ମୋରଡ଼ାରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡ଼ା

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଚିତ୍ରଡ଼ା ଜବାହର ସରକାରୀ ହାଇସ୍କୁଲରେ ଆୟୋଜିତ ହୋଇଥିଲା । ଏଥିରେ ଶତାଧିକ ବିଜ୍ଞାନ ପ୍ରକଳ୍ପ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିଲେ । ସେଥିରୁ ଚିତ୍ରଡ଼ା ଜବାହର ହାଇସ୍କୁଲ ଛାତ୍ର ପିୟୂଷ କୁମାର ମହାନ୍ତ, ଖୁରୁଣ୍ଟିଆ ଉପ୍ରା ସ୍କୁଲର ଛାତ୍ର ସିଦେ୍ଧଶ୍ୱର ମହାନ୍ତି, ଦାନ୍ତିଆମୁହାଁ ହାଇସ୍କୁଲ ଛାତ୍ରୀ ଶ୍ରଦ୍ଧାରାଣି ମହାନ୍ତ, ମୋରଡ଼ା ଓଏଭି ଛାତ୍ର ପାର୍ଥସାରଥୀ ମହାନ୍ତ, ପାଟପୁର ଏସଏସଡି ବାଳିକା ହାଇସ୍କୁଲ ଛାତ୍ରୀ ବିଜୟଲକ୍ଷ୍ମୀ ଟୁଡୁ ଓ ବଡମୁଣ୍ଢାବଣି ହାଇସ୍କୁଲ ଛାତ୍ର କୁମାର ପୂର୍ଣ୍ଣ ଥୟାଳଙ୍କ ପ୍ରକଳ୍ପ ଜିଲ୍ଲାକୁ ମନୋନୀତ ହୋଇଛି । ମୂଲ୍ୟାଙ୍କନ କରିଥିଲେ ବାରିପଦା ଏମକେସି ହାଇସ୍କୁଳ ଶିକ୍ଷକ ମନୋଜ କୁମାର ପରିଡ଼ା ଓ ଏମପିକେ ବାଳିକା ହାଇସ୍କୁଲ ଶିକ୍ଷକ ସଞ୍ଜୟ କୁମାର କଲିଆ । ବ୍ଲକ ଶିକ୍ଷା ଅଧିକାରୀ ସୁଦାମ ଚନ୍ଦ୍ର ଧଳଙ୍କ ସଭାପତିତ୍ୱରେ ପ୍ରଦର୍ଶନୀର ଉଦଘାଟନ ମୁଖ୍ୟଅତିଥି ବିଡିଓ ପ୍ରିୟବ୍ରତ ପାଢ଼ୀ ବିଜ୍ଞାନ ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ । ଉଦଯାପନର ମୁଖ୍ୟଅତିଥି ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ । ସଂଗଠନ ସମ୍ପାଦକ ତଥା ଜବାହର ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାନ୍ତ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିମାନେ ହେଲେ ଏବିଇଓ ସତିଶଚନ୍ଦ୍ର ମହାପାତ୍ର, ରମାକାନ୍ତ ମହାନ୍ତି, ସୁଖଲତା ଦାସ, ମୋରଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ସେଠୀ ପ୍ରମୁଖ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*