ରଙ୍ଗଶାଳାରେ ଥିଲେ କେଉଁ ରାଜନେତା? ସିସିଟିଭି ରେକର୍ଡିଂ ବନ୍ଦ ଥିଲା କାହିଁକି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଯାଜପୁର ଜିଲ୍ଲା ହଠାତ୍‌ ଆଉ ଏକ ନୂଆ ପରିଚୟ ପାଇଲା ରଙ୍ଗଶାଳାକୁ ନେଇ । ଏହି ରଙ୍ଗଶାଳା ଯେଉଁଠି ଉଡୁଛି ବିଜଦ ପତାକା, ସେଠି ପିଇଓ ସ୍ମିତାରାଣୀଙ୍କ ସନେ୍ଦହଜନକ ମୃତୁ୍ୟ ଘଟିଥିଲା ବୁଧବାର । ରଙ୍ଗଶାଳାରେ ବିଜଦ ପତାକା ଉଡୁଥିବାରୁ ଜିଲ୍ଲାରୁ ରାଜଧାନୀ ଚଳଚଞ୍ଚଳ ହୋଇପଡିଥିଲା । ଆଉ ଏହି ଚଳଞ୍ଚଳର ପରିଣାମ ଦେଖିବାକୁ ମିଳିଥିଲା ଶନିବାର ଜିଲ୍ଲା ଏସପି ଚରଣ ସିଂହ ମୀନାଙ୍କ କ୍ଷେତ୍ରରେ । ସେ ଜଣେ ମୃତାଙ୍କ ଚରିତ୍ର ସଂହାର କରିବାକୁ ପଛାଇ ନଥିଲେ, ଅପରାଧୀଙ୍କ ମୁଖପାତ୍ର ସାଜି ମତ ଦେଇଥିଲେ । ଏହି ଅଭିଯୋଗ ସବୁଠି । ହେଲେ ବଡ ପ୍ରଶ୍ନ ହେଉଛି ରଙ୍ଗଶାଳାକୁ ସ୍ମିତାରାଣୀ ଯିବା ସମୟରେ ଥିଲେ ଆଉ କେଉଁକେଉଁ ମାନେ ? ଅନ୍ୟ ପ୍ରଶ୍ନଟି ହେଉଛି ସିସିଟିଭି ଠିକ୍‌ ଥିଲା ନା ବନ୍ଦ ଥିଲା ।
ରଙ୍ଗଶାଳାରେ ସିସିଟିଭି ଲାଗିଛି ସତ । ତେବେ ଏହା ଘଟଣା ସମୟରେ ବନ୍ଦ ଥିଲା ନା ଚାଲୁଥିଲା । ଯଦି ବନ୍ଦ ଥିଲା, ତେବେ କାହିଁକି ବନ୍ଦ ଥିଲା ? ଆଉ ଯଦି ଚାଲିଥିଲା ତେବେ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ଏହାକୁ ଏସପି ମୀନା ଦେଖିଥିଲେ କି?
ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ ବୁଧବାର ସିସିଟିଭି ଚାଲୁଥିଲା ମାତ୍ର ସ୍ମିତାରାଣୀଙ୍କ ରଙ୍ଗଶାଳା ପ୍ରବେଶ ପୂର୍ବରୁ ଏହାକୁ ବନ୍ଦ କରାଯାଇଥିଲା । ସେତେବେଳେ ଏଥିପାଇଁ ବନ୍ଦ କରାଯାଇଥିଲା ବୋଲି ସନେ୍ଦହ କରାଯିବାର କାରଣଟି ହେଉଛି ସେଠାରେ ଜଣେ ନେତା ବି ଥିଲେ ।
ରଙ୍ଗଶାଳାରେ ରାମକୋର ଜଣେ ଅଫିସର ଥିବା ଘଟଣା ଘଟିବା ପରଠାରୁ କୁହାଯାଉଛି । ତେବେ ଏହି ଅଫିସର ଜଣକ କ’ଣ ସରପଞ୍ଚଙ୍କ ସ୍ୱାମୀଙ୍କୁ ଅର୍ଥାତ୍‌ ଜେଲ ଯାଇଥିବା ରୂପେଶ ଭଦ୍ରାଙ୍କୁ ଦେଖା କରିବାକୁ ଆସିଥିଲେ? ନିଶ୍ଚିତ ଭାବେ କୌଣସି ନେତାଙ୍କୁ ଦେଖା କରିବାକୁ ସେ ଯାଇଥିଲେ । ହେଲେ ସେ ନେତା ଜଣକ କିଏ?
କୁହାଯାଉଛି ଭତ୍ତା ବାଣ୍ଟି ଫେରିବା ପରେ ସ୍ମିତାରାଣୀଙ୍କୁ ରଙ୍ଗଶାଳାକୁ ଡକାଯାଇଥିଲା । ସେଠାରେ ଭୋଜିଭାତର ଆୟୋଜନ ହୋଇଥିଲା । ଏଠି ମଧ୍ୟ ପ୍ରଶ୍ନ ଉଠୁଛି ଭୋଜିଭାତ କ’ଣ ପାଇଁ କରାଯାଇଥିଲା ? ଆଉ ଏହି ଭୋଜିରେ କେଉଁମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା ।
ସିସିଟିଭିକୁ ନେଇ ନିରବ ରହିଛନ୍ତି ଏସପି ମୀନା । ଏହି ସିସିଟିଭିରୁ ଅନେକ ଭିତିରି କଥା ପଦାକୁ ଆସିଥାନ୍ତା । କାରଣ ରଙ୍ଗଶାଳାରେ ରଙ୍ଗୀନ କାର୍ଯ୍ୟ ଆଜି ନୁହେଁ, ବର୍ଷ ବର୍ଷ ଧରି ଚାଲିଛି । ସରପଞ୍ଚଙ୍କ ସ୍ୱାମୀ ବେଆଇନ ଜମିରେ ରଙ୍ଗଶାଳା ନିର୍ମାଣ କରି ଏହାକୁ ବିଜଦ କାର୍ଯ୍ୟାଳୟ କରିଥିଲେ, ଆଉ ଏହି କାର୍ଯ୍ୟାଳୟକୁ ବିଜଦର ନେତାମାନଙ୍କର ଅବାଧ ପ୍ରବେଶ ଥିଲା । ହେଲେ ଘଟଣା ଦିନ ବନ୍ଦ କରାଯାଇଥିଲା କି ସିସିଟିଭି ? କୁହାଯାଉଛି ପୂର୍ବରୁ ସ୍ମିତାରାଣୀଙ୍କ ଉପରେ ଅନେକ ମାନସିକ ଚାପ ସୃଷ୍ଟି କରାଯାଉଥିଲା । ହୋଇଥାଇପାରେ କିଛି ଭିଡିଓ ମାଧ୍ୟମରେ ସ୍ମିତାରାଣୀଙ୍କୁ ବ୍ଲାକମେଲ୍‌ କରାଯାଉଥିବାରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି । ମାତ୍ର ଏହା ମଧ୍ୟ ହୋଇପାରେ ଉକ୍ତ ଦିନ ସ୍ମିତାରାଣୀଙ୍କ ସହ ଜବରଦସ୍ତ ସମ୍ପର୍କ ପାଇଁ ପୂର୍ବରୁ ବଡ ଯୋଜନା ହୋଇଥିବାରୁ ତାଙ୍କ ଆଗମନ ପୂର୍ବରୁ ସିସିଟିଭି ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଆଲୋଚନା ହେଉଛି ସ୍ମିତାରାଣୀଙ୍କ ସହ ଅନୈତିକ ସମ୍ପର୍କ ପରେ ଏହାର ଭିଡିଓ ବନାଯାଇଥିଲା, ଏହି ଭିଡିଓକୁ ସ୍ମିତାରାଣୀ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଗଲା ।
ସନେ୍ଦହ ମଧ୍ୟ ଏବେ ଏସପି ମୀନାଙ୍କ ଉପରେ । କାରଣ ସେ ଯେଉଁ ଗାଡିରେ ମୃତା ସ୍ମିତାରାଣୀଙ୍କ ଶବକୁ ବୁହାଯାଇଥିଲା ସେ ଗାଡିକୁ ଜବତ କରିନାହାନ୍ତି । ସିସିଟିଭି ସମ୍ପର୍କରେ ମଧ୍ୟ ପଦୁଟିଏ ସୂଚନା ଦେଇନାହାନ୍ତି । ତେବେ ସତରେ କ’ଣ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ଯେ, ଏସପି ମୀନା ଅପରାଧିଙ୍କ ପ୍ରବକ୍ତା ସାଜିଛନ୍ତି ତାହା କ’ଣ ସତ? ସତରେ କଣ ସେ ରାଜନୈତିକ ଚାପରେ ଚାପି ହୋଇ ଘଟଣାର ମୋଡ ବଦଳାଇବା ଧାରାରେ ନିଜକୁ ସାମିଲ କରିଛନ୍ତି ।
ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା
ଯାଜପୁର ଏସପି ମୀନା ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି । ଚାର୍ଜସିଟ୍‌ ଦାଖଲ ହେବା ପୂର୍ବରୁ ଏସପି ପ୍ରେସ ବିବୃତିରେ ଏହାକୁ ଆତ୍ମହତ୍ୟା ଦର୍ଶାଇ ଏକ ଭୟଙ୍କର ଷଡ଼ଯନ୍ତ୍ର କରିଛନ୍ତି । ତେଣୁ ଏସପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାଜ୍ୟ ପୁଲିସ ମହାନିଦେ୍ର୍ଦଶକଙ୍କୁ ଭେଟି ଅନୁରୋଧ କରିଛି ଭାଜପା ପ୍ରତିନିଧି ଦଳ ।
ଭାଜପା ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ବିଭୁ ତରାଇ, ରାଜ୍ୟ ସମ୍ପାଦକ ଦିଲୀପ ମଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ରବିବାର ପୁଲିସ ମହାନିଦେ୍ର୍ଦଶକଙ୍କୁ ଭେଟି କହିଛନ୍ତି ଯେ, ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୁକ୍ତ ରୂପେଶଙ୍କ ବିବୃତିକୁ ନିଜେ ଏସପି ଦୋହରାଇବା ଅତ୍ୟନ୍ତ ନିନ୍ଦନୀୟ । ଦୋଷୀ ବିଜଦର ପ୍ରଭାବଶାଳୀ ନେତାମାନଙ୍କୁ ଖସାଇ ଦେବାର ଷଡ଼ଯନ୍ତ୍ର ଚାଲିଛି । ଜଣେ ମହିଳାଙ୍କ ମୃତୁ୍ୟ ପରେ ତାଙ୍କ ଚରିତ୍ର ହନନ କରି ପରିବାରର ଏବଂ ଚାରିବର୍ଷର ଶିଶୁକନ୍ୟାର ମାନବାଧିକାରକୁ ଉଲଙ୍ଘନ କରାଯାଇଛି, ତେଣୁ ଏସପିଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ସେହିପରି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ଯେ, ରୂପେଶଙ୍କୁ ଗିରଫ କରାଯାଇଥିଲା ବେଳେ ଅନ୍ୟ ୪ଜଣଙ୍କୁ ପୁଲିସ କାହିଁକି ଗିରଫ କଲା ନାହିଁ ? ସ୍ମିତାରାଣୀଙ୍କ ସ୍ୱାମୀ ସୁଶୀଲ ବିଶ୍ୱାଳ ଏବଂ ତାଙ୍କର ଦୁଇ ଭାଇଙ୍କୁ ଘଣ୍ଟାଘଣ୍ଟା ପୁଲିସ ବସାଇ ପାଣି ଟୋପେ ନଦେଇ ଅମାନୁଷିକ ଭାବେ ମାନସିକ ସ୍ତରରେ ନିର୍ଯାତନା ଦେବା କେଉଁ ତଦନ୍ତ ପରିସରଭୁକ୍ତ ଅଟେ । ସେ ପ୍ରଶ୍ନ କରିଛନ୍ତି ଯେ, କାହିଁକି ଏହି ହତ୍ୟାକାନ୍ଦରେ ରାମକୋ ଅଧିକାରୀଙ୍କ ହାତ ଅଛି ନା ନାହିଁ, ତାହାର ତଦନ୍ତ କରାଯାଉନାହିଁ । କାହିଁକି ଗେଷ୍ଟ ହାଉସକୁ ସିଜ୍‌ କରାଯାଇନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*