ମୟୂର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ବେତନଟୀ

ବେତନଟୀସ୍ଥିତ ମୟୂର ସାହିତ୍ୟ ସଂସଦର ୨୪ତମ ବାର୍ଷିକ ଉତ୍ସବ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ପ୍ରକାଶିତ ସାହିତ୍ୟ ପ୍ରତିକା(ବନ ମୟୂରୀ) ଉନ୍ମୋଚିତ ହୋଇଛି । ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବିକବିୟିତ୍ରୀ ଯୋଗଦାନ କରୁଥିଲା ବେଳେ ସୁଶ୍ରୀ ନମିତା ରାଉତ ଓ କବିତା ନନ୍ଦଙ୍କ ଦ୍ୱାରା କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ ଉତ୍ସବ ଅଧିବେଶନରେ ଅନୁଷ୍ଠାନର ସଭାପତି ଜଗନ୍ନାଥ ତତ୍ତ୍ୱବିତ ଜୟନ୍ତ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ବଡ଼ସାହି ବିଧାୟକ ଶନାତନ ବିଜୁଳି ଅଧିବେଶନକୁ ଉଦଘାଟନ କରିଥିବାବେଳେ ସଂପାଦକ ଯତିନ୍ଦ୍ରନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ରେବତୀର ସଂପାଦିକା ସମାଜସେବୀ ସୁଭାସିନି ଜେନା ,ମୁଖ୍ୟ ବକ୍ତା ମହାବିଦ୍ୟାଳୟ ଅବସର ପ୍ରାପ୍ତ ଅଧକ୍ଷ୍ୟା ସୁହାସିନି ମହାପାତ୍ର ,ସନମ୍ମାନିତ ଅତିଥି ଧର୍ମ ଜାଗରଣ ସମନ୍ୱୟ ସମିତିର ମହେଶ ତ୍ରିପାଠୀ ଯୋଗଦାନ କରି ସମାଜର ମଙ୍ଗଳ ନିମନ୍ତେ ସାହିତ୍ୟର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ଅଧିବେଶନ ପରେ ସଂସଦରୁ ପ୍ରକାଶିତ ବନ ମୟୂରୀ ସାହିତ୍ୟ ପତ୍ରିକା ଉନ୍ନୋଚିତ ହୋଇଥିଲା । ଏହି ଅବସରରେ ବନ ମୟୂରୀ ସମ୍ମାନରେ ସୁହାସିନି ମହାପାତ୍ର ,ମୟୂର ନାରୀ ସମ୍ମନାରେ ବେତନଟୀ ଅଞ୍ଚଳର ପାର୍ବତୀ ମୂର୍ମୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବୋର୍ଦ୍ଧନା ସହ ମାନପତ୍ର ଓ ଉପଢୌକନ ଦିଆଯାଇଥିଲା । ପତ୍ରିକା ସଂପାଦକ ନୀରଦ ସୁନ୍ଦର ଜେନା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ କାର୍ଯ୍ୟକ୍ରମ ସଂପର୍କିତ ସୂଚନା ମଧ୍ୟ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*