ମୋଦୀଙ୍କ ସାକ୍ଷାତକୁ ବଡ ଫଳପ୍ରଦ କହିଲେ ଅଭିଜିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅର୍ଥନୀତିରେ ନୋବେଲ ପାଇଁ ମନୋନୀତ ଭାରତୀୟ ବଂଶୋଦ୍ଭବ ଅଭିଜିତ୍‌ ବାନାର୍ଜୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ହୋଇଥିବା ଏହି ସାକ୍ଷାତକାର ପରେ ମୋଦୀ ଟ୍ୱିଟ୍‌ କରିଥିଲେ ଯେ, “ଅତ୍ୟନ୍ତ ବଢିଆ ସାକ୍ଷାତ ଥିଲା । ମାନବ ସଶକ୍ତିକରଣ ପ୍ରତି ଅଭିଜିତ୍‌ଙ୍କ ଆତ୍ମନିଷ୍ଠା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଆମ ମଧ୍ୟରେ ବହୁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଭାରତ ସେ ହାସଲ କରିଥିବା ଉପଲବ୍ଧି ସକାଶେ ଗୌରବାନ୍ୱିତ । ଭବିଷ୍ୟତ ପାଇଁ ତାଙ୍କୁ ଅନେକ ଶୁଭେଚ୍ଛା” । ପରେ ଅଭିଜିତ୍‌ ବାନାର୍ଜୀ ପ୍ରଧାନମନ୍ତ୍ରୀ ତାଙ୍କୁ ମଜାରେମଜାରେ ଗଣମାଧ୍ୟମ ତାଙ୍କୁ ମୋଦୀ ବିରୋଧୀ କଥା କହିବାକୁ ଉସକାଉଛନ୍ତି ଏବଂ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥିବା କଥା ପ୍ରକାଶ କରିଥିଲେ । “ସେ(ମୋଦୀ) ଟିଭି ଦେଖୁଛନ୍ତି । ସେ ଆପଣମାନଙ୍କୁ ଦେଖୁଛନ୍ତି, ଆଉ ଆପଣମାନେ କ’ଣ କରିବାକୁ ଚେଷ୍ଟା କରୁଛନ୍ତି, ତାହା ମଧ୍ୟ ଦେଖୁଛନ୍ତି” ବୋଲି ଅଭିଜିତ୍‌ ଗଣମାଧ୍ୟମକୁ କହିଛନ୍ତି । ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥା ନେଇ ବୟାନ ଦେଇ ବିବାଦୀୟ ହେବା ପରେ ଅଭିଜିତ୍‌ ଉପରୋକ୍ତ କଥା କହିଛନ୍ତି । ନିକଟରେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ଅଭିଜିତ୍‌ ବାନାର୍ଜୀଙ୍କୁ ବାମ ଆଡକୁ ଢଳିଥିବା ନେତାଭାବେ ଅଭିହିତ କରିଥିଲେ । ଅଭିଜିତ୍‌ଙ୍କ ଭାରତୀୟ ଅର୍ଥବ୍ୟବସ୍ଥା ନେଇ ବୟାନକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ସେ କହିଥିଲେ । ଏହାପରେ ଭାଜପା ଜାତୀୟ ସଚିବ ରାହୁଲ ସିହ୍ନା ନୋବେଲ ପୁରସ୍କାର କ’ର ସେହିମାନଙ୍କୁ ଦିଆଯାଉଛି, ଯାହାଙ୍କର ଦ୍ୱିତୀୟ ପତ୍ନୀ ବିଦେଶିନୀ ଅଟନ୍ତି । ଅବଶ୍ୟ ଭାଜପା ନେତାଙ୍କ ଏପ୍ରକାର ବୟାନକୁ କଂଗ୍ରେସ ଦୃଢ ସମାଲୋଚନା କରିଥିଲା । ପ୍ରକାଶ ଥାଉ କି, ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ କରିବା ସକାଶେ ଗବେଷଣା ପାଇଁ ନିକଟରେ ନୋବେଲ କମିଟି ଭାରତୀୟ ବଂଶୋଦ୍ଭବ ଅଭିଜିତ୍‌ ବାନାର୍ଜୀଙ୍କ ସମେତ ତାଙ୍କ ପତ୍ନୀ ଏସ୍ତର ଡୁଫ୍ଲୋ ଏବଂ ମାଇକେଲ କ୍ରେମରଙ୍କୁ ମିଳିତଭାବେ ଅର୍ଥନୀତିରେ ନୋବେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲା ।
ମଙ୍ଗଳବାର ମୋଦୀଙ୍କୁ ଭେଟିବା ପରେ ଅଭିଜିତ୍‌ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋତେ ସାକ୍ଷାତ ଆଲୋଚନା ପାଇଁ ଅନେକ ସମୟ ଦେଇଥିଲେ । ସେ ମୋତେ ଭାରତ ସମ୍ବନ୍ଧରେ ତାଙ୍କର ଭାବନା ବିଷୟରେ ଅବଗତ କରାଇଥିଲେ, ଯାହାକି ନିଆରା ଥିଲା । କାରଣ ଜଣେ ବ୍ୟକ୍ତି ବିଭିନ୍ନ ନୀତି ଏବଂ ଏହା ପଛରେ ଥିବା ଉଦେ୍ଦଶ୍ୟ ବିଷୟରେ ବତାଇଥାଏ, ହେଲେ ପ୍ରଧାନମନ୍ତ୍ରୀ ମୋତେ ବତାଇଥିଲେ କି ସେ ଶାସନ ବ୍ୟବସ୍ଥାକୁ କିପରି ଦେଖିଥାନ୍ତି । ଆଲୋଚନାବେଳେ ଅମଲାତନ୍ତ୍ରରେ କିପରି ସେ ପରିବର୍ତ୍ତନ ଆଣିବାକୁ ଚାହାନ୍ତି ତାହା କହିଥିଲେ । ପରିବର୍ତ୍ତନ ଦ୍ୱାରା ଅମଲାତନ୍ତ୍ର ଅଧିକ ପ୍ରତିକ୍ରିୟାଶୀଳ ହେବା ସହ ତୃଣମୂଳ ସ୍ତରର ସତ୍ୟତାକୁ ପରଖିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବିଷୟରେ ବାନାର୍ଜୀ ପ୍ରକାଶ କରିଥିଲେ । ଶେଷରେ ସେ ପ୍ରଧାନମନ୍ତ୍ରୀ ତାଙ୍କୁ ସାକ୍ଷାତ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ।
ପ୍ରକାଶ ଥାଉ କି, ଅର୍ଥନୀତିରେ ନୋବେଲ ପାଇବା ପାଇଁ ଅଭିଜିତ୍‌ ବାନାର୍ଜୀଙ୍କ ନାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଥିଲେ । ଦାରିଦ୍ର୍ୟ ହ୍ରାସ କରିବା ଦିଗରେ ଅଭିଜିତ୍‌ଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*