ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ନୀଳଗିରି

ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ କେବି ସୁଦର୍ଶନ ଚକ୍ରବର୍ତ୍ତି ଓ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର କୁମାରଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଅଛି ।
ଏହି ଶିବିରରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦୁ୍ୟତ୍ , ପାନୀୟଜଳ, ଜଳସେଚନ, କୃଷି, ଉଦ୍ୟାନ, ବାସସ୍ଥାନ ବିଜୁପକ୍କାଗୃହ, ରେସନକାର୍ଡ, ଜାତି, ବାସସ୍ଥାନ ଓ ଆୟ ପ୍ରମାଣପତ୍ର, ଆଇନ ଶୃଙ୍ଖଳା, ହାତୀ ଉପଦ୍ରବର କ୍ଷୟକ୍ଷତି ସଂପର୍କରେ ସାମୁହିକ ଓ ବ୍ୟକ୍ତି ଗତ ଭାବେ ମୋଟ ୧୫୪ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇ ଶୁଣାଣି କରାଯାଇଥିଲା । ସମସ୍ତ ଆପତ୍ତି ଅଭିଯୋଗ ପ୍ରସଙ୍ଗକୁ ନେଇ ଜିଲ୍ଲାପାଳ ଓ ଏସ୍ପି ସଂପୃକ୍ତ ବିଭାଗୀୟ ପଦାଧିକାରୀ ମାନଙ୍କୁ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ଦେଇଥିଲେ ।
ଏହି ଶିବିରରେ ଅଯୋଧ୍ୟା ନିବାସୀ ନିରଞ୍ଜନ ଜେନାଙ୍କ ଦିବ୍ୟାଙ୍ଗ କନ୍ୟା, ସସ୍ମିତା ଜେନାଙ୍କୁ ଜିଲ୍ଲାପାଳଙ୍କ ତରଫରୁ ନୀଳଗିରି ବିଡିଓ ରାମଦାସ ଟୁଡୁ ଏକ ହ୍ୱୁଇଲି ଚେୟାର ପ୍ରଦାନ କରିଥିଲେ । ଏହି ଶିବିରରେ ବ୍ଲକ ଅଧ୍ୟକ୍ଷା ଜାନକୀ ସିଂ, ଉପାଧ୍ୟକ୍ଷ ରମେଶ ମହାନ୍ତି, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ରାମଚନ୍ଦ୍ର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବାନାର୍ଜୀ ପ୍ରସାଦ ଛୋଟରାଏ, ନୀଳଗିରି ଉପ-ଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବୀର କିଶୋର ପାଣିଗ୍ରାହୀ ଏସ୍ଡିପିଓ ଅମୁଲ୍ୟ କୁମାର ଧର, ଜିଲ୍ଲା ଏବଂ ଉପଖନ୍ଦ ସ୍ତରୀୟ ସମସ୍ତ ପଦାଧିକାରୀ , ପଞ୍ଚାୟତ ସ୍ତରୀୟ ସମସ୍ତ ନିର୍ବାଚିତ ପ୍ରତିନିଧି , ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*