ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଭାରତୀୟ ରେଡ଼କ୍ରସ୍ ସୋସାଇଟିର ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ନିଳାଚଳ ପଲିଟେକ୍ନିକ ଭୂବନେଶ୍ୱରଠାରେ ଏକ ୫ ଦିନିଆ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କର ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଅଛି । ଏହି ଶିବିରି ଆସନ୍ତା ୨ ତାରିଖ ଯାଏ ଚାଲିବ । ଦେଶାତ୍ମବୋଧକ ଭାବନା, ଏକତା ମନୋଭାବ, ଜାତୀୟ ସଂହତିର ଉଦେ୍ଦଶ୍ୟ, ସ୍ୱେଚ୍ଛାସେବୀ ମାନଙ୍କର ଜ୍ଞାନ ଅଭିବୃଦ୍ଧି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରଯାଇଛି ।
ଏହି ପ୍ରଶିକ୍ଷଣ ଶିବିରରେ ପ୍ରଥମ ଥର ପାଇଁ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ୩୦୦ ସ୍ୱେଚ୍ଛାସେବୀ ଓ କାଉନସେଲର ମାନେ ଅଂଶଗ୍ରହଣ କରିଛନ୍ତି । ଉକ୍ତ ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସମାଜ ସେବା କ୍ଷେତ୍ରରେ ଅଙ୍ଗିକାରବଦ୍ଧତାକୁ ଭୂୟସୀ ପ୍ରଶଂସା କରିଥିଲେ । ସ୍ୱେଚ୍ଛାସେବୀମାନଙ୍କୁ ଆୟୁଧ କରି ସମାଜର ସମସ୍ତ ସମସ୍ୟା ଗୁଡିକୁ ସମାଧାନ କରିବା ସହ ଏକ ସଚେତନ ସ୍ୱାବଲମ୍ବୀ ସମାଜ ଗଠନ ଦିଗରେ ରେଡକ୍ରସର ସ୍ୱେଚ୍ଛାସେବୀ ମାନେ ନିଜକୁ ନିୟୋଜିତ କଲେ ନିଜର ତଥା ସମାଜର ମଙ୍ଗଳ ସାଧିତ ହେବ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୃତ ଦିବ୍ୟାଙ୍ଗ ରେଡକ୍ରସ ସ୍ୱେଚ୍ଛାସେବୀ ପ୍ରଦୀପ କୁମାର ବାରିକଙ୍କ ମାଆଙ୍କୁ ରେଡକ୍ରସ ତରଫରୁ ୧୫୦୦୦ଟଙ୍କାର ର ଆର୍ଥିକ ସହାୟତା ଚେକ ଆକାରରେ ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*