ମୋଦୀଙ୍କ ପାଇଁ ବନୁଛି ବିଶେଷ ବିମାନ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଦୁଇଟି ବିଶେଷ ନୂଆ ବିମାନ ଖାସ୍‌ ଆସିବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି । ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଆକାଶରେ ବିଶେଷ ଆଲୋଚନା, ବିଶ୍ରାମ ଏବଂ ସରକାରୀ କାମ କାର୍ଯ୍ୟ କରିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଏହି ବିଶେଷ ବିମାନରେ ରହିବ । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ନେଇ ଯାଉଥିବା ଭାରତର ବିଶେଷ ବିମାନର ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେ ଏୟାର ଇନ୍ଦିଆ ଉପରେ ନ୍ୟସ୍ତ ଥିଲାବେଳେ ଆସିବାକୁ ଥିବା ଏହି ସ୍ୱତନ୍ତ୍ର ବିମାନର ଦାୟିତ୍ୱ ଭାରତୀୟ ବାୟୁସେନା ନେବ ବୋଲି କୁହାଯାଉଛି । ଦୁଇଟି ବୋଇଙ୍ଗ-୭୭୭-୩୦୦ଇଆର୍‌ ବିମାନକୁ ସ୍ୱତନ୍ତ୍ର ରୂପ ଦିଆଯାଉଛି ବୋଇଙ୍ଗର ଡଲାସ୍‌ ନିର୍ମାଣ କେନ୍ଦ୍ରଠାରେ । ଅନୁମାନ କରାଯାଉଛି ୨୦୨୦ ଜୁନ୍‌ ମାସ ବେଳକୁ ଏହା ଭାରତକୁ ଆସିଯିବ । ଏହି ସ୍ୱତନ୍ତ୍ର ବିମାନ ମିଶାଇଲ୍‌ ନିରୋଧ ବ୍ୟବସ୍ଥାରେ ସଂଯୋଗ ହୋଇ ରହିବ । ଯେପରି ଆମେରିକାର ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ବିମାନ ସୁରକ୍ଷା ଦୃଷ୍ଟିକୋଣରୁ ଖୁବ୍‌ ଦୃଢ଼ ବୋଲି କୁହାଯାଏ ସେପରି ସମସ୍ତ ବ୍ୟବସ୍ଥା ଏହି ବିମାନରେ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ବିଦେଶ ଗସ୍ତ ବେଳେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏହି ସ୍ୱତନ୍ତ୍ର ବିମାନରେ ବ୍ୟକ୍ତିଗତ ବଖରା ସାଙ୍ଗକୁ ଅଧିକାରୀମାନଙ୍କ ସହ ବୈଠକ ପାଇଁ ସମ୍ମିଳନୀ କକ୍ଷ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିବ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*