ରାଜକୁମାର ବତାଇଲେ ନିଜ ସଂଘର୍ଷର କାହାଣୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିଜର ନିଖୁଣ ଅଭିନୟ ପାଇଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଜକୁମାର ରାଓ ନିକଟରେ ନିଜ ସଂଘର୍ଷର କାହାଣୀ ବତାଇଛନ୍ତି । ଏକ ସାକ୍ଷାତକାର ଅବସରରେ ସେ ଅନେକ ସଂଘର୍ଷ କରି ବର୍ତ୍ତମାନର ସ୍ଥାନରେ ପହଞ୍ଚିପାରିଛନ୍ତି ବୋଲି କହିଛନ୍ତି । ସ୍କୁଲ ସମୟରେ ତାଙ୍କ ପାଖରେ ଫି’ ଭରିବାକୁ ଟଙ୍କା ନଥିଲା । ଦୀର୍ଘ ବର୍ଷ ଧରି ସ୍କୁଲ ଶିକ୍ଷକମାନେ ତାଙ୍କ ଫି ଭରିଥିଲେ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ, ମୁମ୍ବାଇରେ ରହିବା ସମୟରେ ଏପରି ଅନେକ ଦିନ ଥିଲା, ଯେଉଁସମୟରେ ତାଙ୍କୁ ଖାଇବାକୁ ମିଳିନଥିଲା ବୋଲି ମଧ୍ୟ କହିଛନ୍ତି ।
ଇନ୍ଦଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବା ପୂର୍ବରୁ ରାଜକୁମାର ରାଓ ଏକ ଛୋଟ ଘରେ ରହୁଥିଲେ । ସେତେବେଳେ ସେ ଉକ୍ତ ଘର ପାଇଁ ୭ହଜାର ଟଙ୍କା ଭଡା ଦେଉଥିଲେ, ଯାହାକି ତାଙ୍କ ପାଇଁ ବହୁତ ଅଧିକ ଥିଲା । ମୁମ୍ବାଇରେ ରହିବା ପାଇଁ ତାଙ୍କୁ ୧୫ରୁ ୨୦ ହଜାର ଟଙ୍କା ଦରକାର ହେଉଥିଲାବେଳେ ତାଙ୍କ ପାଖକୁ ସେତେବେଳେ ବ୍ୟାଙ୍କ୍‌ ଖାତାରେ ୧୮ ଟଙ୍କା ଥିବାର ମେସେଜ୍‌ ଆସିଥିଲା ବୋଲି ସେ କହିଛନ୍ତି । ଏପରି ଅନେକ ସମୟ ଆସିଥିଲା, ଯେତେବେଳେ ଭୋକରେ ରହିବାକୁ ପଡିଥିଲା ବୋଲି ରାଜକୁମାର ନିଜ ଜୀବନର ଅଙ୍ଗେନିଭା କଥା କହିଛନ୍ତି ।
ଜାତୀୟ ପୁରସ୍କାର ବିଜେତା ରାଜକୁମାର ରାଓଙ୍କ ଅନୁଯାୟୀ, ସେ ଅଭିନେତା ହୁଅନ୍ତୁ ବୋଲି ତାଙ୍କ ବାପାମା’ଙ୍କର ସ୍ୱପ୍ନ ଥିଲା । ଆଉ ଆଜି ସେ ନିଜ ବାପାମା’ଙ୍କର ସ୍ୱପ୍ନ ପୂରଣ କରିପାରିଛନ୍ତି । ୨୦୧୦ ମସିହାରେ ଲଭ, ସେକ୍ସ ଏବଂ ଧୋକା ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ରାଜକୁମାର ରାଓ ଏଯାବତ ନିଜ ଅଭିନୟ ପାଇଁ ୧୯ ଆୱାର୍ଡ ଜିତିସାରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*