ଯଶିପୁରରେ ସିଇସି ଟିମ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଯଶିପୁର

ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ପାଣ୍ଠି ବିନିଯୋଗ ନେଇ ତଦାରଖ କରିବାକୁ ଆସିଥିବା ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସିଇସି ଅଧ୍ୟକ୍ଷ ପି.ଭି ଜୟକ୍ରିଷ୍ଣନଙ୍କ ନେତୃତ୍ୱରେ ୪ଜଣିଆ କମିଟି ଯଶିପୁରରେ ଆସି ପହଞ୍ଚôଥିଲେ । ସ୍ଥାନୀୟ ଖଇରୀ ନିବାସ ରହଣି ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ । ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲାରେ ଖଣିଜ ପାଣ୍ଠି ବିନିଯୋଗ କରାଯାଇ ବାସଗୃହ, ପାନୀୟଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଆଦିର ଭିତ୍ତିଭୂମିର ବିକାଶ କାର୍ଯ୍ୟ କରାଯାଇଛି । ଏହି ପାଣ୍ଠି କିଭଳି ସୁବିନିଯୋଗ ହୋଇଛି ତା’ ଉପରେ ତଦାରଖ କରିବାକୁ ଆସିଥିବା ଟିମ୍ ସଦସ୍ୟମାନେ ପ୍ରକାଶ କରିଥିଲେ । ୪ଜଣିଆ ସଦସ୍ୟ ମଧ୍ୟରେ ସିଇସି ଅଧ୍ୟକ୍ଷ ପି.ଭି ଜୟକି୍ରଷ୍ଣନ, ସଦସ୍ୟ ସଚିବ ଅମରନାଥ ସେଟ୍ଟି, ସଦସ୍ୟ ମହେନ୍ଦ୍ର ବ୍ୟାସ, ଏସ.କେ ପଟ୍ଟନାୟକ ପ୍ରମୁଖ ବାଦାମପାହାଡ଼ ଗୋରୁ ମହିଷାଣୀ ଖଣି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ଶିମିଳିପାଳ ବନାଞ୍ଚଳରେ ରହୁଥିବା ଆଦିବାସୀମାନଙ୍କର ବାସଗୃହ, ପାନୀୟ ଜଳ, ପରିବେଶ, ସ୍ୱାସ୍ଥ୍ୟ ସେବା ଉପରେ ଅନୁଧ୍ୟାନ କରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*