ଯଶିପୁର ୟୁଥ ହଷ୍ଟେଲ ପୁନରୁଦ୍ଧାର ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଯଶିପୁର

ଯଶିପୁର ୟୁଥ ହଷ୍ଟେଲକୁ ଖଇରୀ ୟୁଥ ହଷ୍ଟେଲରେ ନାମିତ କରିବା ପାଇଁ ଏବଂ ଏହାର ପୁନରୁଦ୍ଧାର, ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ପାଇଁ ରାଜ୍ୟ ଯୁବ ବିଜଦ ସମ୍ପାଦକ ତଥା ଯୁବନେତା ଚକ୍ରଧର ହେମ୍ବ୍ର୍ରମ ଦାବି ଉପସ୍ଥାପନ କରିଥିଲେ । ଶ୍ରୀ ହେମ୍ବ୍ରମଙ୍କ ନେତୃତ୍ୱରେ ବିଜଦର ଗଣମାଧ୍ୟମ ପ୍ରତିନିଧି ଡ. ପ୍ରିୟବ୍ରତ ମାଝୀ, ବିଡିଓ ଅନୁପମା ଘୋଷ, ସହକାରୀ ଯନ୍ତ୍ରୀ ସପନ କୁମାର ପ୍ରଧାନ, ଯନ୍ତ୍ରୀ ପଙ୍କଜିନୀ ସିଂ, ବିଜଦର ସରୋଜ କୁମାର ବେହେରା, ପଙ୍କଜ କୁମାର ମିଶ୍ର ପ୍ରମୁଖ ମିଳିତ ଭାବରେ ୟୁଥ ହଷ୍ଟେଲ ଉପରେ ସମୀକ୍ଷା କରିଥିଲେ । ଡ. ମାଝୀ ଏହାକୁ ଆଗାମୀ ଦିନରେ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା କରିବେ ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*