ମୋଦୀଙ୍କ ବିମାନକୁ ରାସ୍ତା ଦେବାକୁ ମନା କଲା ପାକିସ୍ତାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ଇସଲାମାବାଦ

ଜାମ୍ମୁ-କାଶ୍ମୀରର ପ୍ରସଙ୍ଗରେ ବିଶ୍ୱର ସମର୍ଥନ ଲାଭ ନକରିପାରି ଏକୁଟିଆ ହୋଇପଡିଥିବା ପାକିସ୍ତାନ ଏବେ ଦାଦାଗିରି କରିବା ଆରମ୍ଭ କରିଦେଇଛି । ଏହାପୁଣି ନିଜ ଏୟାରସ୍ପେସକୁ ନେଇ । ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନକୁ ନିଜ ଏୟାରସ୍ପେସ ଦେଇ ଯିବାକୁ ମନା କରିବା ପରେ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଯିବାକୁ ଅନୁମତି ଦେଇନି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁ୍ୟରେଶୀ ପାକିସ୍ତାନର ଏହି ନିଷ୍ପତ୍ତି ଭାରତୀୟ ଦୂତାବାସକୁ ଜଣାଇଦେଇଥିବା କହିଛନ୍ତି । ମୋଦୀଙ୍କ ବିମାନକୁ ଏୟାରସ୍ପେସ୍‌ ବ୍ୟବହାର କରିବାକୁ ଦିଆନିଯିବା ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ଭାରତ । ଗତ ସପ୍ତାହକ ମଧ୍ୟରେ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ଭିଭିଆଇପି ସ୍ୱତନ୍ତ୍ର ବିମାନକୁ ରାସ୍ତା ଦେବାକୁ ମନା କରିଦେଇଛି । ପଡୋଶୀ ଦେଶ ଅନ୍ତରାଷ୍ଟ୍ରୀୟ ନିୟମର ପାଳନ କରିବା ଦରକାର ଏବଂ ଏକପାକ୍ଷିଆ ନିଷ୍ପତ୍ତି ନେବା ବନ୍ଦ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ସୂଚନା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*