ମୋଦୀଙ୍କ ସହାୟତା ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନୂଆଦିଲ୍ଲୀ/ଭୁବନେଶ୍ୱର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସହ ଆକାଶମାର୍ଗରୁ ବାତ୍ୟା ଅମ୍ପନ ଦ୍ୱାରା ପାଖାପାଖି ୨ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଭୁବନେଶ୍ୱର ଏୟାରପୋର୍ଟ ଠାରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ବାତ୍ୟା କ୍ଷୟକ୍ଷତିର ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡିଶା ପାଇଁ ଅଗ୍ରୀମ ୫୦୦ କୋଟି ଟଙ୍କା ସହୟତା ରାଶି ଘୋଷଣା କରିଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅର୍ଥ ରାଜ୍ୟ ସରକାରଙ୍କୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ପୁନଃଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛିା ଅପରପକ୍ଷରେ ଓଡ଼ିଶାରେ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସିବେ । ବିସ୍ତୁତ ସର୍ବେକ୍ଷଣ କରାଯିବା ପରେ ଅମ୍ପନ ପରବର୍ତ୍ତୀ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଭାରତ ସରକାର ଓଡ଼ିଶା ସରକାରଙ୍କୁ ସହଯୋଗ କରିବେ ଏବଂ ଏହି ସଙ୍କଟରୁ ବାହାରିବା ପାଇଁ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରିବେ ।
ଅତୀତରେ ମୋଦୀ ସରକାର ବିଶେଷଭାବରେ ବିପଦ ସମୟରେ କାନ୍ଧକୁ କାନ୍ଧ ମିଶାଇ ଓଡିଶାବାସୀଙ୍କ ସହ ସର୍ବଦା ଛିଡା ହୋଇଛନ୍ତି ।
ଆମର ଓଡିଆ ଲୋକମାନେ ସର୍ବଦା ନିର୍ଭିକ ଭାବରେ ବିପଦକୁ ସମ୍ମୁଖୀନ କରୁଛନ୍ତି ଓ ଏଭଳି ସଙ୍କଟକୁ ଦୂର କରିବା ପାଇଁ ଧୈର୍ଯ୍ୟ ଓ ସାହସର ସାମ୍ନା କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରାଜ୍ୟର ପୁନଃଉଦ୍ଧାର ଓ ପୁନଃଗଠନ ସହିତ ଜଡିତ ସମସ୍ତ ଦିଗରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଓଡ଼ିଶାର ଅମ୍ପନ ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲାଗୁଡିକର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏଥିରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଏଥିରେ ସାମିଲ ହୋଇଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*