ଯୁଦ୍ଧର ଧମକ ଦେଲେ ଇମ୍ରାନ, ଶନିବାର ଜବାବ ରଖିବ ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନ୍ୟୁୟର୍କ

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବକ୍ତବ୍ୟ ରଖିବାର କିଛି ସମୟ ପରେ ଜାତିସଂଘର ବିଶେଷ ଅଧିବେଶନରେ ନିଜ ଭାଷଣ ଦେବାର ସମୟ ପାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ନାଁ ନନେଇ ଆତଙ୍କବାଦକୁ ଘେରିଥିଲା ବେଳେ ଇମ୍ରାନ ସମସ୍ତ ସୌଜନ୍ୟତା ଦୂର କରି ଭାରତର ନାଁ ନେଇ ଘେରିବାକୁ କରିଥିଲେ ଚେଷ୍ଟା । ଏହି ବିଶେଷ ଅଧିବେଶନ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ବିକାଶ ଉପରେ ଆଧାରିତ ଥିଲାବେଳେ ସେସବୁ କଥା ନକହି ଇମ୍ରାନ କାଶ୍ମୀର ପ୍ରସଙ୍ଗ ଉଥାପନ କରିବା ସହ ଭାରତ ବିପକ୍ଷରେ ଯୁଦ୍ଧର ଧମକ ଦେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଏହି ବକ୍ତବ୍ୟ ପରେ ଭାରତ ଏହାର ଜବାବ ରଖିବା ଲାଗି ନିଷ୍ପତ୍ତି ନେଇଛି । ଜବାବ ରଖିବାର ଅଧିକାରକୁ ବ୍ୟବହାର କରି ଇମ୍ରାନଙ୍କ ଭାଷଣକୁ ଘେରିବା ସକାଶେ ସ୍ଥିର କରିଛି ଭାରତ । ସୂଚନା ମୁତାବକ ଶନିବାର ସ୍ଥାନୀୟ ସମୟ ରାତି ୯ଟା ତଥା ଭାରତୀୟ ସମୟ ପାଖାପାଖି ସକାଳ ୭ଟା ବେଳେ ଭାରତକୁ ନିଜ ପକ୍ଷ ରଖିବାକୁ ମିଳିବ ସୁଯୋଗ । ଅନୁମାନ କରାଯାଉଛି ଭାରତ ଦୃଢ଼ତାର ସହ ଇମ୍ରାନଙ୍କ ଜବାବ ଦେବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ଅଭିଭାଷଣରେ ପାକିସ୍ତାନରେ କୌଣସି ଆତଙ୍କବାଦୀ ଗୋଷ୍ଠୀ ନାହାନ୍ତି ବୋଲି କହି ଭାରତର ଅଭିଯୋଗକୁ ଖାରଜ କରିବା ପାଇଁ ଚେଷ୍ଟା କରିଥିଲେ । ଭାରତ ଲୋକମାନଙ୍କୁ ମୌଳବାଦୀ ହେବା ପାଇଁ ପ୍ରେରିତ କରୁଛି ବୋଲି ଅଭିଯୋଗ କରିଥିଲେ ଇମ୍ରାନ । କାଶ୍ମୀର କଥାକୁ ଉଠାଇ କର୍ଫୁ୍ୟ ହଟିଲେ ରକ୍ତପାତ ହୋଇଯିବ ବୋଲି କହିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତାହାହେଲେ ଏହା ଦୁଇ ଦେଶର ସୀମା ଭିତରେ ଆବଦ୍ଧ ହେବ ନାହିଁ ବୋଲି ଇମ୍ରାନ କହିବା ସାଙ୍ଗକୁ ପୁଣିଥରେ ନିଜ ଭାଷଣରେ ପରମାଣୁ ବୋମାର ଧମକ ଦେବାକୁ କରିଥିଲେ ଚେଷ୍ଟା । ତେବେ ବିଡମ୍ବନାର ବିଷୟ ଭାରତର ପ୍ରଧାନମନ୍ତ୍ରୀ ଶାନ୍ତି ଓ ସଂହତିର ବାର୍ତ୍ତା ନିଜ ଭାଷଣରେ ରଖିଥିଲା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଠିକ୍‌ ତାହାର ଓଲଟା ଯୁଦ୍ଧର କଥା କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*