ମୋରମ ଚାଲାଣକାରୀଙ୍କ ଉପରେ ଚନ୍ଦକା ଥାନା ଅଧିକାରୀଙ୍କ ଛାଟ୍‌ ୪ ଗିରଫ:୨ ଜେସିବି,୨ ହାଇୱା ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ବେଆଇନ୍‌ ମୋରମ ଚାଲାଣକାରୀଙ୍କ ଉପରେ ଚନ୍ଦକା ଥାନା ଅଧିକାରୀଙ୍କ ଛାଟ୍‌ । ସୋମବାର ଦିନ ଚନ୍ଦକା ଥାନା ଅଙ୍ଗାରପଡା ପଞ୍ଚାୟତ ପାଣିଓଳା ନିକଟରେ ଥିବା ଏକ ପାହଡ ଉପରେ ଥାନା ଅଧିକାରୀ ଚଢ଼ାଉ କରି ୨ଟି ଜେସିବି ଓ ୨ଟି ହାଇୱାକୁ ଜବତ କରିଛନ୍ତି । ସେହିଭଳି ଚାରୋଟି ଗାଡିର ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଗାଡି ଡ୍ରାଇଭର ହେଲେ ବୋଲଗଡ ଅଞ୍ଚଳର ପ୍ରଦୀପ ପରିଡା,ଜଙ୍କିଆ ମଳିପଡା ଗ୍ରାମର ପ୍ରକାଶ ବେହେରା,ଖୋର୍ଦ୍ଧା କୁମାରବସ୍ତର ଅର୍ଜୁନ ସାମନ୍ତରାୟ ଓ ପୁରୀ କଣାସ ଗ୍ରାମର ଜଗନ ଦାସ ବୋଲି ଜଣାପଡିଛି । ପୁଲିସ ମଙ୍ଗଳବାର ଦିନ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଜବତ ହୋଇଥିବା ଗାଡିଗୁଡିକ ହେଲା (ଓଆର୍-୧୯ସି-୨୧୩୯), ଓ (ଓଆର୍-୧୯ଏମ୍-୪୧୫୮) ନମ୍ବର ୨ଟି ହାଉୱା ଗାଡି ଏବଂ ଗୋଟିଏ ନମ୍ବର ବିହିନ ଜେସିବି ସହିତ(ଓଆର୍-୦୨ବିୟୁ-୨୪୦୨ ନମ୍ବର ଥିବା ୨ଟି ଜେସିବି ଜବତ କରିବା ସହ ୪ଜଣ ବ୍ୟକ୍ତିିକୁ ଗିରଫ ହୋଇଛନ୍ତି । ଏହି ର୍ୟାକେଟ୍ ପଛରେ ବଡ ମୁନ୍ଦଙ୍କର ହାତ ଥିବା ପୁଲିସ ସନେ୍ଦହ କରୁଛି । ଅଧିକ ତଦନ୍ତ ପାଇଁ ପୁଲିସ ଗିରଫ ବ୍ୟକ୍ତକୁ ପଚରାଉଚରା କରୁଛି । ଏହି ଚୋରା ମୋରମ୍ ଚାଲାଣ ପଛରେ ଆଉ କେଉଁମାନେ ସଂପୃକ୍ ଅଛନ୍ତି ସେମାନଙ୍କୁ ପୁଲିସ ଖୁବ୍ ଶୀଘ୍ର ଗିରଫ କରିବ ବୋଲି କୁହାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*