ମୋ ସରକାରରେ ଆମ ପୁଲିସ କେତେ ସଫଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ପାଟକୁରା

ରାଜ୍ୟ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଥାନା, ଡାକ୍ତରଖାନା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଅଭିଯୋଗକାରୀଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା ହେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କିନ୍ତୁ ସରକାର ଥାନାଗୁଡିକରେ ଆବଶ୍ୟକତା ଥିବା ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ନକରି ଏଭଳି କାର୍ଯ୍ୟପନ୍ଥା ଗ୍ରହଣ କଲେ ଏହା କେତେଦୂର ଫଳପ୍ରଦ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନାକୁ ବିଚାରକୁ ନେଲେ ଭିତ୍ତିଭୂମିର କିପରି ଅଭାବ ଅଛି ତାହା ସହଜେ ଅନୁମେୟ । ଏହି ଥାନା ଅଧିନରେ ୩୨ ଗ୍ରାମପଞ୍ଚାୟତ ଅଛି । ଏହାର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ୧ ଲକ୍ଷ ୯୮ ହଜାର ୫୩୬ ଜଣ । ବର୍ତ୍ତମାନ ଏହି ଲୋକସଂଖ୍ୟା ଆହୁରି ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇଥିବ ନିଶ୍ଚୟ । ଏହି ଥାନା ଅଧିନରେ କୁଦାନଗରୀ ଫାନ୍ଦି । ଯାହା ଅଧିନରେ ୬ଟି ଗ୍ରାମପଞ୍ଚାୟତ ଅଛି । ପାଟକୁରା ଥାନାରେ ଗତ ୨୦୧୮ ମସିହାରେ ୨୮୦ ଟି ମାମଲା ରୁଜୁ ହେଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ୨୯୦ଟି ମାମଲା ରୁଜୁ ହେଇସାରିଲାଣି । ମୋ ସରକାର କାର୍ଯ୍ୟକ୍ରମରେ ଯେଭଳି ନୀତି ନିୟମ କରାଯାଇଛି ବର୍ଷ ଶେଷକୁ ମାମଲା ସଂଖ୍ୟା ଏକ ହଜାର ପାଖାପାଖି ହୋଇଯାଇପାରେ ବୋଲି ଆକଳନ କରାଯାଉଛି । ଏବେ ପ୍ରତ୍ୟେକ ଦିନ ହାରାହାରି ୧୦ଟି ଲେଖାଏଁ ଅଭିଯୋଗ ଆସୁଛି । କିନ୍ତୁ ଥାନାରେ ମାମଲାଗୁଡିକୁ ବୁଝିବା ପାଇଁ ଆବଶ୍ୟକୀୟ ସଂଖ୍ୟକ ପୁଲିସ ଅଧିକାରୀ ନାହାନ୍ତି । ଥାନାରେ ଏବେ ବି ୩ ଜଣ ସହକାରୀ ସବ ଇନ୍ସପେକ୍ଟର ପଦବୀ ଖାଲି ଅଛି । ମୋ ସରକାର କାର୍ଯ୍ୟକ୍ରମ ହେବା ଦିନରୁ ଜନସାଧାରଣଙ୍କୁ ସଚେତନତା କରାଇବାକୁ ଥାନାରେ ପ୍ରବେଶ ଦ୍ୱାରର କାନ୍ଥରେ ବିଭିନ୍ନ ଉପାଦେୟ ତଥ୍ୟ ସହିତ ଥାନାରେ ସମସ୍ତ କର୍ମଚାରୀଙ୍କ ନାମ ଟେଲିଫୋନ ନମ୍ବର ଲେଖାଯାଇଛି । ଥାନାରେ ବିଦୁ୍ୟତ ସରବରାହ ବନ୍ଦ ହେଇଗଲେ ଜେନେରେଟର ବ୍ୟବସ୍ଥା ନାହିଁ କିମ୍ବା ଥାନାକୁ ଯାଉଥିବା ଅଭିଯୋଗକାରୀମାନଙ୍କୁ ବସାଇବା ପାଇଁ ଅଧିକ ସଂଖ୍ୟକ ଚେୟାର ନାହିଁ । ସେହିପରି କୁଦାନଗରୀ ଫାନ୍ଦିରେ ଜଣେ ପୁଲିସ ଏସଆଇ ଓ ଜଣେ ହାବିଲଦାର ଥିବା ବେଳେ ୪ ଜଣ କନେଷ୍ଟବଳ ସ୍ଥାନରେ ଜଣେ ମାତ୍ର କନେଷ୍ଟବଳ ଅଛନ୍ତି । ଏହି ଫାନ୍ଦିର ଗୁରୁତ୍ୱ ଥିବା ସତ୍ତ୍ୱେ ଏହି ଫାନ୍ଦିକୁ ୪ଚକିଆ ଗାଡି ଯୋଗାଇ ଦିଆଯାଉ ନାହିଁ । ଉକ୍ତ ଫାନ୍ଦିଟି ଏକ ଛୋଟ ଭଡାଘରେ ଚାଲିଛି । ଏଭଳି ବିଭିନ୍ନ ଭିତ୍ତିଭୂମିର ଅଭାବ ଅସୁବିଧା ମଧ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ପାଇଁ ଥିବା ୨୩ ଟି ପାରାମିଟର କେତେ ଦୂର କାର୍ଯ୍ୟକାରୀ ହେବ ବୋଲି ବୁଦ୍ଧିଜୀବିମାନେ ମତପୋଷଣ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*