ମ୍ୟୁଜିକ ଭିଡିଓରେ ସମ୍ଭବ ଅନନ୍ୟା ଯୋଡ଼ି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଓଲିଉଡରେ ଏ ଦୁଇ କଳାକାର ବିଶେଷ ଚର୍ଚ୍ଚିତ ନ ହେଲେ ବି ଅପରିଚିତ ନୁହଁନ୍ତି । ଏହି ଦୁହିଁଙ୍କ ମଧ୍ୟରୁ ଜଣେ ହେଲେ ନାୟକ ଓ ଅନ୍ୟ ଜଣକ ନାୟିକା । ନାୟକଙ୍କର ନାଆଁ ହେଲା ସମ୍ଭବ ମାନସିଂହ ଏବଂ ନାୟିକା ଜଣକ ହେଲେ ଅନନ୍ୟା ମିଶ୍ର । ସମ୍ଭବଙ୍କୁ ଦର୍ଶକ ପ୍ରଥମେ ଓଡ଼ିଆ ସିନେମା ‘ୱାନ୍ ୱେ ଟ୍ରାଫିକ୍’ରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ । ଏହି ଫିଲ୍ମର ନାୟିକା ଥିଲେ ତପସ୍ୟା । ତା’ପରେ ପୁଣି ସମ୍ଭବ ଦେଖା ଦେଇଥିଲେ ଶ୍ରୀକାନ୍ତ ଗୌତମଙ୍କ ନିଦେ୍ର୍ଦଶିତ ଫିଲ୍ମ ‘ମିଠା ମିଠା’ରେ । ଏଥିରେ ପ୍ରକୃତି ମିଶ୍ରଙ୍କ ବିପକ୍ଷରେ ନଜର ଆସିଥିଲେ ସମ୍ଭବ ।
ଠିକ୍ ସେହିପରି ଅନନ୍ୟାଙ୍କୁ ଯୁଗାଂଶୁ ଶେଖର ପନ୍ଦାଙ୍କ ପ୍ରୟୋଜିତ ଓ ରମେଶ ରାଉତଙ୍କ ନିଦେ୍ର୍ଦଶିତ ସିନେମା ‘ଗଡ୍ ଫାଦର’ରେ ପ୍ରଥମେ ଦେଖିବାକୁ ପାଇଥିଲେ ଦର୍ଶକ । ଏହି ସିନେମାରେ ନବାଗତ ସତ୍ଶ୍ରୀ ଥିଲେ ଅନନ୍ୟାଙ୍କର ନାୟକ । ତା’ପରେ ଅନନ୍ୟା ‘କଟି ପତଙ୍ଗ’ ଓ ‘ତୁ ମୋ ଡି୍ରମ୍ ଗାର୍ଲ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି, ମାତ୍ର ଏ ଦୁଇଟି ସିନେମା ଏଯାଏଁ ରିଲିଜ୍ ହୋଇନାହିଁ । ତେବେ ଅନନ୍ୟା ବଡ଼ ପରଦାରେ ଆଇଟମ୍ ଗାର୍ଲ ସାଜି ଅବଶ୍ୟ ହଙ୍ଗାମା କରିଥିଲେ । ହଁ ସେ ବିନି ପଟ୍ଟନାୟକଙ୍କ ନିଦେ୍ର୍ଦଶିତ ‘ବଜରଙ୍ଗୀ’ରେ ‘ଏ ଫର୍ ଆପୁଲ ଆପୁଲ ବି ଫର୍ ବାନାନା…’ ଆଇଟମ୍ ନମ୍ବରରେ ଡ୍ୟାନସ୍ କରିଥିଲେ ।
ତେବେ ସେ ଯାହା ହେଉନା କାହିଁକି ସମ୍ଭବ ଓ ଅନନ୍ୟାଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିବ । ତେବେ ସମ୍ଭବ ଓ ଅନନ୍ୟା ଏକାଠି କୌଣସି ଫିଲ୍ମରେ ଏକାଠି ନଜର ଆସିନାହାନ୍ତି । ଏ ଦୁହେଁ ଏକ ମୁ୍ୟଜିକ୍ ଭିଡିଓରେ ଏକାଠି ନଜର ଆସିଛନ୍ତି । ଏହି ମୁ୍ୟଜିକ୍ ଭିଡିଓର ନାଆଁ ହେଲା ‘ଫଗୁଣ’ । ଗୀତଟି ହେଲା- ଫଗୁଣରେ ଯେବେ ଦେଖା ହେଲା, ଆଖି ସାଥେ ଆଖି ମିଶିଗଲା… । ଗୀତର ରଚୟତା ହେଲେ ତପୁ ନାୟକ । ଏହି ଗୀତରେ ସମ୍ଭବ ଓ ଅନନ୍ୟାଙ୍କ ଅନସ୍କ୍ରିନ ରୋମାନ୍ସକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଜଣାଯାଇଛି । ଏହି ଗୀତର ସଙ୍ଗୀତ ନିଦେ୍ର୍ଦଶକ ହେଲେ ଅସଦ୍ ନିଜାମ୍ । ଅକ୍ଷୟ କୁମାର ନାୟକ ଏହି ମୁ୍ୟଜିକ୍ ଭିଡିଓର କୋରିଓଗ୍ରାଫର, ଗୀତଟିରେ କଣ୍ଠଦାନ କରିଛନ୍ତି ଦୁଇ ଯୁବ କଣ୍ଠଶିଳ୍ପୀ ହୁ୍ୟମାନ୍ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ ।

ଲିଉଡରେ ଏ ଦୁଇ କଳାକାର ବିଶେଷ ଚର୍ଚ୍ଚିତ ନ ହେଲେ ବି ଅପରିଚିତ ନୁହଁନ୍ତି । ଏହି ଦୁହିଁଙ୍କ ମଧ୍ୟରୁ ଜଣେ ହେଲେ ନାୟକ ଓ ଅନ୍ୟ ଜଣକ ନାୟିକା । ନାୟକଙ୍କର ନାଆଁ ହେଲା ସମ୍ଭବ ମାନସିଂହ ଏବଂ ନାୟିକା ଜଣକ ହେଲେ ଅନନ୍ୟା ମିଶ୍ର । ସମ୍ଭବଙ୍କୁ ଦର୍ଶକ ପ୍ରଥମେ ଓଡ଼ିଆ ସିନେମା ‘ୱାନ୍ ୱେ ଟ୍ରାଫିକ୍’ରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ । ଏହି ଫିଲ୍ମର ନାୟିକା ଥିଲେ ତପସ୍ୟା । ତା’ପରେ ପୁଣି ସମ୍ଭବ ଦେଖା ଦେଇଥିଲେ ଶ୍ରୀକାନ୍ତ ଗୌତମଙ୍କ ନିଦେ୍ର୍ଦଶିତ ଫିଲ୍ମ ‘ମିଠା ମିଠା’ରେ । ଏଥିରେ ପ୍ରକୃତି ମିଶ୍ରଙ୍କ ବିପକ୍ଷରେ ନଜର ଆସିଥିଲେ ସମ୍ଭବ ।
ଠିକ୍ ସେହିପରି ଅନନ୍ୟାଙ୍କୁ ଯୁଗାଂଶୁ ଶେଖର ପନ୍ଦାଙ୍କ ପ୍ରୟୋଜିତ ଓ ରମେଶ ରାଉତଙ୍କ ନିଦେ୍ର୍ଦଶିତ ସିନେମା ‘ଗଡ୍ ଫାଦର’ରେ ପ୍ରଥମେ ଦେଖିବାକୁ ପାଇଥିଲେ ଦର୍ଶକ । ଏହି ସିନେମାରେ ନବାଗତ ସତ୍ଶ୍ରୀ ଥିଲେ ଅନନ୍ୟାଙ୍କର ନାୟକ । ତା’ପରେ ଅନନ୍ୟା ‘କଟି ପତଙ୍ଗ’ ଓ ‘ତୁ ମୋ ଡି୍ରମ୍ ଗାର୍ଲ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି, ମାତ୍ର ଏ ଦୁଇଟି ସିନେମା ଏଯାଏଁ ରିଲିଜ୍ ହୋଇନାହିଁ । ତେବେ ଅନନ୍ୟା ବଡ଼ ପରଦାରେ ଆଇଟମ୍ ଗାର୍ଲ ସାଜି ଅବଶ୍ୟ ହଙ୍ଗାମା କରିଥିଲେ । ହଁ ସେ ବିନି ପଟ୍ଟନାୟକଙ୍କ ନିଦେ୍ର୍ଦଶିତ ‘ବଜରଙ୍ଗୀ’ରେ ‘ଏ ଫର୍ ଆପୁଲ ଆପୁଲ ବି ଫର୍ ବାନାନା…’ ଆଇଟମ୍ ନମ୍ବରରେ ଡ୍ୟାନସ୍ କରିଥିଲେ ।
ତେବେ ସେ ଯାହା ହେଉନା କାହିଁକି ସମ୍ଭବ ଓ ଅନନ୍ୟାଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିବ । ତେବେ ସମ୍ଭବ ଓ ଅନନ୍ୟା ଏକାଠି କୌଣସି ଫିଲ୍ମରେ ଏକାଠି ନଜର ଆସିନାହାନ୍ତି । ଏ ଦୁହେଁ ଏକ ମୁ୍ୟଜିକ୍ ଭିଡିଓରେ ଏକାଠି ନଜର ଆସିଛନ୍ତି । ଏହି ମୁ୍ୟଜିକ୍ ଭିଡିଓର ନାଆଁ ହେଲା ‘ଫଗୁଣ’ । ଗୀତଟି ହେଲା- ଫଗୁଣରେ ଯେବେ ଦେଖା ହେଲା, ଆଖି ସାଥେ ଆଖି ମିଶିଗଲା… । ଗୀତର ରଚୟତା ହେଲେ ତପୁ ନାୟକ । ଏହି ଗୀତରେ ସମ୍ଭବ ଓ ଅନନ୍ୟାଙ୍କ ଅନସ୍କ୍ରିନ ରୋମାନ୍ସକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଜଣାଯାଇଛି । ଏହି ଗୀତର ସଙ୍ଗୀତ ନିଦେ୍ର୍ଦଶକ ହେଲେ ଅସଦ୍ ନିଜାମ୍ । ଅକ୍ଷୟ କୁମାର ନାୟକ ଏହି ମୁ୍ୟଜିକ୍ ଭିଡିଓର କୋରିଓଗ୍ରାଫର, ଗୀତଟିରେ କଣ୍ଠଦାନ କରିଛନ୍ତି ଦୁଇ ଯୁବ କଣ୍ଠଶିଳ୍ପୀ ହୁ୍ୟମାନ୍ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ ।

ଅନନ୍ୟାଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିବ । ତେବେ ସମ୍ଭବ ଓ ଅନନ୍ୟା ଏକାଠି କୌଣସି ଫିଲ୍ମରେ ଏକାଠି ନଜର ଆସିନାହାନ୍ତି । ଏ ଦୁହେଁ ଏକ ମୁ୍ୟଜିକ୍ ଭିଡିଓରେ ଏକାଠି ନଜର ଆସିଛନ୍ତି । ଏହି ମୁ୍ୟଜିକ୍ ଭିଡିଓର ନାଆଁ ହେଲା ‘ଫଗୁଣ’ । ଗୀତଟି ହେଲା- ଫଗୁଣରେ ଯେବେ ଦେଖା ହେଲା, ଆଖି ସାଥେ ଆଖି ମିଶିଗଲା… । ଗୀତର ରଚୟତା ହେଲେ ତପୁ ନାୟକ । ଏହି ଗୀତରେ ସମ୍ଭବ ଓ ଅନନ୍ୟାଙ୍କ ଅନସ୍କ୍ରିନ ରୋମାନ୍ସକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଜଣାଯାଇଛି । ଏହି ଗୀତର ସଙ୍ଗୀତ ନିଦେ୍ର୍ଦଶକ ହେଲେ ଅସଦ୍ ନିଜାମ୍ । ଅକ୍ଷୟ କୁମାର ନାୟକ ଏହି ମୁ୍ୟଜିକ୍ ଭିଡିଓର କୋରିଓଗ୍ରାଫର, ଗୀତଟିରେ କଣ୍ଠଦାନ କରିଛନ୍ତି ଦୁଇ ଯୁବ କଣ୍ଠଶିଳ୍ପୀ ହୁ୍ୟମାନ୍ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*