ଯଶସ୍ୱୀଙ୍କ ବଡ଼ ରେକର୍ଡ: କମ୍‌ ବୟସରେ ମାରିଲେ ଦ୍ୱି-ଶତକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବାଙ୍ଗାଲୋର

ମୁମ୍ବାଇ ଦଳର ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ୱୀ ଜୟସ୍ୱାଲ ବୁଧବାର ଦିନ ରେକର୍ଡ ବହିରେ ସାମିଲ ହୋଇଛନ୍ତି । କୌଣସି ଲିଷ୍ଟ-ଏ ପ୍ରତିଯୋଗିତାରେ ଦ୍ୱି-ଶତକ ହାସଲ କରିବାରେ ସେ ବନିଛନ୍ତି ସବୁଠାରୁ କମ୍‌ ବୟସର ଖେଳାଳି । ପ୍ରଥମ ଥର ପାଇଁ ନିଜ କ୍ୟାରିୟରରେ ବିଜୟ ହଜାରେ ଟ୍ରଫିରେ ଖେଳୁଥିବା ଏହି ୧୭ବର୍ଷ ବୟସ୍କ ଖେଳାଳି ବୁଧବାର ଦିନ ଝାଡଖନ୍ଦ ବିପକ୍ଷରେ ୨୦୩ ରନ୍‌ ସ୍କୋର କରିଛନ୍ତି । କେବଳ ୧୫୪ ବଲରୁ ୧୨ ଛକା ଓ ୧୭ ଚୌକା ସହ ସେ ଏହି ଅବିସ୍ମରଣୀୟ ଇନିଂସ ଖେଳିଥିଲେ । ଭାରତର ଆଟାକ୍‌ରେ ସାମିଲ ହୋଇସାରିଥିବା ବରୁନ ଅରୁନ ଏବଂ ଶାହାବାଜ ନଦୀମ ଝାଡ଼ଖନ୍ଦ ବୋଲିଂ ବିଭାଗରେ ଥିଲେ ମଧ୍ୟ ସେମାନଙ୍କୁ ଖୁବ୍‌ ଧୁଲେଇ କରିଥିଲେ ଯଶସ୍ୱୀ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ଆସିଥିବା ଏହି ଖେଳାଳି ଦ୍ୱି-ଶତକ ମାରିବାରେ ମୁମ୍ବାଇ ଦଳ ୩୫୮ ରନ୍‌ ନିଜ ୫୦ ଓଭରରେ ହାସଲ କରିଥିଲା । ଏହି ପ୍ରତିଯୋଗିତାରେ ବଢିଆ ଫର୍ମ ଦେଖାଉଥିବା ଯଶସ୍ୱୀ ପୂର୍ବରୁ କେରଳ ଓ ଗୋଆ ବିପକ୍ଷରେ ଯଥାକ୍ରମେ ୧୧୩ ଏବଂ ୧୨୨ରନ୍‌ ସ୍କୋର କରିସାରିଛନ୍ତି । ଆଜି ସାରା ବିଶ୍ୱରେ ଯଶସ୍ୱୀଙ୍କ ବଡ ଚର୍ଚ୍ଚା ହେଉଥିଲାବେଳେ ତାଙ୍କ କି୍ରକେଟ ଜୀବନ ସଫଳ ହେବା ପଛରେ ବଡ ସଂଘର୍ଷ ରହିଛି । ସେ ଘରୁ ଖୁବ୍‌ କମ୍‌ ବୟସରେ ଚାଲିଆସି ମୁମ୍ବାଇରେ କି୍ରକେଟ ଅଭ୍ୟାସ ପାଇଁ ରହିବାକୁ ସ୍ଥିର କରିଥିଲେ । ମଇଦାନର କଡରେ ଥିବା ମାଳିଙ୍କ ଟେଣ୍ଟରେ ଏକାଟିଆ ରହିଥିଲେ କମ୍‌ ବୟସରୁ । ଖେଳିବା ସହ ମୁମ୍ବାଇରେ ଚଳିବା ପାଇଁ ଅର୍ଥ ଆବଶ୍ୟକତା ଥିବାରୁ ତାହାର ବାଟ ସେ ବାହାର କରିଥିଲେ ଗୁପଚୁପ୍‌ ଓ ଚାଟ୍‌ ଆଦି ବିକି୍ର କରି । ସେ ଦ୍ୱିଶତକ ମାରିଥିବା ମ୍ୟାଚ୍‌ରେ ମୁମ୍ବାଇ ଦଳ ଝାଡ଼ଖନ୍ଦକୁ ୩୯ରନ୍‌ରେ ହରାଇଛି । ୩୫୯ ରନ୍‌ ଟାର୍ଗେଟକୁ ପିଛା କରିଥିବା ଝାଡଖନ୍ଦ ୩୧୦ରନ୍‌ କରିପାରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*