ଯୁବକଙ୍କୁ ଛୁରିଭୁଷି ହତ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀ ଉପକଣ୍ଠ ଜଟଣୀ ଅଞ୍ଚଳ । ୧୫ ଦିନ ଭିତରେ ଦୁଇଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଅତି ବିଭତ୍ସ ଭାବେ ହତ୍ୟା କରିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଜଟଣୀରେ ଘଟିଛି ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବୃଦ୍ଧ ଜଣେ ଯୁବକଙ୍କୁ ଛୁରୀଭୁଷି ହତ୍ୟା କରିଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ଜଟଣୀ ଥାନା ନିକଟସ୍ଥ ବିକାଶନଗର ରାକେଶ ତ୍ରିପାଠୀ । ରାକେଶଙ୍କ ପେଟ ଓ ମୁହଁରେ ଶକ୍ତ ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ଜଟଣୀ ଥାନା ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚô ମୃତଦେହକୁ ଜବତ କରିଛି । ରାକେଶଙ୍କ ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇବା ସହ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀ ବୃଦ୍ଧଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଆରମ୍ଭ କରିଛି । ଏନେଇ ରାକେଶଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି ଯେ, ପଡୋଶୀ ଘରର ବଣିଆ ସାହୁ ଓ ତାଙ୍କର ୩ ପୁଅ ମିଶି ମୋ ପୁଅକୁ ମାରି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜଟଣୀ ଥାନା ନିକଟସ୍ଥ ବିକାଶନଗର ଗ୍ରାମରେ ରୁହନ୍ତି ରାକେଶ ତି୍ରପାଠୀ(୪୫) । ରାକେଶଙ୍କ ପଡେଶୀ ଭାବେ ବଣିଆ ସାହୁ ଓ ତାଙ୍କର ୩ ପୁଅ ରୁହନ୍ତି । ଡ୍ରେନ ପାଣି ରାସ୍ତାରେ ଯିବାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି କଳହ ଲାଗି ରହିଥିଲା । ଏହି କଳହ ଶୁକ୍ରବାର ସକାଳେ ଉଗ୍ରରୂପ ଧାରଣ କରିଥିଲା । ଗାଁ ଦାନ୍ଦରେ ବଣିଆଙ୍କ ପୁଅଙ୍କ ୩ ପୁଅ ବଳିଆ ସାହୁ ଓ ରାକେଶଙ୍କ ପିଟାପିଟି ହୋଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ରାକେଶ ବଳିଆଙ୍କ ମୁନ୍ଦକୁ ଏକ ପଥରରେ ଛେଚି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ବଳିଆ ଘରକୁ ଦୌଡିଯାଇ ଏକ ଛୁରି ଆଣି ରାକେଶଙ୍କ ପେଟକୁ ଭୁଷି ଦେଇଥିଲେ । ପରେ ଅନ୍ୟ ଭାଇମାନେ ମିଶି ରାକେଶଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ଦାନ୍ଦରେ ପଡି ରହିଥିଲେ ରାକେଶ । ଗାଁର ଲୋକମାନେ ଉଦ୍ଧାର କରି ତାଙ୍କୁ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପଟେ ଗୁରୁତର ବଳିଆଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ମୁନ୍ଦରେ ଶକ୍ତ ଆଘାତ ଲାଗିବାରୁ ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି । ପୁଲିସ ରାକେଶଙ୍କ ମୃତଦେହକୁ ଜବତ କରିବା ସହ ହତ୍ୟା ମାମଲା ରୁଜୁ କରିଛି । ରାକେଶଙ୍କୁ ଛୁରି ଭୁଷି ଥିବା ଯୁବକ ହତ୍ୟା କରିଥିବାରୁ ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଏନେଇ ଜଟଣୀ ଥାନା ଅଧିକାରୀ କହିଛନ୍ତି ଯେ, ହତ୍ୟାକାରୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଥିବାରୁ ସେ ଭଲ ହୋଇ ଆସିବା ଘଟଣାର କାରଣ ଜଣାପଡିବ । ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*