ମ୍ୟାଚ ଜିତିଲା ବାଂଲାଦେଶ, ସିରିଜରେ ୧-୦ରେ ଆଗୁଆ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଟିମ୍ ଇନ୍ଦିଆ ପ୍ରଥମ ଟି-୨୦ ମ୍ୟାଚରେ ୭ ୱିକେଟ୍ରେ ହାରିଯାଇଛି ବାଂଲାଦେଶଠାରୁ । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଖେଳୁଥିବା ଟିମ୍ ଇନ୍ଦିଆ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ କରିଥିଲା ୧୪୮ରନ୍ । ଜବାବରେ ବାଂଲାଦେଶ ମାତ୍ର ୩ ୱିକେଟ୍ ହରାଇ ୩ଟି ବଲ୍ ପୂର୍ବରୁ ୧୫୪ରନ୍ କରି ଜିତି ନେଇଛି ମ୍ୟାଚକୁ । ଏହା ସହ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଟି-୨୦ ଇତିହାସରେ ବାଂଲାଦେଶଠାରୁ ଭାରତର ପ୍ରଥମ ପରାଜୟ ମଧ୍ୟ । ୧୪୯ରନ୍ର ଟାର୍ଗେଟ୍କୁ ପିଛା କରୁଥିବା ବାଂଲାଦେଶ ପାଇଁ ମ୍ୟାଚର ହିରୋ ସାଜିଥିଲେ ମୁସ୍ଫିର ରହିମ୍ । ସେ ୪୩ବଲ୍ରୁ ଗୁରୁତ୍ୱପୂର୍ଣ୍ଣ ଅପରାଜିତ ୬୦ରନ୍ ସ୍କୋର କରିଥିଲେ । ଏହା ମଧ୍ୟରେ ୮ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଲିଟନ ଦାସ ୭ରନ୍ କରିଥିବାବେଳେ ନଇମ୍ ୨୬, ସୌମ୍ୟ ୩୯ ଓ ଅଧିନାୟକ ମହମ୍ମଦଉଲ୍ଲା ୧୫ରନ୍ର ଯୋଗଦାନ କରିଥିଲେ । ଭାରତୀୟ ବୋଲର ଭାବେ କୌଣସି ଭାରତୀୟ ସେତେଟା ପ୍ରଭାବ ବିସ୍ତାର କରିପାରିନଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବି ଆରମ୍ଭରୁ ଦୋହଲି ଯାଇଥିଲା । ଓପନର ରୋହିତ ଶର୍ମା ମାତ୍ର ୯ରନ୍ରେ ପାଭିଲିୟନ ଫେରିଥିଲେ । ଶିଖର ଧାୱନଙ୍କ ସହ ମିଶି ରାହୁଲ ପାଳିକୁ ଆଗକୁ ବଢ଼ାଉଥିବା ବେଳେ ୧୫ ରନ୍ରେ ଆଉଟ୍ ହୋଇଥିଲେ । ତା’ ପଛକୁ ପଛ ଶ୍ରେୟାସ ଆୟାର ଓ ଋଷଭ ପନ୍ତଙ୍କ ବିଶେଷ କମାଲ କରିପାରିନଥିଲେ । ଉଭୟ ଯଥାକ୍ରମେ ୨୨ (୧ଚୌକା ୨ଛକା) ଓ ୨୭ (୩ଚୌକା)ରନ୍ କରିଥିଲେ । ଶିଖର ଧାୱନ ସ୍ଥିତିକୁ ସମ୍ଭାଳି ନେଉଥିବାବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ୪୧ରନରେ ରନ୍ ଆଉଟ୍ ହୋଇଥିଲେ । ସେ ୪୨ ବଲ୍ର ସାମ୍ନା କରିଥିବାବେଳେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ପଛ ଆଡକୁ ପାନ୍ଦ୍ୟା ଗୋଟିଏ ଲେଖାଏଁ ଛକା ଓ ଚୌକା ମାରି ୧୫ ଓ ୱାସିଂଟନ୍ ୨ଟି ଛକାରୁ ୧୪ରନ୍ କରିବାରୁ ଦଳର ସ୍କୋର ସମ୍ମାନଜନକ ଅବସ୍ଥାକୁ ଆସିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*