ରାଜଧାନୀରେ ପୁଣି ସକି୍ରୟ ଡ୍ରଗ୍ସ ବେପାରୀ ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଦୁଇ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଲେଣି ଡ୍ରଗ୍ସ ବେପାରୀ । କମିଶନରେଟ୍ ପୁଲିସକୁ ଚକମା ଦେଇ ଅପରାଧୀମାନେ ଲକ୍ଷଲକ୍ଷ ଟଙ୍କାର ଧଳାଜହର ଆଣି ରାଜଧାନୀରେ ବିକି୍ର କରୁଛନ୍ତି । କିଛି ଡ୍ରଗ୍ସ ମାଫିଆଙ୍କୁ ପୁଲିସ ଗିରଫ କରୁଥିବାବେଳେ ଆଉ କିଛି ପୁଲିସକୁ ଚକମା ଦେଇ ଖସି ପଳାଉଛନ୍ତି । ୧୩ ଲକ୍ଷ ଟଙ୍କାର ୧୩୦ ଗ୍ରାମ ବ୍ରାଉନସୁଗାର ଧରି ଦୁଇ ଜଣ ଭୁବନେଶ୍ୱରକୁ ବିକ୍ରି ପାଇଁ ଆସୁଥିବାବେଳେ ଖବରପାଇ ସ୍ପେଶାଲ୍ ସ୍କ୍ୱାର୍ଡ ଓ ସହିଦନଗର ଥାନା ପୁଲିସ ତାଙ୍କୁ କାବୁ କରି ନେଇଥିଲେ । ଗିରଫ ଦୁଇ ଜଣ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଗଡିସାଗୋଦା ଥାନା ଅନ୍ତର୍ଗତ ଖୁଂଟିଆ ବାଣପୁର ଗ୍ରାମର ନିକୁଞ୍ଜ ଜଗଦେବ(୫୦) ଓ ସେହି ଅଚଂଳ ଭାତପଡା ଗ୍ରାମର ଧିରେନ୍ଦ୍ର ଜୟସିଂ(୩୮) । ସେମାନେ ବ୍ରାଉନସୁଗାର ଖୁଚୁରା ବ୍ୟବସାୟୀଙ୍କୁ ହସ୍ତାନ୍ତର କରୁଥିବାବେଳେ ଗିରଫ ହୋଇଥିବା ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସେମାନେ ବ୍ୟବହାର କରୁଥିବା ଆପାଚି ବାଇକ୍ ଓ ଦୁଇଟି ସେଲ୍ ଫୋନ୍ ମଧ୍ୟ ଜବତ ହୋଇଛି । ଦୁହେଁ ବ୍ରାଉନସୁଗାର କେଉଁଠୁ ଆଣି ଭୁବନେଶ୍ୱର ଖୁଚୁରା ବ୍ୟବସାୟୀଙ୍କୁ ଦେବାପାଇଁ ଆସୁଥିଲେ ତାହା ଜାଣିବାପାଇଁ ଅନୁସନ୍ଧାନ ଜାରି ରହିଛି । ସୂଚନାଯୋଗ୍ୟଯେ, ଚଳିତବର୍ଷ ଭୁବନେଶ୍ୱରରୁ ଯେଉଁ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ ଜବତ ହେଲାଣି ତାହା ପୂର୍ବ ବର୍ଷ ମାନଙ୍କରେ ହୋଇନଥିଲା । ନିଶା ମାଫିଆ ଭୁବନେଶ୍ୱରକୁ ଟାର୍ଗେଟ କରି କାରବାର କରାଉଛନ୍ତି । ଯେଉଁ ଅନୁସାରେ କାରବାର ବଢୁଛି ସେହି ଅନୁପାତରେ ମାଲ୍ ମଧ୍ୟ ଜବତ ହେଉଛି । କେତେବେଳେ କ୍ରାଇମବ୍ରାଚଂ ଏସଟିଏଫ୍ ତ ଆଉ କେତେବେଳେ ପୁଲିସ ଓ ଅବକାରୀ ସୂଚନା ପାଇ ନିଶା ବାହକଙ୍କୁ ଗିରଫ କରୁଛନ୍ତି । ଗିରଫଦାରୀ ଓ ଜବତ ପରିମାଣ ବଢୁଥିଲେ ମଧ୍ୟ କାରବାର ଠମୁ ନାହିଁ । ପଡୋଶୀ ରାଜ୍ୟ ଦେଇ ବ୍ରାଉନସୁଗାର ବାଲେଶ୍ୱର, ଜଳେଶ୍ୱର ପରେ କଟକ, ଭୁବନେଶ୍ୱର,ପୁରୀ,ଖୋର୍ଦ୍ଧା ଓ ଗଞ୍ଜାମକୁ ଚାଲାଣ ହେଉଛି । ମାଫିଆମାନେ ଯେଉଁ ଅନୁସାରେ ସତର୍କ ହେଉଛନ୍ତି ପୁଲିସ ଚଢାଉ ମଧ୍ୟ ସେହି ଅନୁପାତରେ ବଢୁଛି । ଦୁଇ ଅଭିଯୁକ୍ତଙ୍କୁ ଏନ୍ଡିପିଏସ୍ ଦଫାରେ କୋର୍ଟ ଚାଲାଣ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*