ମୋଦୀଙ୍କ ‘ଶତ୍ରୁହନ୍ତା’ ଯୋଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ପୁଲୱାମା ଆତଙ୍କୀ ହମ୍‌ଲାର ଜବାବ ଭାରତ ଦେବା ପରେ ଏବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନତା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି ହେଉଥିଲା ବେଳେ ଜ୍ୟୋତିଷ ବିଷାରଦଙ୍କ ମତ ଭାରତୀୟଙ୍କ ପାଇଁ ଆଣିଛି ଖୁସି ଖବର । ସେମାନଙ୍କ ଗଣିତ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶତୁ୍ରହନ୍ତା ଯୋଗ କାରଣରୁ ପାକିସ୍ତାନର ସ୍ଥିତି ଆଗାମୀ ଦିନରେ ଆହୁରି ଦୟନୀୟ ହେବ । ଏହା ମଧ୍ୟ ଭବିଷ୍ୟବାଣୀ କରାଯାଇଛି ଯେ, ୨୦୨୦ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନର ସମ୍ପର୍କ ଆହୁରି ଖରାପ ହେବ ଏବଂ ଏହି ଦୁଇଦେଶକୁ ଯୁଦ୍ଧ ପରିସ୍ଥିତି ଦେଇ ଗତି କରିବାକୁ ପଡିବ ।
ମୋଦୀଙ୍କ କୁନ୍ଦଳୀ:
୧୯୫୦ ସେପ୍ଟେମ୍ବର ୧୭ ଅପରାହ୍ନ ୧୨ଟା ୯ ମିିନିଟ୍‌ରେ ଗୁଜୁରାଟର ବଡ଼ନଗରରେ ଜନ୍ମଗ୍ରହଣ କରିଥିଲେ ମୋଦୀ । ତାଙ୍କ କୁନ୍ଦଳୀରେ ମଙ୍ଗଳ ଶତ୍ରୁସ୍ତାନ ଏବଂ ଲଗ୍ନ ଭଲ ସ୍ଥାନରେ ରହିଛି । ଯାହାଫଳରେ ଏକ ଶତ୍ରୁହନ୍ତା ଯୋଗ ବନୁଛି । ଏହି ଯୋଗର ପ୍ରଭାବରେ ମୋଦୀ ଘରୋଇ ଏବଂ ଆର୍ନ୍ତଜାତୀୟ ରାଜନୀତି ଉଭୟରେ ନିଜ ଶତ୍ରୁଙ୍କ ବିରୋଧରେ ସବୁବେଳେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ସଫଳ ପାଉଛନ୍ତି । ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ବର୍ତ୍ତମାନର ବାୟୁସେନା ଆକ୍ରମଣ ମାଧ୍ୟମରେ ମୋଦୀ କେବଳ ବିରୋଧୀଙ୍କୁ ଚକିତ କରିନାହାଁନ୍ତି ବରଂ ସେମାନଙ୍କୁ ବିକଳ୍ପହୀନ କରିଦେଇଛନ୍ତି । ମୋଦୀଙ୍କ କୁନ୍ଦଳୀରେ ଲଗ୍ନରେ ମଙ୍ଗଳ ଏବଂ ଦଶମରେ ଶନି ଉଭୟେ ଦୃଷ୍ଟିଯୁଦ୍ଧର ପ୍ରଥମ ସ୍ଥାନରେ ରହୁଛନ୍ତି । ଏଭଳି ସ୍ଥିତି ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ କୁନ୍ଦଳୀରେ ଅଛି । ତେବେ ଇମ୍ରାନ ଖାଁଙ୍କ ମଙ୍ଗଳର ମୃତୁ୍ୟ ଘରେ ଥିବା ତାଙ୍କୁ ଦୁର୍ବଳ କରୁଛି । ଇମ୍ରାନଙ୍କ କୁନ୍ଦଳୀ ଧନୁ ଲଗ୍ନରେ ଅଛି । ଯାହା ଏକ ବଡ଼ ରାଜଯୋଗର ସୂଚନା ମଧ୍ୟ ଦିଏ । ଏହି କାରଣରୁ ୧୯୯୨ରେ ସେ ପାକିସ୍ତାନକୁ ବିଶ୍ୱକପ୍‌ ଦେଇଥିଲା ବେଳେ ୨୦୧୮ରେ ପ୍ରଧାନମନ୍ତ୍ରୀ ବନିଥିଲେ । ତେବେ ମଙ୍ଗଳ ଇମ୍ରାନଙ୍କ କୁନ୍ଦଳୀରେ ମୃତୁ୍ୟ ଘର ଦେଇ ଗତିକରୁଥିବାରୁ ଏହି ଲଗ୍ନ ତାଙ୍କୁ ପିଡିତ କରିପାରେ । ୧୬ ଜୁଲାଇ ଚନ୍ଦ୍ରଗ୍ରହଣ ଏବଂ ୨୬ ଡିସେମ୍ବର ସୂର୍ଯ୍ୟ ଗ୍ରହଣ ଉଭୟ ଇମ୍ରାନଙ୍କ ଲଗ୍ନକୁ ବଡ଼ ପ୍ରଭାବିତ କରିବ । ଏହି ସ୍ଥିତିରେ ଇମ୍ରାନ ଆକ୍ରମଣାତ୍ମକ ପଦକ୍ଷେପ ନେଇପାରନ୍ତି । ଏପି୍ରଲ-ମେ ରେ ଶନି-ମଙ୍ଗଳର ସମସପ୍ତକ ଯୋଗ ଏବଂ ଜୁଲାଇ ତଥା ଡିସେମ୍ବରରେ ପଡୁଥିବା ଗ୍ରହଣ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଭିନ୍ନ ପରିସ୍ଥିତିରେ ନିଆଁରେ ଘିଅ ଭଳି କାମ କରିବ । ପରେ ୨୦୨୦ ଆଗମନ ବେଳକୁ ଉଭୟ ରାଷ୍ଟ୍ର ଏକ ବଡ଼ ବିଧ୍ୱଂସକ ଯୁଦ୍ଧର ସମ୍ମୁଖିନ ହୋଇପାରନ୍ତି । ତେବେ ମୋଦୀଙ୍କ କୁନ୍ଦଳୀରେ ଗ୍ରହ ଯୋଗ ମଜବୁତ ଥିବାରୁ ଭାରତ ଅପେକ୍ଷା ପାକିସ୍ତାନ ଅଧିକ କ୍ଷତିଗ୍ରସ୍ତ ହୋଇପାରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*