ମୋଦୀଙ୍କୁ ଶତୃଘ୍ନଙ୍କ ପ୍ରଶଂସା:ଦଳ କହିଲା ଟିକଟ ଗ୍ୟାରେଣ୍ଟି ନାହିଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପାଟନା
ସବୁ ସମୟରେ ନିଜ ଦଳକୁ, ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଆସୁଥିବା ସାଂସଦ ଶତୃଘ୍ନ ସିହ୍ନା ସମସ୍ତଙ୍କୁ ଚକିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରିଛନ୍ତି ବଡ଼ ପ୍ରଶଂସା । ନିର୍ବାଚନ ସମୟରେ ମୋଦୀଙ୍କୁ ପ୍ରଶଂସା କରିବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
ଏହି ପ୍ରଶଂସାକୁ ନେଇ ଚର୍ଚ୍ଚା ଅବସରରେ ବିହାର ଭାଜପା ମୁଖ୍ୟ ନିତ୍ୟାନନ୍ଦ ରାୟ ସ୍ପଷ୍ଟ କରିଛନ୍ତି ଯେ, ଶତୃଘ୍ନ ଯେଉର୍ଁ ୟୁଟର୍ଣ୍ଣ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ । ହେଲେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କୁ ଟିକଟ ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଶତୃଘ୍ନ ପାଟନାରେ ମେଟ୍ରୋ ରେଳ ପରିଯୋଜନାର ଉଦଘାଟନ ନେଇ ମୋଦୀଙ୍କୁ ପ୍ରଶଂସା କରିଥିଲେ । ଏହାପରେ ନିତ୍ୟାନନ୍ଦ କହିଛନ୍ତି ଯେ, ସତକଥା କହିଥିବାରୁ ଆମେ ଶତୃଘ୍ନଙ୍କୁ ଧନ୍ୟବାଦ ଦେଉଛୁ । ବିଶ୍ୱବ୍ୟାପୀ ମୋଦୀ ସରକାରଙ୍କ ବିଭିନ୍ନ ଯୋଜନାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ୧୩୦ କୋଟି ଦେଶବାସୀ ମୋଦୀଙ୍କୁ ପ୍ରଶଂସା କରୁଛନ୍ତି ଏବଂ ଭରସାରେ ନେଇଛନ୍ତି । ହେଲେ ଦଳରେ ରହିବା ଏବଂ ୟୁଟର୍ଣ୍ଣ ନେବା ଦ୍ୱାରା ଟିକଟ ମିଳିବ ବୋଲି ଯେଉଁ ଆଶା ରହିଛି ତାହାର ଗ୍ୟାରେଣ୍ଟି କେହି ଦେବେ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*