ମ୍ୟାକ୍ସୱେଲଙ୍କ ଶତକ: ମ୍ୟାଚ ଓ ସିରିଜ ହାରିଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବାଙ୍ଗାଲୋର

ଅତ୍ୟନ୍ତ ଆବଶ୍ୟକ ସମୟରେ ବିସ୍ଫୋରକ ବ୍ୟାଟିଂ କରି ଅନୁଭବୀ ଅଷ୍ଟ୍ରେଲିୟ ବ୍ୟାଟସମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଜୋରଦାର ଶତକ ମାରିବା ସହ ଦେଶକୁ ଭାରତ ବିପକ୍ଷରେ ଟି-୨୦ ସିରିଜ ଜିତାଇ ଦେଇଛନ୍ତି । ୧୯୧ରନର ପିଛା କରିଥିବା ଅଷ୍ଟ୍ରେଲିଆ ଗ୍ଲେନଙ୍କ ଅପରାଜିତ ୧୧୩ରନ ବଳରେ ବେଶ୍‌ ସହଜ ଢଙ୍ଗରେ କେବଳ ୩ୱିକେଟ ହରାଇ ବିଜୟ ଟାର୍ଗେଟରେ ପହଞ୍ଚôଥିଲା । ଅଷ୍ଟ୍ରେଲିଆ ଜିତିଲା ବେଳକୁ ଆହୁରି ୨ ବଲ୍‌ ଖେଳ ହେବା ବାକିଥିଲା । ଦ୍ୱିତୀୟ ଟି-୨୦ ମ୍ୟାଚକୁ ୭ୱିକେଟରେ ଜିତି ଅଷ୍ଟ୍ରେଲିଆ ସିରିଜକୁ ୨-୦ରେ ଜିତି ନେଇଛି । ମ୍ୟାକ୍ସୱେଲଙ୍କ ଏହି ଆକର୍ଷଣୀୟ ଶତକ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୭୨ରନର ଇନିଂସକୁ ଫିକା କରିଦେଇଛି । ୨୦୧୫ ପରେ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜରେ ଭାରତ ଘରେ ପରାଜିତ ହେଲା ।
ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇନ୍ଦିଆ ଧୂଅାଁଧାର ବ୍ୟାଟିଂ କରିଥିଲା । ରୋହିତ ଶର୍ମାଙ୍କ ବଦଳରେ ଖେଳିଥିବା ଧାୱନ, ରାହୁଲଙ୍କ ସହ ଓପନିଂ ପାଇଁ ଆସିଥିଲେ । ପୂର୍ବମ୍ୟାଚ ଭଳି ରାହୁଲ ଦ୍ରୁତ ଆରମ୍ଭ ଦଳ ପାଇଁ କରିଥିଲେ । ତାଙ୍କୁ ଅବଶ୍ୟ ଭଲ ସହାୟତା ମିଳିଥିଲା ଧାୱନଙ୍କଠାରୁ । ଗୋଟିଏ ପଟ ଏନ୍ଦରୁ ସେ ବ୍ୟାଟିଂକରୁଥିବାବେଳେ ଅନ୍ୟ ଏଣ୍ଟକୁ ଜଗି ରହିଥିଲେ ଧାୱନ । ରାହୁଲ ଅର୍ଦ୍ଧଶତକ ଦିଗରେ ବଢୁଥିଲା ବେଳେ ୪୭ରନ୍ରେ ଆଉଟ୍ ହୋଇଥିଲେ ପ୍ରଥମ ବ୍ୟାଟ୍ସମ୍ୟାନଭାବେ । ସେ ୨୪ବଲ୍ରୁ ୪ଛକା ଓ ୩ଚୌକା ସହ ଉପରୋକ୍ତ ରନ୍ କରିଛନ୍ତି । ତା ପରେ ଧାୱନ ଓ ପନ୍ତ ଲଗାଲଗି ହୋଇ ଆଉଟ୍ ହୋଇଯିବା ପରେ ଜମିଥିଲେ କୋହଲି ଓ ଏମ୍ଏସ୍ ଧୋନୀ । ଉଭୟଙ୍କ ମଧ୍ୟରେ ଶତକୀୟ ପାର୍ଟନରସିପ୍ ହୋଇଥିଲା । ଉଭୟ ମିଳିତ ଆକ୍ରମଣ କରିଥିଲେ ଉଭୟପଟୁ । କୋହଲିଙ୍କ ଛକା ପରେ ଆସିଯାଉଥିଲା ଧୋନୀଙ୍କ ବ୍ୟାଟ୍ରୁ ଛକା । କୋହଲି ଶେଷ ଯାଏ ଅପରାଜିତ ରହି ୩୮ ବଲ୍ରୁ ୭୨ରନ୍ର ଅପରାଜିତ ଇନିଂସ ଖେଳିଥିଲେ । ଏଥିରେ ସାମିଲ ଥିଲା ୬ଛକା ଓ ୨ଚୌକା । ସେହିପରି ଧୋନୀ ବି ତାଙ୍କ ଧିମା ବ୍ୟାଟିଂରୁ ବାହାରି ଆସି ପୂର୍ବ ଫର୍ମ ଦେଖାଇଥିଲେ । କୋହଲିଙ୍କ ସହ ତାଳ ଦେଇ ସେ ମଧ୍ୟ ବଡ ସଟ୍ ଖେଳିଥିଲେ । ଶେଷ ଓଭରର ପ୍ରଥମ ବଲ୍ରେ ଧୋନୀ ଛକା ମାରିବା ପ୍ରୟାସରେ ବଲ୍ ଉଚ୍ଚକୁ ଉଠିଯାଇଥିବାରୁ ଫିଲ୍ଡରଙ୍କ ହାତକୁ ଚାଲିଯାଇଥିଲା । ସେ ୪୦ରନ୍ କରିଛନ୍ତି ୨୩ ବଲ୍ରୁ ୩ଲେଖାଏଁ ଛକା ଓ ଚୌକା ସହ । କାର୍ତ୍ତିକ ଶେଷ ଆଡକୁ ଆସି ୨ଚୌକା ସହ ୮ରନ୍ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*