ବୁଲିବା ପରେ ବିଏମ୍‌ସି ପକ୍ଷରୁ ଏହାକୁ ବନ୍ଦ କରି ଦିଆଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*