ଯୁବା ସାଫ୍‌ କପ୍‌: ଭାରତ ଚମ୍ପିଆନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କାଠମାଣ୍ଡୁ

ରବିବାର ଦିନ ଏକ ଚିତ୍ତାକର୍ଷକ ମ୍ୟାଚରେ ବଢ଼ିଆ ପ୍ରଦର୍ଶନ କରି ଭାରତୀୟ ୧୮ ବର୍ଷରୁ କମ୍‌ ଜାତୀୟ ଦଳ ସାଫ୍‌ ୧୮ ବର୍ଷରୁ କମ୍‌ ଚମ୍ପିଆନ୍‌ସିପ୍‌ରେ ଟାଇଟଲ ଜିତିଛି । ଭାରତ ପକ୍ଷରୁ ବିକ୍ରମ ପ୍ରତାପ ସିଂ ଏବଂ ରବି ବାହାଦୂର ରାଣା ଗୋଲ କରିଥିଲା ବେଳେ ବାଂଲାଦେଶ ପକ୍ଷରୁ ୟାସିନ୍‌ ଆରାଫାତ୍‌ ଦେଇଥିଲେ ଗୋଲ୍‌ । ସାଫ୍‌ ୧୮ ବର୍ଷରୁ କମ୍‌ ଫୁଟବଲ ପ୍ରତିଯୋଗିତାରେ ଭାରତର ଏହା ପ୍ରଥମ ଟାଇଟଲ । ପ୍ରାରମ୍ଭ ମିନିଟରୁ ଆକ୍ରମଣରେ ଯାଇଥିବା ଭାରତ ପ୍ରଥମରୁ ପାଇଥିଲା ଫାଇଦା । ନିଜ ମାର୍କରଙ୍କୁ ଚକମା ଦେଇ ବିକ୍ରମ ପ୍ରତାପ ସିଂ ଦ୍ୱିତୀୟ ମିନିଟରେ ଶକ୍ତିଶାଳୀ ସଟ୍‌ ଦ୍ୱାରା ଗୋଲ କରିଥିଲେ । ଖେଳର ୪୦ତମ ମିନିଟରେ ଆରାଫତ୍‌ ଗୋଲ କରିବାରୁ ଖେଳର ସ୍ଥିତି ବରାବର ହୋଇଯାଇଥିଲା । ତେବେ ଖେଳ ସରିବାର କିଛି ସେକେନ୍ଦ ପୂର୍ବରୁ ୩୦ ଫୁଟ ଦୂରରୁ ଜୋରଦାର ସଟ୍‌ ଲଗାଇ ରବି ବାହାଦୂର ଭାରତ ପାଇଁ ବିଜୟୀ ଗୋଲ ସ୍କୋର କରିଥିଲେ । ଭାରତର ଏନ୍‌ ମିତେଇଙ୍କୁ ପ୍ରତିଯୋଗିତାର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି । ୧୫ ବର୍ଷରୁ କମ୍‌ ଭାରତୀୟ ଦଳ ସାଫ୍‌ ୧୫ ବର୍ଷରୁ କମ୍‌ ପ୍ରତିଯୋଗିତାରେ ଗତ ଅଗଷ୍ଟ ମାସରେ ବାଂଲାଦେଶକୁ ହରାଇ ଚମ୍ପିଆନ୍‌ ହୋଇଥିଲା । ୧୬ ବର୍ଷରୁ କମ୍‌ ଦଳ ଏଏଫ୍‌ସି କପରେ ଯୋଗ୍ୟତା ଅର୍ଜନ କରିଛି । ୧୯ ବର୍ଷରୁ କମ୍‌ ଦଳ ମଧ୍ୟ ଚମକ୍ରାର ଫର୍ମରେ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*