ଯେଉଁ ଅଞ୍ଚଳ ଯେତେ ଆଗୁଆ, ସେ ସେତେ ବିକଶିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ସାଲେପୁର

ମଧୁସୂଦନ ଭବନ ଠାରେ ସାଲେପୁର କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ନିଯୁକ୍ତି ପତ୍ର ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ନିମ୍ନ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୟଦ ଜାକି ଅମିନ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ନିଯୁକ୍ତିପତ୍ର ବଣ୍ଟନ ମେଳାରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ଶିକ୍ଷକମାନେ ଦେଶର ମେରୁଦନ୍ଦ । ଶିକ୍ଷା କ୍ଷେତ୍ରରେ ଯେଉଁ ଅଞ୍ଚଳ ଯେତେ ଆଗୁଆ ସେହି ଅଞ୍ଚଳ ବିଭିନ୍ନ କ୍ଷେତ୍ରରେ ସେତିକି ବିକଶିତ ହୋଇଥାଏ ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀ ମାନଙ୍କୁ ନିଷ୍ଠାର ସହ ଶିକ୍ଷାଦାନ କରିବା ସହ ବିଦ୍ୟାଳୟର ପରିବେଶର ଯତ୍ନ ନେବା ଉପରେ ଗୁରୁତ୍ୱ ଦେବା ପାଇଁ ସେ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସାଲେପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା, ସାଲେପୁର ମନ୍ଦଳ ଶିକ୍ଷା ଅଧିକାରୀ ପ୍ରେମଲତା ନାୟକ, ଅତିରିକ୍ତ ମନ୍ଦଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ, ଅବସରପ୍ରାପ୍ତ ଅତିରିକ୍ତ ମନ୍ଦଳ ଶିକ୍ଷା ଅଧିକାରୀ ରଜନୀକାନ୍ତ ଦାଶ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ବେହେରା ୫୭ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ ।
ଏହି ଅବସରରେ ଶିକ୍ଷକ ଗୌରଚରଣ ଭୂୟାଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କନିଷ୍ଠ ଶିକ୍ଷକ ସଂଘର ସଭାପତି ଦେବଦତ୍ତ ଦାଶ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଜଣେ ଦୃଷ୍ଟିହୀନ ଶିକ୍ଷୟିତ୍ରୀ ନିଜର ନିଯୁକ୍ତିପତ୍ର ଆଣିବା ପାଇଁ ମଞ୍ଚକୁ ଯିବାକୁ ସକ୍ଷମ ହୋଇନପାରିବାରୁ ବିଧାୟକ ଶ୍ରୀ ବେହେରା ମଞ୍ଚ ତଳକୁ ଆସି ନିଜେ ଶିକ୍ଷୟିତ୍ରୀ ଜଣକୁ ନିଯୁକ୍ତିପତ୍ର ଦେବା ଘଟଣାକୁ ଶିକ୍ଷକ ମହଲରେ ଭୂରି ଭୂରି ପ୍ରଶଂସା କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*