ମୋଦୀ ସରକାର ଯାହା କୁହନ୍ତି, ତାହା କରନ୍ତି : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ମୋଦୀ ସରକାର ଯାହା କୁହନ୍ତି ତାହା କରନ୍ତି । ଆମେ ଯାହା କହିଥିଲୁ ତାହା କରି ଦେଖାଇଲୁ ବୋଲି କଟକର ଧାନ ଗବେଷଣା କେନ୍ଦ୍ର (ଆଇସିଏଆର୍) ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ଓ ଲୋକାର୍ପଣ ଦିବସରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ଯେ, ମୋଦୀ ସରକାରଙ୍କ ୫ ବର୍ଷ ପୂରା ହେବାକୁ ଯାଉଛି । ୫ ବର୍ଷ ମଧ୍ୟରେ କୃଷକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ହୋଇଛି । ସରକାର ହେବାର ପ୍ରଥମରୁ ପ୍ରଧାନମନ୍ତ୍ରୀ ଗାଁର ଗରିବ ଚାଷୀଙ୍କ ପ୍ରତି ସମର୍ପିତ ବୋଲି କହିଥିଲେ । କୃଷକଙ୍କ ଭବିଷ୍ୟତ ଉଜ୍ଜଳ କରିବା ପାଇଁ ସେ କାମ କରିବେ ବୋଲି କହିଥିଲେ । ଓଡିଶା ସରକାର ଲମ୍ବା ସମୟ ଧରି ଚାଷୀଙ୍କୁ ଧୋକା ଦେଇପାରିବେ ନାହିଁ । ଓଡିଶାକୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନରେ ଆସୁଥିବା ପଇସାକୁ ଏଠକାର ସରକାର ଖର୍ଚ୍ଚ କରିପାରୁନାହାନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୬ ମେ ମାସରେ ବିଶ୍ୱସ୍ତରର ଗୋଟିଏ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କ ନେତୃତ୍ୱରେ ଏଠାରେ କରାଯାଇଥିଲା । ଅଢେଇ ବର୍ଷ ପରେ ଆଜି ଏହି ନୂଆ ଭବନକୁ ଲୋକାର୍ପଣର ଶୁଭ ଅବସର ସୃଷ୍ଟି ହୋଇପାରିଛି । ଆଜି କଟକ ରେଳ ରେଷ୍ଟସନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ, ଓଡିଶାରେ କଟକ-ବ୍ରହ୍ମପୁର ଟ୍ରେନ୍ ଆନ୍ଧ୍ରର ଇଚ୍ଛାପୁରମ ପର୍ଯ୍ୟନ୍ତ ସଂପ୍ରାସାରଣ, ଦୁଇଟି ରେଳ ନରାଜ ଷ୍ଟେସନରେ ରହଣୀ ବ୍ୟବସ୍ଥା, ଅରୁଣଦୋୟ ନଗରରେ ନୂଆ ପୋଷ୍ଟ ଅଫିସ ଭବନ, ଇଆଇଏଲ ତରଫରୁ ଏ ଅଂଚଳର ଦିବ୍ୟାଙ୍ଗ ଭାଇ ମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ବିଭିନ୍ନ ଉପକରଣ ବଂଟନ କରାଯିବା ସହ ମଧୁବାବୁଙ୍କ ଜନ୍ମସ୍ଥାନରେ କନ୍ୟା ମାନଙ୍କ ପାଇଁ ଗୋଟେ ସ୍କୁଲର ନିର୍ମାଣ କାମ ମଧ୍ୟ ଓଏନଜିସି ସହାୟତାରେ ନିଆଗଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୩୦ ରୁ ୩୫ ଲକ୍ଷ ଟଙ୍କାର ଦାୟିତ୍ୱ ପାରମ୍ଭିକ ଅବସ୍ଥାରେ ଭାରତ ସରକାରଙ୍କ ତରଫରୁ ନିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବ ।
ଶ୍ରୀ ପ୍ରଧାନ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଧାମୋହନ ସିଂହ କୃଷି ମନ୍ତ୍ରୀ ଦାୟିତ୍ୱ ନେବା ପରେ କୃଷକଙ୍କ ଆୟକୁ ଦୁଇ ଗୁଣ କରିବାର ଯୋଜନା ତିଆରି ହେଲା । ଜୟ କିଷାନ କେବଳ ସ୍ଲୋଗାନ ହୋଇରହିନାହିଁ, ଚାଷୀମାନଙ୍କୁ ନିଜ ଗୋଡରେ ଠିଆ କରିବାର ସୁଦୀର୍ଘ ମିଆଦି ଯୋଜନାମାନ ଆରମ୍ଭ ହୋଇଛି । ଚାଷୀମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଚାଷୀମାନଙ୍କ ଉତ୍ପାଦନ ଯୋଗୁଁ ଆଜି ଦେଶରେ ଖାଦ୍ୟ ପୂର୍ଣ୍ଣମାତ୍ରାରେ ଅଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଭାରତବର୍ଷରେ ଡାଲି ବାହାରୁ ଆମଦାନୀ ହେଉଥିବାରୁ ଡାଲିର ମୂଲ୍ୟ ଅଧିକ ରହୁଥିଲା । ମାତ୍ର ମୋଦି ସରକାର ଆସିବା ପରେ ଗତ ୩ ବର୍ଷରେ ଡାଲିର ଉତ୍ପାଦନ ବହୁ ପରିମାଣରେ ବୃଦ୍ଧି ପାଇଲା । ଏତେ ଡାଲି ଉତ୍ପାଦନ ହେଲା ଯେ ନିନ୍ଦୁକମାନେ ସମାଲୋଚନା କରିବାକୁ ମଧ୍ୟ ବାଟ ପାଇଲେ ନାହିଁ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଭାରତ ସରକାର ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କଲେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା,ଚାଷୀ ମାନଙ୍କର ଜିନିଷକୁ ଅନଲାଇନ୍ ମାଧ୍ୟମରେ ବିକ୍ରି କରିବା, ରାଷ୍ଟ୍ରୀୟ ଗୋକୁଲ ମିଶନ,ରାଷ୍ଟ୍ରୀୟ କାମଧେନୁ ଯୋଜନା କଲେ । ଏହାବ୍ୟତିତ ଓଡିଶା ତଥା ଭାରତରେ ମାଛ ଚାଷରେ ସଂଶ୍କିଷ୍ଟ ଥିବା ଲୋକ ମାନଙ୍କ ପାଇଁ ମୋଦି ସରକାର ମତ୍ସ୍ୟବିଭାଗ କଲେ । କିଷାନ କ୍ରେଡିଟ କାର୍ଡର ବ୍ୟବସ୍ଥା କରି ଚାଷୀଙ୍କୁ ଋଣ ଦେବାର ବ୍ୟବସ୍ଥା କରାଇଲେ । ଶ୍ରୀ ପ୍ରଧାନ କହିଛନ୍ତି ଚାଷୀମାନଙ୍କର ଆୟ ଦୁଇ ଗୁଣ ହେବାର ଲକ୍ଷ୍ୟ ନେଇ ପେଟ୍ରୋଲିୟମ ବିଭାଗ ତରଫରୁ ଅନେକ କାମ ମଧ୍ୟ ହୋଇଛି । ଭାରତ ବର୍ଷରେ ୪୦୦ ଜିଲ୍ଲାରେ ପାଇପ ଯୋଗେ ଘର ଘରକୁ ଗ୍ୟାସ ଯିବାର ଯୋଜନା ଆରମ୍ଭ ହୋଇଛି । କଟକ ଜିଲ୍ଲାର ସବୁ ଘରକୁ ପାଣି ଭଳି ପାଇପରେ ରନ୍ଧନ ଗ୍ୟାସ ଆସିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*