ରଙ୍ଗିଲା ରାଜା ଘରେ ଏସ୍‌ଟିଏଫ୍‌ର ଚଢାଉ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଏସଟିଏଫ୍‌ ଜାଲରେ କୁଖ୍ୟାତ ନିଶା ବେପାରୀ ସେକ୍‌ ରାଜା ଓରଫ ରଙ୍ଗିଲା ରାଜା । ରାଜା ଗିରଫ ହେବା ପରେ ପରେ ଗୋଟିଏ ପରେ ଗୋଟିଏ ଗୁମର କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି । କ୍ରାଇମ୍‌ବ୍ରାଞ୍ଚ ରାଜାକୁ ରିମାନ୍ଦରେ ଆଣି ଜେରା କରିବା ତାର ସହଯୋଗୀମାନଙ୍କ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି । ସେହିଭଳି ରବିବାର ଦିନ କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଟିମ୍‌ ରାଜାର ବାଲେଶ୍ୱର ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ରାଜା ଘରୁ କ୍ରାଇମ୍‌ବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ରାଜାର ସମ୍ପତ୍ତି ୮୫ ହଜାର କୋଟିରୁ ଅଧିକ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ସୁରାକ୍‌ ପାଇଛି । ନିଶା ବ୍ୟବସାୟୀ କରି ରାଜାର ବାଲେଶ୍ୱରରେ ବିଳାଶପୂର୍ଣ୍ଣ ଘର ନିର୍ମାଣ କରିଛି । ହେଲେ ସେ ଏତେ ଟଙ୍କା ଆଣିଲା କେଉଁଠୁ,ରାଜା ଖାଲି ନିଶା ବ୍ୟବସାୟ କରୁଥିଲା ନାଁ ଅନ୍ୟ ଅପରାଧୀମାନଙ୍କ ସହ ମିଶି ଅନ୍ୟ କିଛି କରୁଥିଲା ତାର ଖୋଳତାଡ କରୁଛି କ୍ରାଇମ୍‌ବ୍ରାଞ୍ଚ । ରବିବାର ଦିନ ରାଜାକୁ କ୍ରାଇମବ୍ରାଞ୍ଚ ତାଙ୍କ ଘରକୁ ନେଇ ପରିବାର ଲୋକଙ୍କ ସହ ଜେରା କରିଥିଲା । ୭ ଦିନିଆ କ୍ରାଇମ୍‌ବ୍ରାଞ୍ଚ ରିମାନ୍ଦରେ ଥିବା ରାଜାର ରିମାନ୍ଦ ଅବଧି ରବିବାର ଦିନ ସରିଯାଇଥିବାରୁ ସୋମବାର ଦିନ କ୍ରାଇମ୍‌ବ୍ରାଞ୍ଚ ରାଜାକୁ କୋର୍ଟରେ ପ୍ରଡୁ୍ୟସ କରିବ । ଆଉ କିଛି ପେଶାଦାର ଅପରାଧୀଙ୍କ ରାଜା ଲିଙ୍କ୍‌ରେ ଥିବାରୁ କ୍ରାଇମ୍‌ବ୍ରାଞ୍ଚ ପୁଣି ଥରେ ତାଙ୍କୁ ରିମାନ୍ଦରେ ଆଣି ଜେରା କରିବ ବୋଲି ଜଣାପଡିଛି । ରାଜା ନିକଟରୁ କ୍ରାଇମ୍‌ବ୍ରାଞ୍ଚ ଗୋଟିଏ ବନ୍ଧୁକ, ଗୁଳି, ୧୫ଲକ୍ଷ ଟଙ୍କାର ବ୍ରାଉନସୁଗାର, ୧ଲକ୍ଷ ଟଙ୍କା ଓ ମୋବାଇଲ ଆଦି ଜବତ ହୋଇଥିଲା । ପୂର୍ବରୁ ଖନ୍ଦଗିରି ଥାନା ପୁଲିସ ଗିରଫ କରିଥିବା ସନ୍ତୋଷ ପନ୍ଦା ଓ ସୁଶାନ୍ତଙ୍କୁ ଗିରଫ କରିବା ପରେ ସେମାନେ ଖୋଲି ଦେଇଥିଲେ ରାଜାର ଗୁମର । ଏମାନଙ୍କ ସୂଚନାକୁ ଆଧାର କରି କ୍ରାଇମ୍‌ବ୍ରାଞ୍ଚ ରାଜାକୁ ଧରିବାରେ ସଫଳ ହୋଇଥିଲା । ସନ୍ତୋଷ ନିକଟରୁ ପୁଲିସ ୩୦ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ନଗଦ ୨ଲକ୍ଷ ୨୧ ହଜାର ଟଙ୍କା ଜବତ କରିଥିଲା । ରାଜା ମଧ୍ୟ ନିଶା ବେପାରୀଙ୍କ ଜଣେ ଡିଲରଭାବେ କାମ କରୁଥିଲା ।
ସୂଚନାଯୋଗ୍ୟ ଯେ,ନିଶା ବେପାରିଙ୍କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଏସ୍ଟିଏଫକୁ ମାଫିଆ ସେକ ରାଜା ସମ୍ପର୍କରେ ସୁରାକ ମିଳିଥିଲା । ରାଜା ରାଜ୍ୟ ବାହାରେ ରହି ଓଡ଼ିଶାରେ ବ୍ରାଉନସୁଗାର କାରବାର କରୁଥିଲା । ବିଶେଷ କରି ନେପାଳ ଓ ଆଫଗାନୀସ୍ତାନରୁ ବ୍ରାଉନ ସୁଗାର ଓଡ଼ିଶାକୁ ଆଣି ବିକ୍ରି କରୁଥିଲା । ନିଶା କାରବାର ବାଦଶାହା ବାଲେଶ୍ୱରର ସହଦେବଖୁଣ୍ଟା ଅଞ୍ଚଳରେ ରହି ଅନ୍ଦରୱାଲଡ ଓ ଅନ୍ତଃର୍ଜାତୀୟ ନିଶା ମାଫିଆଙ୍କ ସହ ଯୋଗସୁତ୍ର ରଖୁଥିବା ଏସ୍ଟିଏଫ୍କୁ ସୁରାକ ମିଳିବା ପରେ ତାକୁ ଧରିବା ଲାଗି ଜାଲ ବିଛାଇଥିଲା । ଜେରା ବେଳେ ସେ ରାଜ୍ୟ ତଥା ଦେଶ ବାହାରୁ ନିଶା ଆମଦାନୀ କରୁଥିବା ସ୍ୱୀକାର କରିଛି । ତେବେ ବିଦେଶ ଲିଙ୍କ ନେଇ ସେ କିଛି କହୁନଥିବା ବେଳେ ଏସଟିଏଫ ତାକୁ ରିମାନ୍ଦରେ ନେଇ ତଥ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ୯ ତାରିଖ ଦିନ ଏସଟିଏଫ ଅଭିଯୁକ୍ତ ରାଜାକୁ କୋର୍ଟ ଚାଲାଣ କରିଥିବା ବେଳେ ୭ଦିନ ରିମାନ୍ଦରେ ନେବାକୁ ଆବେଦନ କରିଥିଲା । କୋର୍ଟ ରାଜାକୁ ୭ ଦିନିଆ ରିମାନ୍ଦରେ ନେବାକୁ ଅନୁମତି ଦେଇଥିଲେ । କ୍ରାଇମ୍‌ବ୍ରାଞ୍ଚ ରାଜାକୁ ରିମାନ୍ଦରେ ନେଇ ଜେରା କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*