ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ସାନଖେମୁନ୍ଦି

ସାନଖେମୁନ୍ଦି ତହସିଲ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟକ୍ରମରେ ଶ୍ରୀଚନ୍ଦନପୁର ରାଜସ୍ୱ ସର୍କଲ ଅଧିନ ୩ଟି ପଞ୍ଚାୟତ ଯଥା- ରାମଚନ୍ଦ୍ରପୁର, ଯୁରା ଏବଂ ଗଙ୍ଗାପୁରର ୨୦ଟି ଗ୍ରାମର ରାଜସ୍ୱ ବିଭାଗ ଜନିତ ସମସ୍ୟାର ସମାଧାନ ନିମିତ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭିତ୍ତିରେ ତହସିଲଦାର ଅମିତ କୁମାର ନାୟକଙ୍କ ଦ୍ୱାରା ଜୁରା ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ସହ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ୱ ସର୍କଲ ଇନ୍ସିପେକ୍ଟର, ସୁପରଭାଇଜରଙ୍କ ସହିତ ସମସ୍ତ ବିଭାଗ ମୁଖ୍ୟ କିରାଣି ଓ ସହଯୋଗୀଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସରରେ ଏହା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚଙ୍କ ସହ ଅଞ୍ଚଳର ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ର ପ୍ରମୁଖ ବ୍ୟକ୍ତିତ୍ୱ ହିସାବରେ ସରକାରଙ୍କ ଏହି ଜନହିତକର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*